Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଖପ୍ରାଖୋଲ ରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ , ରାଧା କୃଷ୍ଣ ବେଶରେ ଛାତ୍ରୀ ଛାତ୍ର

166 0

ଖପ୍ରାଖୋଲ ୧୮/୮(ତାପସ ରଞ୍ଜନ ବେହେରା) ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଖପ୍ରାଖୋଲ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଛାତ୍ରୀ ଛାତ୍ର ମାନେ ରାଧା କୃଷ୍ଣ ବେଶରେ ଶିଶୁ ମନ୍ଦିର ରେ ଉପସ୍ଥିତ ହୋଇଥିଲେ। ପ୍ରଥମେ ପ୍ରଧାନ ଆଚାର୍ଯ୍ୟ ରାକେଶ ପଧାନ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ପରେ ଶିଶୁମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଶ୍ରୀକୃଷ୍ଣଙ୍କ ଭକ୍ତି ଭଜନର ତାଳେ ତାଳେ ରାଧା କୃଷ୍ଣ ବେଶଧାରୀ ଶିଶୁ ମାନେ ଗ୍ରାମ ପରିକ୍ରମା କରିଥିଲେ l

ଆଚାର୍ଯ୍ୟା ବୀଣାପାଣି ପଧାନ,ମିତା ପଧାନ,କାମିନୀ ବରିହା, ହୃଦେଶ୍ବରୀ ସାହୁ, ଆଚାର୍ଯ୍ୟ ହୃଷିକେଶ ବେହେରା,ପ୍ରମୋଦ ଗୁଆଲ,ବିଶ୍ୱନାଥ ସେଲମା ପ୍ରମୁଖ ଙ୍କ ସହଯୋଗ କରିଥିଲେ। ସେହିପରି ଧଣ୍ଡାମୁଣ୍ଡା ସରସ୍ୱତୀ ଶିଶୁ ମନ୍ଦିରରେ ମଧ୍ୟ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ସନ୍ୟାସୀ କତୁଆ ଙ୍କ ନେତୃତ୍ୱରେ ରାଧା କୃଷ୍ଣ ବେଶ ରେ ଛାତ୍ରୀ ଛାତ୍ର ଙ୍କ ଶୋଭାଯାତ୍ରା ଗାଁ ପରିକ୍ରମା କରିଥିଲା। ଜନକ ଜେମା ନାଏକ, ରାଜେଶ ଶତପଥି, ବବିତା ଭୋଇ, ମନୋଜ ପ୍ରଧାନ, କ୍ଷମାନିଧି ସାହୁ, ନାରାୟଣ ତାଣ୍ଡି, ରୀନା ବରିହା, ଦୀପ୍ତି ଲତା ସାହୁ, ଚୂମକି ବାରିକ, ନୀତ ପ୍ରଜ୍ଞା ପଟେଲ ପ୍ରମୁଖ ଶିକ୍ଷୟତ୍ରୀ ଶିକ୍ଷକ ଉପସ୍ଥିତ ଥିଲେ।

Related Post

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଯାଜପୁରର କୋରାଇ ଏବଂ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଗସ୍ତ

Posted by - April 23, 2019 0
ଯାଜପୁର:ଆସନ୍ତା ୨୯ ତାରିଖ ୪ର୍ଥ ପର‌୍ୟ୍ୟାୟରେ ଯାଜପୁରରେ ହେବ ଭୋଟ୍ ଗ୍ରହଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁନର୍ବାର ଯାଜପୁର ଗସ୍ତରେ ଆସିଛନ୍ତି । ସେ…

ବିଜୁ ଜନତା ଦଳର ୨୫ତମ ବର୍ଷ ପୂର୍ତ୍ତି ଅବସରରେ ବିଜୁ ଯୁବ-ଛାତ୍ର ଜନତା ଦଳ ତରଫରୁ ବୃକ୍ଷରୋପଣ

Posted by - July 24, 2022 0
ଭବାନୀପାଟନା:(ସୂରଜ ପ୍ରକାଶ ଜୈନ)ବିଜୁ ଜନତା ଦଳର ୨୫ତମ ବର୍ଷ ପୂର୍ତ୍ତି ଅବସରରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଳକ କୁଟ୍ରୁଖମାର ଏବଂ ମାଲଗାଁ ହାଇସ୍କୁଲ ଠାରେ ବିଜୁ ଯୁବ-ଛାତ୍ର…

ବ୍ରାହ୍ମଣ ସମାଜ ଦ୍ୱାରା ଟିଟିଲାଗଡରେ ଭାଗବତ ଜନ୍ମ ପାଳିତ

Posted by - September 11, 2022 0
ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ଟିଟିଲାଗଡ ବ୍ରାହ୍ମଣ ସମାଜର ଆନୁକୂଲ୍ଯରେ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ସଭାପତି ଶ୍ରୀଯୁକ୍ତ ବିଶ୍ବରାମଠାକୁରଙ୍କ ନେତୃତ୍ବରେ ଭାଦ୍ରବ ପୂର୍ଣ୍ଣିମା…

ସଞ୍ଚୟ ସଚେତନତା ରଥ ଶୁଭାରମ୍ଭ

Posted by - October 31, 2021 0
ସୋନପୁର: (ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ବିଶ୍ଵ ମିତବ୍ୟୟିତା ଦିବସ ଶନିବାର ଦିନ ପାଳିତ ହୋଇଯାଇଛି |ଏହି ଅବସରରେ ଏକ ସଞ୍ଚୟ…