ପଛୁଆ ପାଣିର ବନ୍ୟା ,ଏବେ ବି ବହୁ ଗାଁ ପାଣିଘେରରେ , ହରଭଙ୍ଗା -ବୌଦ୍ଧ ଯୋଗାଯୋଗ ବିଛିନ୍ନ, ଚାଷଜମି ଜଳମଗ୍ନ.

53 0

ବୌଦ୍ଧ: (ଚିତ୍ତ ରଂଜନ ସିଂ) ୫ଦିନ ପରେ ସୁଧୁରି ନାଇଁ ବନ୍ୟା ପରିସ୍ଥିତି, ବଢୁଛି ବିପନ୍ନଙ୍କ ଦୁର୍ଦଶା। ହୀରାକୁଦ ଡେମର ୪୦ଟି ଗେଟ ଖୋଲାଯାଇ ଡେମର ବନ୍ୟାଜଳ ନିଷ୍କାସନ ଚାଲୁ ରହିଛି। ଏବେ ବର୍ଷା କମିଯାଇଛି ଏବେ ବି ୫୦ରୁ ଉର୍ଦ୍ଧ ଗାଁ ପାଣି ଘେରରେ ରହିଛି।ହରଭଙ୍ଗା ବ୍ଲକର ୧୧ଟି ପଂଚାୟତର ୫ହଜାର ଏକରରୁ ଉର୍ଦ୍ଧ ଚାଷଜମିର ଧାନ ଫସଲ ବନ୍ୟାଜଳରେ ଦୀର୍ଘ ୫ଦିନ ଧରୀ ବୁଡ଼ି ରହିଛି।୨୦୦ରୁ ଉର୍ଦ୍ଧ କଚାଘର ଭାଙ୍ଗିଯିବା ସହ ଚାଷଜମି ବାଲିଚର ହେବାସହ ଧାନଗଛ ଗୁଡିକ ପଚି ନଷ୍ଟ ହୋଇପଡିଛି । ଚାରିଆଡେ ବନ୍ୟାଜଳ ଥିବାରୁ ଗାଈ ଗୋରୁ ମାନେ ଚରିବାର ଅସୁବିଧା ଦେଖାଦେଇଛି। ଏଣୁ ଗୋ-ଖାଦ୍ୟ ଚାଷୀଙ୍କୁ ଯୋଗାଇ ଦେବାକୁ ଦାବୀ ହେଉଛି।

ବନ୍ୟା ଲାଗିରହିଥିବାରୁ ଶ୍ରମିକ ମାନେ କାମ ଧନ୍ଦା ନପାଇ ଭୋକ ଉପାସରେ ରହିଛନ୍ତି। ସାତକୋଶିଆ ଗଣ୍ଡ ଅଣଓସାରିଆ ଥିବାରୁ ମହାନଦୀର ବନ୍ୟାଜଳ ଅତିକ୍ରମ କରିପାରୁନଥିବାରୁ, ସେଠାରୁ ବନ୍ୟାଜଳ ପଛୁଆ ଆସି ହରଭଙ୍ଗା,ଅତଲସରା,କୁମାରୀ, କୁଡାସିଙ୍ଗା, ବୁକେସିଙ୍ଗା,ପାଣିଘରା, ଧଳପୁର, ଖଣ୍ଡି ଧଳପୁର ଗ୍ରାମପଯ୍ୟନ୍ତ ପ୍ରାୟ ୧୦କି.ମି ଦୂର ପଯ୍ୟନ୍ତ ପଛୁଆ ବନ୍ୟାଜଳ ପ୍ରବେଶ କରି ସମଗ୍ର ଅଂଚଳ ଗୁଡିକରେ ବନ୍ୟାଜଳ ଘେରି ରହିଛି।ଫଳରେ ବ୍ୟାପକ ଧାନଜମି କ୍ଷତିଗ୍ରସ୍ତ ହେବାସହ, ଗାଁ ଗୁଡିକ ରେ ବନ୍ୟାଜଳ ପ୍ରବେଶ କରୁଛି।ଏବେ ହୀରାକୁଦ ଜଳଭଣ୍ଡାରରୁ ୪୦ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବାରୁ ଓ ଆଗକୁ ଲଘୁଚାପ ଥିବାରୁ ନଦୀକୁଳିଆ ବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି।ପାଣିଘେରରେ ଥିବା ଗ୍ରାମବାସୀଙ୍କୁ ରିଲିଫ ଦେବାପାଇଁ ବିପନ୍ନ ମାନେ ଦାବିକରିଛନ୍ତି, ଏଦିଗରେ ବୌଦ୍ଧ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଅଂଚଳ ବାସୀ ଦାବୀ କରିଛନ୍ତି।

 

Related Post

ସରକାରୀ ଘର ହସ୍ତାନ୍ତରକୁ ନେଇ ଦେଖାଦେଇଛି ବିବାଦ

Posted by - March 3, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ସରକାରୀ ଘର ହସ୍ତାନ୍ତରକୁ ନେଇ ଦେଖାଦେଇଛି ବିବାଦ । ପ୍ରତିବାଦରେ ଜିଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କଲେ ଗ୍ରାମବାସୀ । ଯାଜପୁର…

ବିଦେଶୀ ପାଣ୍ଠିର ଅପବ୍ୟବହାର, ଓଡିଶାର ଦୁଇ ସ୍ଵେଚ୍ଛାସେବୀ ଅନୁଷ୍ଠାନ କଳା ତାଲିକାଭୁକ୍ତ

Posted by - April 30, 2022 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ସ୍ଵେଚ୍ଛାସେବୀ ଅନୁଷ୍ଠାନ ନାଁ ରେ ବିଦେଶୀ ଅନୁଦାନ ଆଣି ଅପବ୍ୟବହାର ଅଭିଯୋଗରେ ଓଡିଶାର ଦୁଇ ସ୍ଵେଚ୍ଛାସେବୀ ସଂସ୍ଥା…

ଲଘୁଚାପ ର ଲଗାଣ ବର୍ଷା ରେ ଧୋଇ ଗଲା କଲଭର୍ଟ,ଭାଙ୍ଗିଲା କଚାଘର ଯୋଗାଯୋଗ ବିଛିନ୍ନ, ଜନଜୀବନ ଅସ୍ତବ୍ୟସ୍ତ

Posted by - September 13, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ) ବର୍ଷା ଋତୁ ରେ ବର୍ଷା ଅଭାବରୁ ଚାଷୀକୁଳ ଅଧା ଉଣା ଚାଷ କରିଥିଲେ ବି ମାଟିଫlଟି ଆଁ କରିବସିଥିଲା!କିନ୍ତୁ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା…

ସମ୍ପ୍ରସାରିତ ହେବ ଧର୍ମଗଡ଼ ରେଲ ଲାଇନ୍, ସୁଚନା ଦେଲେ କଳାହାଣ୍ଡି ସାଂସଦ

Posted by - January 1, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଅଭିଭକ୍ତ କଳାହାଣ୍ଡି ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଜନହିତକର ବିକାଶମୂଳକ କାର୍ଯ୍ୟ କରିବା ପାଇଁ ଯୋଜନା ହୋଇଥିବା ସଂମ୍ପର୍କରେ…