Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଜିଲ୍ଳା ପରିବହନ ଓ ପୋଲିସ ବିଭାଗ ପକ୍ଷରୁ ଚଢ଼ାଉ

27 0

ସୋନପୁର:(ଅଜିତ କୁମାର ପୂଜାହାରୀ) ଓଡିଶା ସରକାରଙ୍କ ପରିବହନ କମିଶନର ଏବଂ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଆବୋଲୀ ସୁନିଲ ନରୱଣେ ଙ୍କ ନିର୍ଦେଶ ମତେ ତା ୧୬/0୬/୨୨ ଠାରୁ ତା ୩0/0୮/୨୨ ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲାରେ ଦୁଇ ଚକିଆ ଯାନ ଚଳାଚଳ ଉପରେ ପୋଲିସ ଅଧିକାରୀଙ୍କ ସହ ପରିବହନ ବିଭାଗ କର୍ମଚାରୀଙ୍କ ସ୍ୱତନ୍ତ୍ର ମିଳିତ ଯାଞ୍ଚ କରାଯିବ l ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ପରିବହନ ଅଧିକାରୀ ଶ୍ରୀ ରବୀନ ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ଯାଞ୍ଚ ଜିଲ୍ଲା୍ର ସମସ୍ତ ଥାନା ଓ ଫାଣ୍ଡି ଅଞ୍ଚଳରେ ଏକକାଳୀନ ଆରମ୍ଭ କରାଯାଇଛି l ଏହି ସ୍ୱତନ୍ତ୍ର ଯାଞ୍ଚ ସମୟରେ ବିଶେଷ ଭାବେ ବିନା ହେଲମେଟ, ବିନା ଡ୍ରାଇଭିଙ୍ଗ ଲାଇସେନ୍ସ, ଟ୍ରିପଲ ରାଇଡ଼ର ଡ୍ରାଇଭିଂ, ବିନା ଇନ୍ଷ୍ୟୁରେନ୍ସ ରେ ଗାଡି ଚାଳନ ଉପରେ ବିଶେଷ ପଦକ୍ଷେପ ନିଆ ଯାଉଛି l

ଜିଲ୍ଳା ର ସଡ଼କ ସୁରକ୍ଷା ଉପରେ ଗୁରୁତ୍ୱାରୋପ ପୂର୍ବକ ଅବ୍ୟବସ୍ଥିତ ଗାଡିଚାଳନା ତଥା ବିନା କାଗଜାତ ରେ ଗାଡିଚାଳନା ନିଜ ତଥା ଅନ୍ୟ ମାନଙ୍କ ପାଇଁ ଦୁଃଖ ର କାରଣ ହୋଇଥାଏ ଏଣୁ ସମସ୍ତେ ଏଥି ପ୍ରତି ସତର୍କ ହେବାକୁ ଜିଲ୍ଳା ଆରକ୍ଷୀ ଅଧିକାରୀ ଶ୍ରୀ ଅମରେଶ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି l ସର୍ତକ ଓ ସଚେତନ ହେଲେ ସଡ଼କ ଦୁର୍ଘଟଣା କୁ ରୋକାଯାଇପାରିବା ସହ ଧନ ଜୀବନ ସୁରକ୍ଷିତ ରହିବ ଏଣୁ ସମସ୍ତେ ଗାଡିଚାଳନl ସମୟରେ ଯତ୍ନବାନ ହେବାକୁ ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି l ଜିଲ୍ଲା୍ର ବିଭିନ୍ନ ଥାନା ଅଂଚଳରେ ଯାଞ୍ଚ ସମୟରେ ସନ୍ଧ୍ୟା ସୁଦ୍ଧା ପରିବହନ ବିଭାଗ ଦ୍ୱାରା ୩୫ ଗୋଟି ଓ ପୋଲିସ ବିଭାଗ ଦ୍ୱାରା ୫୭ ଗୋଟି ସମୁଦାୟ ୯୨ ଗୋଟି ଦୁଇଚକିଆ ଯାନର ଇ-ଚାଲାଣ କରାଯାଇଥିବା ବେଳେ ୨୪ ଗୋଟି ଦୁଇ ଚକିଆ ଗାଡି କୁ ଜବତ କରାଯାଇ ଗାଡି ଗୁଡିକୁ ସୋନପୁର ଓ ଉଲୁଣ୍ଡା ଥାନା ସହ ହିକୁଡି ଫାଣ୍ଡି କାର୍ଯ୍ୟାଳୟ ପରିସର ରେ ରଖାଯାଇଥିବା ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି l

ପରିବହନ ଅଧିକାରୀ ସୁବର୍ଣ୍ଣପୁର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ଯାଞ୍ଚ କାର୍ଯ୍ୟକ୍ରମରେ ଏସ ଡି ପି ଓ ସୋନପୁର ପୁଷ୍ପାଞ୍ଜଳି ନିଙ୍ଗୀ,ଏସ ଡି ପି ଓ ବୀରମହାରାଜପୁର ଡୋଳାମଣି ଭୋଇ,କନିଷ୍ଠ ମୋଟର ଯାନ ନିରୀକ୍ଷକ ଲୋକନାଥ ନାୟକ ସମେତ ସୋନପୁର ସହରାଞ୍ଚଳ ତଥା ଅନ୍ୟ ସମସ୍ତ ଥାନା ଅଧିକାରୀ ସମେତ ପରିବହନ ବିଭାଗ କର୍ମଚାରୀ ଓ ପୋଲିସ ବିଭାଗର ଅଧିକାରୀ ପ୍ରମୁଖ ସାମିଲ ଥିବା ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ଆଗାମୀ ଦିନରେ ଏହି ଚଢ଼ାଉ କାର୍ଯ୍ୟକ୍ରମ କୁ ଆହୁରି ବ୍ୟାପକ ତଥା କଡାକଡି କରାଯିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି l

 

Related Post

ଦି ଲିଟିଲ ଆଞ୍ଜେଲ ସୋସିଆଲ ସର୍ଭିସ ଅର୍ଗାନାଇଜେସନର ଚତୃର୍ଥ ବାର୍ଷିକ ଉତ୍ସବ

Posted by - May 24, 2022 0
ଯାଜପୁର (ବ୍ୟୁରୋ) :ଯାଜପୁର ର ଅଗ୍ରଣୀ ସ୍ଵଛ୍ୟାସେବୀ ସଂଗଠକ ଦି ଲିଟିଲ ଆଞ୍ଜେଲ ସୋସିଆଲ ସର୍ଭିସ ଅର୍ଗାନାଇଜେସନ ର ଚତୃର୍ଥ ବାର୍ଷିକ ଉଛବ ସ୍ଥାନୀୟ ବିରଜା ମହାବିଦ୍ୟାଳୟ…

ଯାଜପୁର ବରୀରେ ୩୦ ଟି ଉତ୍ତେଜନା ପ୍ରବଣ ଓ ୬ ଟି ଅତି ଉତ୍ତେଜନା ପ୍ରବଣ ବୁଥ ଚିହ୍ନଟ

Posted by - March 30, 2019 19
ବରୀ:,୨୭/୩-:(ସ୍ନେହାଂଶୁ ମହାନ୍ତି)ବରୀ ବ୍ଲକ ପ୍ରଶାସନ ପକ୍ଷରୁ ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ପର୍ବ ଚାଲିଛି । ଏ ନେଇ ପ୍ରତ୍ୟେକ ବୁଥ ଗୁଡିକୁ ତଦାରଖ କାରାଯାଇ…

ପବିତ୍ର ମକର ସଂକ୍ରାନ୍ତିରେ ବାବା ବରୁଣେଶ୍ୱରଙ୍କ ପୀଠ ହୋଇ ଉଠିଛି ଚଳଚଂଚଳ

Posted by - January 15, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି । ଏଥିପାଇଁ ଯାଜପୁର ଜିଲା ବିଂଝାରପୁର ବ୍ଲକ ଅରେଇ ଠାରେ ଥିବା ବାବା ବରୁଣେଶ୍ୱରଙ୍କ ପୀଠ ହୋଇ…

ଭାରତ ରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ୭୭ ତମ ଜନ୍ମତିଥି ପାଳିତ

Posted by - August 21, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ଯୁବ ମାନସ ର ପ୍ରତୀକ, ଭାରତ ରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ୭୭ ତମ ଜନ୍ମତିଥି କୁ ସାରା…