ଜିଲାପାଳଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ

23 0

ବୌଦ୍ଧ:(ଚିତ୍ତ ରଂଜନ ସିଂ) ବୌଦ୍ଧ ଜିଲାପାଳ ସତ୍ୟ ରଞ୍ଜନ ସାହୁ କାର୍ଯ୍ୟରେ ଯୋଗଦେବା ପରେ ଜିଲାରେ ଚାଲିଥିବା ବନ୍ୟା ପରିସ୍ଥିତି ସମୟରେ ଘନ ଘନ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବା ସହିତ ତାହାର ସମାଧାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲାରେ ଶିକ୍ଷାର ଗୁଣାତ୍ମକ ମାନ ପରୀକ୍ଷା କରିବା ପାଇଁ ଜିଲାପାଳ ଶ୍ରୀସାହୁ ଅଚାନକ ସହରର ଦୁଇ ପୂରାତନ ଉଚ୍ଚ ବିଦ୍ୟାଳୟ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପହଞ୍ଚିଥିଲେ । ଜିଲାପାଳ ପ୍ରଥମେ ବାଳିକା ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ପରିବେଶ ସଫା ସୁତର କରିବାକୁ ନିର୍ଦ୍ଦେଶ ଦେବା ସହିତ ପ୍ରାଚୀର ପ୍ରତ୍ର,ନିୟୁଜ କର୍ଣ୍ଣର,ଆର୍ଟ ଗ୍ୟାଲେରୀ ଅପଡେଟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ବିଦ୍ୟାଳର ସ୍ୱଛତା,ଶିକ୍ଷାଦାନ,ଗୁଣାତ୍ମକ ଶିକ୍ଷା,ସୁରକ୍ଷା,ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଆଦି ସଂପର୍କରେ ପଚାରି ବୁଝିଥିଲେ ।

ପରେ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ଉପସ୍ଥାନ ଖାତା ଦେଖିବା ସହିତ ଶ୍ରେଣୀକକ୍ଷକୁ ଯାଇ ସ୍ମାର୍ଟ କ୍ଲାସ ରୁମ ବୁଲି ଦେଖିଥିଲେ । ବିଦ୍ୟାଳୟ ପଛପଟେ ଥିବା ଅଳିଆ ଆବର୍ଜନା ସଫା କରିବା ପାଇଁ ଏନଏସି ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହିତ ଆର୍ଟ ଗ୍ୟାଲେରୀ,ନିୟୁଜ କର୍ଣ୍ଣର ଅପଡେଟ ରଖିବା ପରାମର୍ଶ ଦେଇଥିଲେ । ବିଦ୍ୟାଳୟ ପରିବେଶକୁ ପ୍ଲାଷ୍ଟିକ ମୁକ୍ତ ରଖିବା ସହିତ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ସାମଗ୍ରୀ ବର୍ଜନ,ଡଷ୍ଟବିନ ର ନିୟମିତ ବ୍ୟବହାର,ଶିକ୍ଷକ ଶିକ୍ଷୟିତ୍ରୀମାନେ କର୍ମଠ ହେବାପାଇଁ ପରାମର୍ଶ ଦେବା ସହିତ କୌଣସି ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟ ପରିସରରେ ଗୁଟଖା ପାନ ଆଦି ନଖାଇବାକୁ ନିର୍ଦ୍ଦେଶ ଦେଇଥିଲେ ।

ପରେ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ସେଠାରେ ବିଭିନ୍ନ ବିଦ୍ୟାଳୟ ପ୍ରଧାନଶିକ୍ଷକମାନଙ୍କ ଏକ ବୈଠକରେ ଯୋଗଦେଇଥିଲେ । ବିଶେଷ ଭାବରେ ଜିଲାରେ ସମସ୍ତ ବିଦ୍ୟାଳୟ ପରିସରକୁ ସାନିଟାଇଜ କରିବା ,ଗୁଣାତ୍ମକ ଶିକ୍ଷା,ନିୟୁଜ କର୍ଣ୍ଣର,ପ୍ରାଚୀରପତ୍ର,ଯୋଗ ପ୍ରାଣାୟାମ ଆଦିକୁ ଗୁରୁତ୍ୱ ଦେବାକୁ ଜିଲାପାଳ ପରାମର୍ଶ ଦେଇଥିଲେ । ଏଥିସହିତ ଜିଲାରେ ସମସ୍ତ ବିଦ୍ୟାଳୟରେ ୫ଟି କାର୍ଯ୍ୟ ଶିଘ୍ର ସମାପ୍ତ କରିବାକୁ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ । ଏହି ପରିଦର୍ଶନ ସମୟରେ ତାଙ୍କ ସହିତ ଅତିରିକ୍ତ ଜିଲାପାଳ ବବିତା ରାଣୀ ଦଳବେହେରା,ଜିଲା ଶିକ୍ଷା ଅଧିକାରୀ ଉଦୟ ନାଥ ମାଝି,ବ୍ଲକ ଶିକ୍ଷା ଅଧିକାରୀ ଧୃବ ଚରଣ ଘିବେଲା,ବିଜ୍ଞାନ ନିରୀକ୍ଷକ ଦେବେନ୍ଦ୍ର ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

Related Post

କଂଟେନମେଂଟ ଅଂଚଳରୁ ଲୁଚି କରି ଆସି ଦୋକାନ ଖୋଲିଥିବା ବ୍ୟକ୍ତିକୁ କ୍ୱାରେଂଟିନ କେନ୍ଦ୍ରରେ ଛାଡିଲା ପୋଲିସ

Posted by - May 4, 2020 29
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)କଂଟେନମେଂଟ ଅଂଚଳରୁ ଲୁଚି କରି ଆସି ଦୋକାନ ଖୋଲିଥିବା ବ୍ୟକ୍ତିକୁ କାବୁ କରି ସରକାରୀ କ୍ୱାରେଂଟିନ କେନ୍ଦ୍ରରେ ଛାଡିଲା ପୋଲିସ । ଯାଜପୁର…

କାଶୀପୁର ଗୋଟିଏ ଦିନରେ ଦୁଇଟି ମନ୍ଦିର ରେ ଚୋରି, ଦୁଇ ମନ୍ଦିରରେ କଳାକନା ବୁଲାଇଲେ ଚୋର

Posted by - January 22, 2022 0
କାଶୀପୁର :(ଅଞ୍ଜନ କୁମାର ନାଏକ)ଚୋର ବୃତି କ୍ରମାଗତ ଭାବେ ଵୃଦ୍ଧି ହେଉଥିବାବେଳେ ପୋଲିସ ନିଷ୍କ୍ରିୟତା ଏବେ ବୁଦ୍ଧିଜୀବି ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।ରାୟଗଡା ଜିଲ୍ଲା,କାଶୀପୁର ରେ…

ବିଶେଷ କମିଟି ଉପ କାରାଗାର ପରିଦର୍ଶନ

Posted by - September 29, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ) ଓଡିଶା ସରକାରଙ୍କ ଗୃହ ବିଭାଗ ମନୋନୀତ ବିଶେଷଜ୍ଞ ଶିଶୁ ସୁରକ୍ଷା ବିଭାଗ ଉପକାରାଗାର ପରିଦର୍ଶନ କରିଛନ୍ତି l ଏଥିରେ ଜିଲ୍ଲା ଆଇନ୍ ସେବା…

ଭାରତୀୟ ଜନତା ପାର୍ଟିର ଶକ୍ତି କେନ୍ଦ୍ର ପ୍ରମୁଖ ଓ ସହ ପ୍ରମୁଖ କୁ ନେଇ ବୈଠକ

Posted by - September 23, 2022 0
ଧର୍ମଗଡ଼ : (ହେମନ୍ତ କୁମାର ମାଝୀ)  ନୂତନ ଭାବରେ ଧର୍ମଗଡ ବିଧାନସଭା ମଣ୍ଡଳୀ ର ମଙ୍ଗ ଧରିଥିବା ପ୍ରଭାରୀ ଶ୍ରୀ ଅଜୟ କୁମାର ପାଣିଗ୍ରାହୀ ଧର୍ମଗଡ଼ ବ୍ଳକ…

ରାତି ପାହିଲେ ସାବିତ୍ରୀ ଅମାବାସ୍ୟା,ମା ବିରଜା ମନ୍ଦିର ଆଖ ପାଖ ଅଞ୍ଚଳ ରେ ୧୪୪ ଧାରା ଜାରି

Posted by - May 21, 2020 0
ଭୁବନେଶ୍ବର/ଯାଜପୁର :(ରାତି ପାହିଲେ ସାବିତ୍ରୀ ବ୍ରତ ଥିବାରୁ ରାଜ୍ୟ ର ବିଭିନ୍ନ ସହରରେ ଲୋକମାନଙ୍କ ଅସମ୍ଭାଳ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଛି। ସାବିତ୍ରୀ ବ୍ରତ ପାଳିବା…