ବଡ଼ବିଲ – ନାଲଦା ରାଜ୍ୟ ରାଜପଥର ମା’ ମଙ୍ଗଳା ପେଟ୍ରୋଲ ପମ୍ପ୍ ନିକଟରେ ଅଜଣା ଗାଡ଼ି ମାଡ଼ିଯାଇ ଜଣେ ବ୍ୟକ୍ତିଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି ମାଟକାମବେଡ଼ା ଅଂଚଳର ଇନ୍ଦ୍ରଜିତ କେଇନ୍ଥ ଓରଫ୍ ପପୁ (୫୫) । ଆଜି ଅପରାହ୍ନରେ ନୋ ଏଣ୍ଟ୍ରି ଖୋଲିବା ପରେ ଦିନ ପ୍ରାୟ ୨ଟା ୩୦ ମିନିଟ୍ ସମୟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦୁର୍ଘଟଣାର ଶିକାର ଇନ୍ଦ୍ରଜିତ ରାସ୍ତା କଡ଼ରେ ଚାଲିଚାଲି ଯାଉଥିବା ସମୟରେ କୌଣସି ଏକ ଗାଡ଼ି ତାଙ୍କୁ ଧକ୍କା ଦେଇ ମାଡ଼ି ଚାଲିଯାଇଥିବା ଅନୁମାନ କରାଯାଉଛି ।
ଦୁର୍ଘଟଣାର ଖବର ପାଇ ବଡ଼ବିଲ ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଜବତ୍ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ତେବେ ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି ଓ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଚିହ୍ନଟ କରିବା ପାଇଁ ପ୍ରୟାସ କରାଯାଉଛି ବୋଲି ବଡ଼ବିଲ ଆଇଆଇସି ସୁଶାନ୍ତ ଦାଶ ସୂଚନା ଦେଇଛନ୍ତି ।
