ସୁନା ଦୋକାନ ଲୁଟ୍ ଘଟଣା ର ପର୍ଦ୍ଦାଫାଶ , ୪ ଲୁଟେରା ଗିରଫ ୪୫ ହଜାର ଟଙ୍କା ଓ ବନ୍ଧୁକ ସହ ୨ ଗୁଳି ଜବତ

36 0

ପାଟଣାଗଡ :(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସହରର ବହୁ ଚର୍ଚ୍ଚିତ ଲୁଟ୍ ଘଟଣା ର ପର୍ଦ୍ଦାଫାଶ କଲା ପୋଲିସ। ସୂଚନାଯୋଗ୍ୟ ଯେ ପାଟଣାଗଡ଼ ସହରର ମଧ୍ୟ ସ୍ଥଳୀରେ ଥିବା ଅମୃତ କଳସ ସୁନା ଦୋକାନ ରେ ଗତ ତା- ୫/୦୮/୨୨ ଦିନ ୬ ଜଣ ଡକାୟତ ସୁନା ଦୋକାନ କୁ ପଶି ମାଲିକ ମୁକେଶ ଜୈନ ର ମୁଣ୍ଡ ରେ ବନ୍ଧୁକ ରଖି ଦୁଇ କେଜି ସୁନା ଓ ନଗଦ ୫୦୦୦୦ ଟଙ୍କା ଲୁଟ୍ କରି ଫେରାର ମାରିଥିଲେ। ଉକ୍ତ ଡକାୟତି ଘଟଣା ବିଷୟରେ ପାଟଣାଗଡ଼ ର ବିଭିନ୍ନ ସଂଗଠନ ପକ୍ଷରୁ ଏସ ପି ଙ୍କୁ ଦାବିପତ୍ର ଦେଇଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁ କରି କେଶ ନଂ ୧୩୯ ତାରିଖ ୟୁ ଏସ୍ ୩୯୫ ଆଇ,ପି,ସି /୨୫/୨୭ ମାମଲା ରେ ତଦନ୍ତ ଜାରି ରଖିଥିଲେ ।

ଡକାୟତି ର ୧୧ ଦିନ ପରେ ପୋଲିସ ୪ ଜଣଙ୍କୁ ଗିରଫ କରିବାରେ ପୋଲିସ କୁ ସଫଳତା ମିଳିଥିଲା । ଗିରଫ ବ୍ୟକ୍ତିମାନେ ହେଲେ ପାଟଣାଗଡ଼ ଥାନା ସମଳେଶ୍ବର ଗାଁ ର ଶେଷଦେବ ବଗର୍ତ୍ତି, ରାମପୁର ର ଆଓ୍ବାଜ ମେହେର, ବରଗଡ଼ ଜିଲ୍ଲା ବିଜେପୁର ଅଞ୍ଚଳର ଚନ୍ଦ୍ର ଓରଫ ଚନ୍ଦ୍ରମଣି ମେହେର ଏବଂ ସୁବର୍ଣ୍ଣପୁର ଜିଲ୍ଲା ଖୁଟପାଲି ଗାଁ ର ଅଲେଖ ବଢ଼େଇ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ଓ ସେମାନଙ୍କ ଠାରୁ ନଗଦ ୪୨୫୦୦ ଟଙ୍କା, ଗୋଟିଏ ଦେଶୀ ବନ୍ଧୁକ,୮ ଏମ୍ ଏମ୍ ର ଜୀଅନ୍ତା ଗୁଲି, ଗୋଟିଏ ସେମସଙ୍ଗ ମୋବାଇଲ ଜବତ କରିଥିବା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତା ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷରେ ସୁନା ନେଇ ଆହୁରି ଚାରି ଜଣ ବାହାର ରାଜ୍ୟକୁ ଫେରାର ମାରିଥିବା ବେଳେ ତାଙ୍କୁ ଗିରଫ କରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିବା ଏସ ଡି ପି ଓ ଜ୍ୟୋତିର୍ମୟ ଭୁକ୍ତା କହିଛନ୍ତି।

Related Post

ବିରଜା ମନ୍ଦିର ପରିସରରେ ଗ୍ଲୋବାଲ ପିସ ଫାଉଣ୍ଡେସନ ପକ୍ଷରୁ ଦୀପ ଦାନ

Posted by - March 7, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ୟୁକ୍ରେନ ଉପରେ ରୁଷ ଆକ୍ରମଣ କୁ ନେଇ ବିଶ୍ୱରେ ଆସନ୍ତି ଦେଖା ଦେଇଛି।ଏହାର ପ୍ରତିବାଦରେ ଯାଜପୁର ବିରଜା ମନ୍ଦିର ପରିସରରେ ଗ୍ଲୋବାଲ…

ଦେସିଲଠାରେ ୬୦୦ ଶଯ୍ୟା ବିଶିଷ୍ଟ ଅନ୍ୱେଷା ହଷ୍ଟେଲର ଗୃହ ପ୍ରବେଶ ଅବସରରେ ଯୋଗଦେଲେ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ

Posted by - September 14, 2022 0
ଟିଟିଲାଗଡ : (ସଞ୍ଜୟ କୁମାର ନାୟକ) ଲୋକଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଗମନା ଗମନ ବ୍ୟବସ୍ଥା କରିବା ସରକାରଙ୍କ ଜନସାଧାରଣଙ୍କ ପାଇଁ ପ୍ରଥମ କାମ। ଟିଟିଲାଗଡର ବିଧାୟିକା…

ନୀଳଗିରି ପାଇଁ ଅଶୁଭ ଦିନ।ଗୋଟାଏ ଦିନ ରେ ଦୁଇ ମୃତ୍ୟୁ, ଭାଲୁ ଆକ୍ରମଣ ରେ ମହିଳା ଗୁରୁତର

Posted by - January 30, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ନୀଳଗିରି ପାଇଁ ଏକ ଅଶୁଭ ଦିନ । ଗୋଟାଏ ଦିନ ରେ ଅଘଟଣ ରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଭାଲୁ ଆକ୍ରମଣ ରେ ଜଣେ…

ଜୟପାଟଣା ଆଂଚଳିକ କରଣ ସମାଜ ର ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ପୂଜା ସମାପିତ

Posted by - November 8, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଜୟପାଟଣା ଆଂଚଳିକ କରଣ ସମାଜ ପକ୍ଷରୁ ଆୟୋଜିତ ତ୍ରି ଦିନାତ୍ମକ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ପୂଜା କରୋନା କଟକଣା ମଧ୍ୟରେ ଅତି…

ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଟିଟିଲାଗଡ ଡ୍ରାଇଭର ସଙ୍ଘ ଗଠିତ ହେବା ସହ ନୂତନ କର୍ମକର୍ତ୍ତା ଚୟନ

Posted by - April 3, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ସ୍ଥାନୀୟ ପିପଲପଦର ସ୍ଥିତ ଆମ୍ବ ବଗିଚା ଠାରେ ଓଡିଶା ଡ୍ରାଇଭର ମହାସଙ୍ଘର ବଲାଙ୍ଗୀର ଜିଲ୍ଲା ସମ୍ପାଦକ ଇସାକ ସାଗରଙ୍କ ଉପସ୍ଥିତିରେ ଟିଟିଲାଗଡ ଡ୍ରାଇଭର ସଙ୍ଘ…