ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲାରେ ଆଜକୁ ୫ଦିନ ଧରୀ ବନ୍ୟା ଜଳ ପ୍ରଭାହିତା ଯୋଗୁଁ ହରଭଙ୍ଗା ବ୍ଲକରେ ୯ଟି ପଂଚାୟତର ୫୫ରୁ ଉର୍ଦ୍ଧ ରାଜସ୍ବ ଗାଁ ବନ୍ୟାଜଳ ଜଳବନ୍ଦୀ ହୋଇ ରହିଛି। ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଜାରି ରହିଥିବାରୁ ନଦୀକୁଳିଆ ଅଂଚଳ ଯଥା -ହରଭଙ୍ଗା, କୁଶାସିଙ୍ଗା, ଅତଲସରା,ଧଳପୁର, ଖଣ୍ଡି ଧଳପୁର, କରଡ଼ି, କୁମାରୀ, ତୀରଡ଼, କୃଷ୍ଣ ମୋହନପୁର, ମାରଡ଼ା,ବୁଲୁରା, ସଦଳଗଣ୍ଡା, ସାକୁସିଙ୍ଗା, ପଇଦାଭୂଇଁ, ମହୁଲଧର, ପ୍ରଗଳପୁର ଆଦି ମହାନଦୀକୁଳିଆ ୫୫ଟି ଗାଁ ଏବେ ୫ ଦିନ ଧରୀ ପାଣିଘେରରେ ଅଛି ବହୁ ପରିମାଣର ଏକର ଏକର ଚାଷଜମି ବନ୍ୟା ଜଳରେ ବୁଡ଼ି ରହିଛି
ହରଭଙ୍ଗା ମହାନଦୀ କୂଳରେ ୨ଟି ଘାଇ ହେବଫଳରେ ଏହି ଘାଇ ବାଟଦେଇ ହରଭଙ୍ଗା ଅଂଚଳକୁ ବନ୍ୟାଜଳ ପଶିବା ଫଳରେ ଲୋକମାନେ ଆତଙ୍କ ଅବସ୍ଥାରେ ଘର ଛାଡି ଉଚ୍ଚ ସ୍ଥାନମାନଙ୍କୁ ଚାଲି ଯାଇଛନ୍ତି।ଜଗନ୍ନାଥ ସଡ଼କରେ ହରଭଙ୍ଗା -ବୌଦ୍ଧ ରାସ୍ତାରେ ୧୦ ଫୁଟ ବନ୍ୟାଜଳ ପ୍ରଭାହିତ ହୋଉଛି। ଫଳରେ ଯୋଗାଯୋଗ ବିଛିନ୍ନ ହୋଇପଡିଛି। ବିଶେଷ ଭାବେ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ବହୁ ଚାଳଘରଭାଙ୍ଗି ଯିବା ସହ, ବ୍ୟାପକ କ୍ଷତି ଘଟିଛି।ପାଣିଘେରରେ ଥିବା ବିପନ୍ନ ମାନଙ୍କୁ ଆଜି ପଯ୍ୟନ୍ତ ରିଲିଫ ପ୍ରଦାନ କରାଯାଇନାହିଁ।
ବନ୍ୟା ଯୋଗୁଁ ଦିନ ମଜୁରିଆ ମାନେ କାମ ଧନ୍ଦା ନପାଇ ଭୋକ ଉପାସରେ ଅଛନ୍ତି। ଆଜି ହରଭଙ୍ଗା ବନ୍ୟା ପରିସ୍ଥିତି ଅନୁଧ୍ୟାନ ପାଇଁ ପଂଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ, ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ବୌଦ୍ଧ ପିଡି ଅଶ୍ୱିନୀ ମେହେର, ବିଡିଓ ସ୍ମିତା ରଥ, ପ୍ରମୁଖ ହରଭଙ୍ଗା, କୁଡାସିଙ୍ଗା, ଖଣ୍ଡି ଧଳପୁର ଆଦି ବନ୍ୟାଂଚଳ ଓଡ୍ରାଫ୍ଟ ବୋର୍ଟ ରେ ଯାଇ ବନ୍ୟା ଅଞ୍ଚଳ ପରିଦର୍ଶନ କରିଥିଲେ।ପାଣି ଘେରରେ ଥିବା ଲୋକମାନେ ବନ୍ୟା ଆଶ୍ରୟ ସ୍ଥଳୀରେ ରହିବାକୁ ପରାମର୍ଶ ଦେଇଥିଲେ। ବନ୍ୟା ଆଶ୍ରୟ ସ୍ଥଳୀରେ ରନ୍ଧା ଖାଦ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ।