ସମ୍ୱଲପୁରର ରାଷ୍ଟ୍ରୀୟ ଗୋପାଳ ବିଦ୍ଯା ମନ୍ଦିର ଇଂରାଜୀ ମାଧ୍ୟମ ହାଇସ୍କୁଲ୍ ପକ୍ଷରୁ ଅମ୍ରୁତ ମହୋତ୍ସବ ଏବଂ ୭୬ ତମ ସ୍ୱାଧୀନତା ଦିବସ ପାଳିତ

28 0

ସମ୍ୱଲପୁର: 17/08(ରମାକାନ୍ତ ବିଶ୍ବାଳ)ସମ୍ୱଲପୁରର ରାଷ୍ଟ୍ରୀୟ ଗୋପାଳ ବିଦ୍ଯା ମନ୍ଦିର, ଇଂରାଜୀ ମାଧ୍ୟମ ହାଇସ୍କୁଲ୍, ପକ୍ଷରୁ ଗତ ପନ୍ଦର ଅଗଷ୍ଟ ଦିନ, ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅମ୍ରୁତ ମହୋତ୍ସବ ଏବଂ ଭାରତବର୍ଷର 76 ତମ ସ୍ୱାଧୀନତା ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ଯା ମନ୍ଦିରର ଅଧ୍ୟକ୍ଷା ଶ୍ରୀମତୀ ଇନ୍ଦିରା ପ୍ରିୟଦର୍ଶିନୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରାଷ୍ଟ୍ରୀୟ ସମାରୋହରେ ମୂଖ୍ଯ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ସଂସ୍କ୍ରୁତି ରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର୍ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସାମୁହିକ ଜାତୀୟ ସଙ୍ଗୀତ ଗାନ ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଅମର୍ ସହିଦ୍ ମୁକ୍ତି ସଂଗ୍ରାମୀ ମାନଙ୍କ ଏବଂ ଭାରତମାତାଙ୍କ ଜୟ ଘୋଷରେ ଗଗନ ପବନ ମୁଖରିତ ହୋଇ ଉଠିଥିଲା


ମୂଖ୍ଯ ଅତିଥି ବିଶିଷ୍ଟ ସମାଜସେବୀ ସଂସ୍କ୍ରୁତି ରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର୍ ନିଜ ଉଦ୍’ବୋଧନରେ କହିଲେ ଯେ – ଭାରତମାତା ଙ୍କୁ ବିଦେଶୀ ଶାସନ ଶ୍ରୁଙ୍ଖଳରୁ ମୁକ୍ତ କରିବା ପାଇଁ ଯେଉଁ କ୍ରାନ୍ତିକାରୀ ସ୍ୱାଧୀନତା ସଂଗ୍ରାମୀ ମାନେ ବଳିଦାନ ଦେଇ ଯାଇଛନ୍ତି, ସେମାନଙ୍କ ପାଖରେ ଆମେ ଚିରରୁଣୀ । ସେହି ଅମର୍ ସହିଦ୍ କ୍ରାନ୍ତିକାରୀ ମୁକ୍ତି ସଂଗ୍ରାମୀ ମାନେ ଆମର ଚିର ନମସ୍ଯ, ଚିର ସ୍ମରଣୀୟ ଓ ଚିର ବନ୍ଦନୀୟ ହୋଇ ରହିବେ । 1827 ମସିହାରୁ ସମ୍ୱଲଭୂମିର ଭାରତ ପ୍ରଖ୍ୟାତ ଦୁର୍ଦ୍ଦମନୀୟ ସ୍ୱାଧୀନତା ସଂଗ୍ରାମୀ ଜାତୀୟ ବୀର ସୁରେନ୍ଦ୍ର ସାଏଙ୍କ ଊଲ୍’ଗୁଲାନ୍ ଠାରୁ ଆରମ୍ଭ କରି ମହାତ୍ମା ଗାନ୍ଧି ଙ୍କ ଆହ୍ୱାନରେ, ସମ୍ୱଲପୁର ଅଂଚଳରେ, ଭାରତ ଛାଡ଼ ଆନ୍ଦୋଳନ ଏବଂ ଦେଶ ସ୍ୱାଧୀନ ହେବା ପର୍ଯ୍ଯନ୍ତ ଜାରି ରହିଥିବା ସଂଗ୍ରାମ ଉପରେ ମୂଖ୍ଯ ଅତିଥି ଶ୍ରୀଯୁକ୍ତ ବହିଦାର୍ ଆଲୋକପାତ କରିଥିଲେ । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ମହିଳା ମାନଙ୍କ ଯୋଗଦାନ ଅବିସ୍ମରଣୀୟ ବୋଲି କହିବା ସଙ୍ଗେ ସଙ୍ଗେ ଆଗାମୀ ଦିନରେ ଆମ୍ଭେମାନେ ନିଜ ପୁରୁଷାର୍ଥ ଦ୍ୱାରା ଭାରତବର୍ଷକୁ ଆହୁରି ଶକ୍ତିଶାଳୀ ଓ ସମ୍ରୁଦ୍ଧିଶାଳୀ କରି ଗଢ଼ି ତୋଳିବା ଏବଂ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଅଧୂରା ଥିବା ସମସ୍ତ ସ୍ୱପ୍ନ ଗୁଡ଼ିକୁ ସାକାର କରିବା ବୋଲି ଶ୍ରୀଯୁକ୍ତ ବହିଦାର୍ ନିଜ ବକ୍ତବ୍ଯରେ କହିଥିଲେ ।

ସମଗ୍ର ଭାରତବର୍ଷରେ ଗୋହତ୍ଯା ବନ୍ଦ୍ କରିବା ଏବଂ ସମ୍ପୂର୍ଣ୍ଣ ନିଶା ନିବାରଣ କରି ମହର୍ଷି ଶ୍ରୀ ଅରବିନ୍ଦ ଙ୍କ ଅଖଣ୍ତ ଭାରତ ସ୍ୱପ୍ନକୁ ସାକାର କରିବା ପାଇଁ, ଅନ୍ଯାୟ ଅତ୍ଯାଚାର ଦୁର୍ନୀତି ଭ୍ରଷ୍ଟାଚାର ମୁକ୍ତ ଭାରତ ଗଠନ ପାଇଁ, ସମ୍ୱଲପୁରର ବରିଷ୍ଠ ଓକିଲ ଶ୍ରୀଯୁକ୍ତ ପ୍ରଦୀପ କୁମାର ବହିଦାର୍, ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି, ସମସ୍ତଙ୍କୁ ଆହ୍ୱାନ କରିଥିଲେ ।
ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନେ କାର୍ଯ୍ଯକ୍ରମ ପ୍ରାରମ୍ଭରେ, କାର୍ଯ୍ଯକ୍ରମ ମଧ୍ୟ ଭାଗରେ ଏବଂ କାର୍ଯ୍ଯକ୍ରମ ଶେଷରେ ଆକର୍ଷଣୀୟ ଦେଶାତ୍ମବୋଧକ ସଙ୍ଗୀତ ମାନ ପରିବେଷଣ କରିଥିଲେ । ବର୍ଷଣ ମୁଖର ପ୍ରଭାତରେ, ପ୍ରଭାତଫେରିରେ, ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ତତ୍ତ୍ୱାବଧାନରେ, ଶତାଧିକ ଛାତ୍ରଛାତ୍ରୀ, ସମର ଶିକ୍ଷାର୍ଥୀ ବାହିନୀ, ସ୍କାଉଟ୍ ଓ ଗାଇଡ୍ ର ଛାତ୍ରଛାତ୍ରୀ ମାନେ ବିଭିନ୍ନ ଦେଶାତ୍ମବୋଧକ ସଙ୍ଗୀତ ଗାନ ସହ, ବରପୁତ୍ର ମାନଙ୍କ ଜୟଘୋଷ କରି, ଶ୍ଲୋଗାନ୍ ମାନ ଦେଇ, ନଗର ପରିକ୍ରମା କରିଥିଲେ । ଏହି ଶୁଭ ଅବସରରେ ମୂଖ୍ୟ ଅତିଥି, ସମ୍ମାନୀତ ଅତିଥି ମାନଙ୍କ ସମେତ୍ ଅଧ୍ୟକ୍ଷା ଶ୍ରୀମତୀ ଇନ୍ଦିରା ପ୍ରିୟଦର୍ଶିନୀ ଙ୍କୁ ଶିକ୍ଷାନୁଷ୍ଠାନ ପକ୍ଷରୁ ସମ୍ମାନୀତ ଓ ସମ୍ୱର୍ଦ୍ଧିତ କରା ଯାଇଥିଲା । ଏହି ଜାତୀୟ ଉତ୍ସବରେ ରାଷ୍ଟ୍ରୀୟ ଗୋପାଳ ବିଦ୍ୟା ମନ୍ଦିରର ପରିଚାଳନା କମିଟିର କର୍ମକର୍ତ୍ତା ଓ ସଭ୍ଯସଭ୍ୟା ବ୍ରୁନ୍ଦ ଏବଂ ସମ୍ୱଲପୁରର ବିଶିଷ୍ଟ ନାଗରିକ ବ୍ରୁନ୍ଦ ଯୋଗଦାନ କରିଥିଲେ ।

Related Post

୫ଟି ହାଇସ୍କୁଲ ରୂପାନ୍ତରଣ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଆଭାସୀ ମାଧ୍ୟମରେ ଲୋକାର୍ପଣ

Posted by - June 2, 2022 0
ବୌଦ୍ଧ :(ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲାର ୨୪ ଟି ୫ଟି ହାଇସ୍କୁଲର ରୂପାନ୍ତରିତ କାର୍ଯ୍ୟକ୍ରମର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଆଭାସୀ ମାଧ୍ୟମରେ ଲୋକାର୍ପଣ ହୋଇ…

ଗୁଣାତ୍ମକ ଶିକ୍ଷା ପାଠ ପଢିଲେ ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ

Posted by - March 14, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ଜିଲ୍ଲାର ଏନଜିଓସିସି ସଭାଗୃହ ଠାରେ ସୋନପୁର ବ୍ଲକର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଏକ ଗୁଣାତ୍ମକ ଶିକ୍ଷା ଉପରେ ପ୍ରଶିକ୍ଷଣ କର୍ମଶାଳା…

ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ଲକ୍ଷାଧିକ ସମ୍ପତ୍ତି  ଭସ୍ମୀଭୂତ

Posted by - November 22, 2021 0
ବସ୍ତା:(ପ୍ରଭାକର ମଲ୍ଲିକ)ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ଲକ୍ଷାଧିକ ସମ୍ପତ୍ତି  ଭସ୍ମୀଭୂତ,ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଝିଞ୍ଜିପୁରା ଗ୍ରାମରେ, ଗ୍ରାମର ବୈରାଗୀ…

କୃଷକ ଉତ୍ପାଦକ ସଂଗଠନ ତ୍ରୟମାସିକ ସମୀକ୍ଷା ବୈଠକ

Posted by - May 18, 2022 0
ସୋନପୁର:(ଅଜିତ କୁମାର ପୂଜାହାରି)ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ନାବାର୍ଡ଼ ଅନୁଦାନ ପ୍ରାପ୍ତ କୃଷକ ଉତ୍ପାଦକ ସଂଗଠନମାନଙ୍କର ତ୍ରୟମାସିକ ବୈଠକ ଆଜି ସୁବର୍ଣ୍ଣପୁର କୃଷି ବିଜ୍ଞାନ କେନ୍ଦ୍ର ସଭାଗୃହରେ…

ହରଭଙ୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ଜଳ ଦିବସ ପାଳିତ

Posted by - March 22, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ହରଭଙ୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ଜଳ ଦିବସ ଏଲଏଣ୍ଡ ଟି କମ୍ପାନୀ ତରଫରୁ ପାଳିତ ହୋଇଯାଇଛି। ଏଥିରେ କମ୍ପାନୀର ପ୍ରାଥୀବୀ ମନହୋର, ହରଭଙ୍ଗା…