Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ବନ୍ୟା ପରିସ୍ଥିତି ଗମ୍ଭୀର :୨୦ଟି ଗାଁ ପାଣି ଘେରରେ, ହରଭଙ୍ଗା -ବୌଦ୍ଧ ଯୋଗାଯୋଗ ବିଛିନ୍ନ, ଚାଷଜମି ଜଳମଗ୍ନ

24 0

ବୌଦ୍ଧ:(ଚିତ୍ତ ରଂଜନ ସିଂ)ସଫ୍ରତି ୩ଦିନ ଧରୀ ଲଘୁଚାପ ଜନିତ ବର୍ଷା ଜାରିରହିଥିବା ବେଳେ, ହୀରାକୁଦ ଜଳଭଣ୍ଡାରରୁ ୪୦ ଟି ଗେଟ ଖୋଲାଯାଇ ଡେମରୁ ବନ୍ୟାଜଳ ନିଷ୍କାସନ କରାଯିବାରୁ ହରଭଙ୍ଗା ବ୍ଲକର ୨୦ରୁ ଉର୍ଦ୍ଧ ଗ୍ରାମ ପାଣିଘେରରେ ଅଛି। ଯଥା -ମାରଡ଼ା, ପାଣିଘରା,ଭେଜିଗୋଡା, ସୁରୁଣ୍ଡି, ହରଭଙ୍ଗା, ଧଳପୁର, ଖଣ୍ଡି ଧଳପୁର, ଉଆଁଳ, ଝରାସାହି, କୁଡାସିଙ୍ଗା,ସଦଳଗଣ୍ଡା, ତେନ୍ତୁଳିପଦର,ସାକୁସିଙ୍ଗା, ତୀରଡ଼,ଆଦି ଗ୍ରାମ ପାଣି ଘେର ମଧ୍ୟରେ ଅଛି।ଏକର ଏକର ଚାଷଜମି ଜଳମଗ୍ନ ହୋଇପଡିଛି।ସେହିପରି ହରଭଙ୍ଗା -ବୌଦ୍ଧ ଜଗନ୍ନାଥ ସଡ଼କ ଉପରେ ୫ଫୁଟ ବନ୍ୟାଜଳ ପ୍ରଭାହିତ ହେବା ଯୋଗୁଁ ଯୋଗାଯୋଗ ବିଛିନ୍ନ ହୋଇପଡିଛି।

ସେହିପରି ବୌଦ୍ଧ ପୂର୍ତ୍ତ ବିଭାଗର ଫୁଲବାଣୀ-ଟିକରପଡା ରାସ୍ତାର ଉଦଣ୍ଡି’ନାଳ ଉପରେ ୮ଫୁଟ ର ବନ୍ୟାଜଳ ପ୍ରଭାହିତ ଯୋଗୁଁ ଯୋଗାଯୋଗ ବିଛିନ୍ନ ହୋଇପଡିଛି । ଲଗାଣ ବର୍ଷା ଯୋଗୁଁ ବହୁ କଚ୍ଚାଘର ଭାଙ୍ଗି ଯାଇଥିବା ଜଣାପଡିଛି।ବର୍ଷା ଓ ବନ୍ୟା ଯୋଗୁଁ ଦିନ ମଜୁରିଆ ମାନେ କାମ ଧନ୍ଦା ନପାଇ ଘରେ ବସିରହିଛନ୍ତିମହାନଦୀର ବନ୍ୟାଜଳ ବୃଦ୍ଧି ପାଉଥିବାରୁ ନଦୀକୁଳିଆ ବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି.ବନ୍ୟାଜଳ ବୃଦ୍ଧି ପାଉଥିବାରୁ ନଦୀକୁଳିଆ ବାସୀଙ୍କୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଉଛି।

ପାଣିଘେରରେ ଥିବା ବିପନ୍ନ ମାନଙ୍କୁ ଉଦ୍ଧାର କାର୍ଯ୍ୟ ସହିତ ରିଲିଫ ଯୋଗାଇ ଦେବାକୁ ବ୍ଲକ ପ୍ରଶାସନ ତରଫରୁ କର୍ମଚାରୀଙ୍କୁ ଅଂଚଳ ବୁଲି ପଦକ୍ଷେପ ନେବାପାଇଁ ହରଭଙ୍ଗା ବିଡିଓ ସ୍ମିତା ରଥ ପ୍ରକାଶ କରିଛନ୍ତି. ବନ୍ୟାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି ବୋଲି ବିଡିଓ ପ୍ରକାଶ କରିଛନ୍ତି।ଧଳପୁର ଠାରେ ବନ୍ୟାରେ ଭାସିଯାଇ ଏକ ଗାଈର ମୃତ୍ୟୁ ହେଇଥିବା ଜଣାପଡିଛି ।

Related Post

ବରଗଡ଼ରେ ମୋଦି ଓ ନବୀନଙ୍କ ଉପରେ ବର୍ଷିଲେ ରାହୁଲ୍

Posted by - March 15, 2019 19
ଓଡିଶା ଗସ୍ତରେ ଆସି ବରଗଡ ସରସରା ଗାଁରେ କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶ ଯୋଗଦେଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ସମାବେଶରେ ନିଜର ଅଭିଭାଷଣ ଦେଇ…

ସିଦ୍ଧାର୍ଥ ସ୍ୱାଇଁ ଅନୁଗୁଳ ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗ ଦେଲେ

Posted by - September 14, 2020 0
ଅନୁଗୁଳ -(ମହେଶ ଭୋମ ରାଜ) ଅନୁଗୁଳ ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବରେ ସିଦ୍ଧାର୍ଥ ସ୍ୱାଇଁ ଆଜି (ସୋମବାର) ଯୋଗଦାନ କରିଛନ୍ତି । ଆଜି ସକାଳେ ଜିଲ୍ଲା କାର୍ଯ୍ୟାଳୟଠାରେ…

ଆସନ୍ତା ରବିବାର ଦିନ ବାଲିବନ୍ଧା ରେ  ପୁଣି ବସିବ କମଲି ବଜାର ସାପ୍ତାହିକ ହାଟ

Posted by - June 29, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ )ଆସନ୍ତା ରବିବାର ଦିନ ବାଲିବନ୍ଧା ରେ ପୁଣି ବସିବ କମଲି ବଜାର ସାପ୍ତାହିକ ହାଟ।ସୂଚନା ଦେଲେ ଉପ କମିଶନର ମହାନଗର ନିଗମ।ସମଲେଇ ଯୋଜନାରେ କମଲିବଜାର…

ମୁଖ୍ୟମନ୍ତ୍ରୀ ଙ୍କ ୭୫ ତମ ଜନ୍ମଦିନ ଅବସରରେ ବିଶାଳ ରକ୍ତଦାନ ଶିବିର

Posted by - October 17, 2021 0
ବରୀ :(ସ୍ନେହାଂଶୁ ଶେଖର ମହାନ୍ତି)ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ରାମପୁର ଠାରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ, ଯାଜପୁର ତରଫରୁ…

ନୂଆଁଖାଇ ସଜବାଜରେ ଚଳଚଞ୍ଚଳ ଗାଁ ଠୁଁ ସହର

Posted by - August 31, 2022 0
ଭବାନୀପାଟଣା: ୩୧/୮:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ରାତି ପହିଲେନୂଆଁଖାଇ। ସଜବାଜ ରେ ଚଳଚଞ୍ଚଳ ହୋଇ ଉଠିଛି ଗାଁ ସହର।ସାପ୍ତାହିକ ବଜାର ସାଙ୍ଗକୁ ସହର ଗାଁ ଗଣ୍ଡା…