ପ୍ରବଳ ବର୍ଷା ସତ୍ବେ ସଫଳତାର ସହିତ ସମ୍ପନ୍ନ ହେଲା ତିରଙ୍ଗା ଯାତ୍ରା ,ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କଲା ଅମୃତ୍ ମହୋତ୍ସବ ତିରଙ୍ଗା ଯାତ୍ରା କମିଟି

37 0

ସମ୍ବଲପୁର: ୧୩/୦୮:( ରମାକାନ୍ତ ବିଶ୍ବାଳ)ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଚାଲିଛି “ଆଜାଦି କା ଆମୃତ୍ ମହୋତ୍ସବ” କାର୍ଯ୍ୟକ୍ରମ । ବର୍ଷ ତମାମ ଅନେକ ସରକାରୀ ବେସରକାରୀ କାର୍ଯ୍ୟକ୍ରମ ଓ ଯୋଜନାମାନ ହାତକୁ ନିଆଯାଇଛି । କିନ୍ତୁ, ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଜି ଙ୍କର ଆହ୍ବାନ କ୍ରମେ ଅଗଷ୍ଟ ୧୩ ରୁ ଅଗଷ୍ଟ ୧୫ ହର ଘର ତିରଙ୍ଗା ଓ ତିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ର ସମଗ୍ର ଦେଶରେ ବିଶେଷ ଆକର୍ଷଣ ରହିଛି । ପୁର ରୁ ପଲ୍ଲୀ ଯାଏଁ ଓ ପଲ୍ଲୀ ରୁ ଦିଲ୍ଲୀ ଯାଏଁ ସମଗ୍ର ଦେଶରେ ଚାଲିଛି ତିରଙ୍ଗା ଯାତ୍ରା ଓ ତିରଙ୍ଗା ବଣ୍ଟନ କାର୍ଯ୍ୟକ୍ରମ ।

ଏହି ମର୍ମ ରେ ଆଜି ସମ୍ବଲପୁର ସହରରେ ବିଶାଳ ତିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ସଫଳତାର ସହିତ ସମ୍ପନ୍ନ ହୋଇ ଯାଇଛି । “ଆମୃତ ମହୋତ୍ସବ ତିରଙ୍ଗା ଯାତ୍ରା କମିଟି” ତରଫ ରୁ ଆୟୋଜିତ ଆଜିର ଏହି ଐତିହାସିକ ପଦଯାତ୍ରା ରେ ସହରର ଅନେକ ଶିକ୍ଷାନୁଷ୍ଠାନ ର ଛତ୍ର ଛାତ୍ରୀ ସହିତ ବହୁ ସାମାଜିକ, ସାଂସ୍କୃତିକ, ଧାର୍ମିକ, ରାଜନୈତିକ ଅନୁଷ୍ଠାନ ର ସଦସ୍ୟ ସଦସ୍ୟା, ଆଇନଜୀବୀ, ବ୍ୟବସାୟୀ, ବିଶିଷ୍ଟ ବ୍ୟକ୍ତିବଶେଷମାନେ ସକ୍ରିୟ ଯୋଗଦାନ କରିଥିଲେ ।ପାଣିପାଗ ବିଭାଗ ର ପୂର୍ବ ସୂଚନା ମୁତାବକ ଗତକାଲି ରାତ୍ରୀ ରୁ ବର୍ଷା ଲାଗିରହିଛି । ସକାଳୁ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସତ୍ବେ ଠିକ ସମୟରେ ସ୍ଥାନୀୟ ଜେଲ୍ ଛକ ଠାରେ ପହଞ୍ଚି ଯାଇଥିଲେ ଲୋକେ ।

ଜେଲ୍ ଛକ ଠାରେ ସ୍ଥାପିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପରେ ଆରମ୍ଭ ହୋଇଥିଲା ଏହି ଐତିହାସିକ ପଦଯାତ୍ରା । ୫୦୦ ମିଟର ଲମ୍ବ ତ୍ରିରଙ୍ଗା କୁ ଧରି ପଦଯାତ୍ରା ଆରମ୍ଭ କରିଥିଲେ ଉପସ୍ଥିତ ରାଷ୍ଟ୍ରଭକ୍ତଗଣ । ଭୂତାପଡ଼ା ଛକ, ଜିଲ୍ଲା ସ୍କୁଲ ଛକ, ଲକ୍ଷ୍ମୀ ଟକିଜ୍ ଛକ, ଧୁଚୁରାପଡ଼ା ଛକ, ଜି.ଏମ କଲେଜ ରାସ୍ତା, ବୁଢ଼ାରଜା ଦେଇ ଶୋଭାଯାତ୍ରା ପହଞ୍ଚିଥିଲା ଅଇଁଠାପାଲି ଛକ ରେ । ଅଇଁଠାପାଲି ଛକ ରେ ସ୍ଥାପିତ ବୀର ବିର୍ସା ମୁଣ୍ଡା ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପରେ ଶେଷ ହୋଇଥିଲା ଶୋଭାଯାତ୍ରା ।

ଆଜିର ଏହି ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ନାଉରୀ ନାୟକ, ବିଜେପି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗିରିଶ ପଟେଲ ଙ୍କ ସମେତ ସିମାଞ୍ଚଲ ଖଟେଇ, ରାମ ଚନ୍ଦ୍ର ମେହେର, ଦାମୋଦର କର, ସତ୍ୟନାରାୟଣ ପଣ୍ଡା, ବିଷ୍ଣୁ ରକ୍ଷିତ, ମାନସ ରଞ୍ଜନ ବକ୍ସି, ବିପିନ ଭାଟିଆ, ଅଶ୍ଵିନୀ ମାଝି, ସୁଧୀର ବହିଦାର, ଜୟନ୍ତ ଦାସ, ଟୁକୁ ମହାନ୍ତି, ସପନ ମିଶ୍ର, ସଦାନନ୍ଦ ପଣ୍ଡା, ପ୍ରଦୀପ ବେହେରା, ନୀଳାମ୍ବର ସିକନ୍ଦର, ଶ୍ରୀକାନ୍ତ ପାଣିଗ୍ରାହୀ, ଅର୍ଜୁନ ପଟ୍ଟନାୟକ, ସରୋଜ କୁମାର ଘଡ଼ାଇ, ଗିରିଜା ସାହୁ, ଡା.ପ୍ରଭାସ ଦେବତା, ମୋହନ ପଣ୍ଡା, ଶିବ ଦିୱାନ, କାହ୍ନୁରାମ ଶର୍ମା, ଆଶିଷ ବାବୁ, ରାଜା ବରାଡ, ରୁପେଶ କୁଅଁର, ଦୟାନିଧି ପ୍ରଧାନ, ପ୍ରଣବ ସତୃଶଲ୍ୟ, ବିକାଶ ପଣ୍ଡା, ଆଶିଷ ପାଢ଼ୀ, ନନ୍ଦ କିଶୋର ମିଶ୍ର, ରଞ୍ଜିତ ରଥ, ପରାଗ ଅଗ୍ରୱାଲ, ଗଣେଷ ପାଲିୱାଲ, ଅନ୍ନପୂର୍ଣ୍ଣା ବାରିକ, ସବିତା ନନ୍ଦ, ପ୍ରଭାସିନୀ ଦାଶ, ରୁନୁ ପ୍ରଧାନ, ଆରତୀ ବରାଡ, ଭାବନି ଦୁଶର, ଅର୍ଚ୍ଚନା ସାହାଣୀ, କାନ୍ତି ମେହେର, ମୁନମୁନ ସୌଦାଗର, ଅନୁଶୟା ସାମଲ, ସୁଜାତା ଗୁରୁ, କାଞ୍ଚନ ଲୁହା, ସଲିଲା ପଣ୍ଡା, ଲକ୍ଷ୍ମୀ ସାହୁ, ଅରୁନ୍ଧତୀ ପାତ୍ର, ରଶ୍ମିତା ହୋତା ପ୍ରମୁଖ ସାମିଲ ଥିଲେ ।

Related Post

ଅରାବଳ ପଂଚାୟତ ର ୩ଟି ବୁଥ ରେ ଜବର ଦଖଲ ହୋଇଥିବା ଅଭିଯୋଗ

Posted by - February 20, 2022 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅରାବଳ ପଂଚାୟତ ର 15,16 ଓ 17 ନମ୍ବର ବୁଥ ରେ ଜବର ଦଖଲ ହୋଇଥିବା ଅଭିଯୋଗ ହୋଇଛି। ପଂଚାୟତ ର ସରପଞ୍ଚ…

ବାଲେଶ୍ୱର ଭୋଗରାଇ ବ୍ଲକ୍‌ରେ ବିଜୁ ଯୁବ ବାହିନୀ କୁ ମୋବାଇଲ ବଣ୍ଟନ ବେଳେ ହାତାହାତି

Posted by - March 1, 2019 0
ବିଜୁ ଯୁବ ବାହିନୀକୁ ମାଗଣା ମୋବାଇଲ୍ ବାଣ୍ଟିବା ପାଇଁ ଆସିଥିଲା। କିନ୍ତୁ ମୋବାଇଲ କିଏ ପାଇବେ ତାକୁ ନେଇ ହାତାହାତି ହୋଇଥିଲେ ଦୁଇ ଗୋଷ୍ଠୀ। ସମାଧାନ ପାଇଁ…

ବରୀ ବ୍ଳକ ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ବୁଡି ଯାଇ ଦୁଇ ଯୁବକ ମୃତ

Posted by - June 20, 2021 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ଯାଜପୁର ଜିଲ୍ଲା ବରୀ ବ୍ଳକ ବ୍ରାହ୍ମଣୀ ନଦୀର ଶଙ୍କରାକୁଳ ଘାଟରେ ଅଘଟଣ । ଗାଧୋଉଥିବା ବେଳେ ବୁଡି ଯାଇ ଦୁଇ ଯୁବକ ମୃତ ।…

ଚିକିତ୍ସା ପାଇ ଅର୍ଥ ସାଜିଛି ବାଧକ

Posted by - August 12, 2021 0
ଭୁବନେଶ୍ୱର:(ସନ୍ତୋଷ ରାଉତ )ଦୁଃଖ ଯେତେବେଳେ ଆସେ ଭାଇ ବନ୍ଧୁଙ୍କୁ ନେଇ ଆସେ।ବୋହୁ ଚାଲିଗଲା ପରେ ମାନସିକ ଭାରସାମ୍ୟ ହରାଇ ବସିଲା ପୁଅ।ପୁଅ ହାତଗୋଡ଼ ଶିକୁଳିରେ ବାନ୍ଧିଦେଇଛନ୍ତି ବାପା…

ଗୁଳିମାଡ଼ରେ ଚାଲିଗଲା ଜଣେ ସମିତିସଭ୍ୟ ସ୍ୱାମୀଙ୍କ ଜୀବନ

Posted by - March 28, 2022 0
ପାଟଣାଗଡ଼ :(ତାପସ ରଞ୍ଜନ ବେହେରା): ଗୁଳିମାଡ଼ରେ ଚାଲିଗଲା ଜଣେ ସମିତି ସଭ୍ୟଙ୍କ ସ୍ୱାମୀଙ୍କ ଜୀବନ। ଏହି ଦୁଃଖଦ ଘଟଣା  ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ବାଗଦୋର…