ଲଗାଣ ବର୍ଷା ଯୋଗୁଁ ସମ୍ବଲପୁର ରେ କୄତିମ ବନ୍ୟା ପରିସ୍ଥିତି

35 0

ସମ୍ବଲପୁର :(ରାମାକାନ୍ତ ବିଶ୍ଵାଳ)ସମ୍ବଲପୁର ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିବା ଫଳରେ ସହର ରେ କୄତିମ ଵନ୍ୟା ପରିସ୍ଥିତି ସୄଷ୍ଠି ହୋଇଛି । ବିଶେଷ କରି ହିରାକୁଦ ଜଳଭଣ୍ଡାର ରେ ଆଜି ମୋଟ ୨୮ ଗୋଟି ଗେଟରୁ ବନ୍ୟାଜଳ ନିସ୍କାସନ ହେବା ପରେ ସମ୍ବଲପୁର ସହର ରେ ଥିବା ବିଭିନ୍ନ ତଳି ଅଞ୍ଚଳରେ କୄତିମ ବନ୍ୟା ପରିସ୍ଥିତି ସୄଷ୍ଠି ହେବା ସହ ଲୋକେ ପାଣି ଘେର ରେ ରହିଛନ୍ତି । ଗତକାଲି ଠାରୁ ସହରରେ ଲଗାଣ ବର୍ଷା ପାଇ ଜଳ ନିସ୍କାସନ ଠିକ ଭାବରେ ହେଇପାରୁ ନ ଥିବାରୁ ବହୁ ଲୋକ ପାଣି ଘେର ରେ ଥିବା ବେଳେ ଆଜି 28 ଗେଟ ରେ ବନ୍ୟାଜଳ ନିସ୍କାସନ ପରେ ପରିସ୍ଥିତି ଅସମ୍ଭାଳ ହୋଇପଡିଛି ।

ବିଶେଷ କରି ସହରର ବିଣାଖଣ୍ଡି, ଚାରଭାଟି, ହିରାକୁଦ କଲୋନୀ, ଟାଙ୍ଗରପାଲି, ଏସ ଆରଆଟି, ସମେତ ବିଭିନ୍ନ ତଳି ଅଞ୍ଚଳରେ ଲୋକଙ୍କ ଘରେ ବର୍ଷା ପାଣି ପ୍ରବେଶ କରିଥିବା ବେଳେ ସହରର ମୁଖ୍ୟ ଛକ ଲକ୍ଷ୍ମୀ ଟକିଜ ଛକ ଓ ଅଇଠାପାଲି ଜାତୀୟ ରାଜପଥ ଉପରେ ବର୍ଷା ପାଣି ଆଣ୍ଠୁଏ ଉପରେ ପ୍ରଭାବିତ ହେଉଥିଲା । ଏଥିସହ ଲଗାଣ ବର୍ଷା ସହ ହିରାକୁଦ ରୁ 28 ଗେଟ ରୁ ବନ୍ୟାଜଳ ନିସ୍କାସନ ପରେ ସମ୍ବଲପୁର ସୋନପୁର ରାଜପଥ ଗୁଣ୍ଡେରପୁର ବ୍ରିଜ ବୁଡି ତା ଉପରେ ବନ୍ୟାଜଳ ପାଣି ପ୍ରଭାବିତ ହେବାରୁ ଏହି ରାସ୍ତାରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ତେଣେ ସମ୍ବଲପୁର ସହର ରେ ଲଗାଣ ବର୍ଷା ଓ କୄତିମ ବନ୍ୟା ପାଇଁ ପାଣି ଘେର ରେ ଲୋକଙ୍କ ପାଖକୁ କିଛି ରିଲିଫ ସାହାଯ୍ୟ ମିଳି ପାରିନଥିବା ଲୋକେ ଅଭିଯୋଗ କରିଛନ୍ତି ।

Related Post

କ୍ୱାରେଣ୍ଟିନ୍ ଗୃହ ରୁ ଶତାଧିକ ଗୁଜୁରାଟ ଫେରନ୍ତା ଫେରାର ପରେ କଠୋର ହେଲେ ଓଡିଶା ସରକାର

Posted by - May 3, 2020 0
ଭୁବନେଶ୍ବର :ଗତକାଲି ପ୍ରବାସୀ ଓଡ଼ିଆଙ୍କୁ ନେଇ ୪ଟି ବସରେ ପାଖାପାଖି ୨୧୬ ଜଣ ଲୋକ ଗଞ୍ଜାମରେ ପହଞ୍ଚିଥିଲେ । ଏମାନଙ୍କ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କ…

ବାରୁଣୀ ସ୍ନାନ ଉପଲକ୍ଷେ ଶ୍ରଦ୍ଧାଳୁ ଙ୍କ ପାଇଁ ସାମାଜିକ ସଂଗଠନର ମାଗଣା ଦହି ସର୍ବତ ବିତରଣ

Posted by - March 30, 2022 0
ବାଲେଶ୍ଵର:ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ କଷାଫଳ ସାରଙ୍ଗ ଶ୍ରୀକ୍ଷେତ୍ର ବେଳାଭୂମି ରେ ଆଜି ବାରୁଣୀ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଉଛି l ଏହି ସ୍ନାନ ଯାତ୍ରାରେ…

ଜନନେତା ଅଶୋକ ଦାସ ଙ୍କ ଶ୍ରାଦ୍ଧ ବାର୍ଷିକିରେ ସେବା କାର୍ଯ୍ୟ

Posted by - December 29, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଜନତା ଦଳର ଅନ୍ୟତମ ପୁରୁଖା ନେତା ତଥା ସ୍ୱର୍ଗତ ବିଜୁପଟ୍ଟନାୟକ ଙ୍କ ଘନିଷ୍ଠ ସହଯୋଗୀ ସ୍ୱର୍ଗତ ଅଶୋକ ଦାସ ଙ୍କ ଶ୍ରାଦ୍ଧ ବାର୍ଷିକି ସମ୍ବଲପୁର ଠାରେ…

ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ପରିସରରେ ପୁଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀଙ୍କ ୬୪ତମ ଶ୍ରାଦ୍ଧୋତ୍ସବ ପାଳିତ

Posted by - May 2, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ବରୀ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ପରିସରରେ ପୁଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀଙ୍କ ୬୪ତମ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି।ମହାବିଦ୍ୟାଳୟର ଅଧକ୍ଷ ବିଷ୍ଣୁଚରଣ…

ରେଳଲାଇନ ଆସି ନ ଥିବା ଜ଼ିଲ୍ଲାକୁ ରେଳ ମନ୍ତ୍ରୀଙ୍କ ଐତିହାସିକ ଜନ ଆଶୀର୍ବାଦ ଯାତ୍ରା

Posted by - August 22, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ସ୍ୱାଧୀନତା ପ୍ରାପ୍ତିର ୭୫ବର୍ଷ ଅତିକ୍ରମ କରି ଯାଇଥିଲେ ମଧ୍ୟ ନବରଙ୍ଗପୁର ଜ଼ିଲ୍ଲାକୁ ରେଳ ପଥ ଛୁଇଁ ପାରି ନାହିଁ l କିନ୍ତୁ ପ୍ରଥମ ଥର…