ଆଜାଦୀ କି ଅମୃତ ମହୋତ୍ସବ ପାଲନ ନେଇ ଅତାବିରା ରେ ସଚେତନ ନାଗରିକ ତରଫରୁ ବାଇକ ଶୋଭାଯାତ୍ରା

57 0

ସମ୍ବଲପୁର/ବରଗଡ/ଅତାବିରା:୧୨/୮(ରମାକାନ୍ତ ବିଶ୍ଵାଳ)ଆଜାଦୀ କି ଅମୃତ ମହୋତ୍ସବ ପାଲନ ଅବସରରେ ଅତାବିରାରେ ଆସନ୍ତା ୧୩ ତାରିଖରେ ଲାଦେରପାଲି ରାମଚଣ୍ଡୀ ମନ୍ଦିରରୁ ଅତାବିରା ସିନେମା ହଲ ପର୍ଯ୍ୟନ୍ତ ୫ ଶହ ମିଟର ଲମ୍ବ ତ୍ରିରଙ୍ଗା ପତାକା ଶୋଭାଯାତ୍ରା ପାଇଁ ଅତାବିରା ଦେବୀ ମାଁ ଦୁର୍ଗାଙ୍କ ମନ୍ଦିରରେ ସର୍ବଦଲୀୟ ବୈଠକ କରି ପ୍ରସ୍ତାବ ରଖାଯାଇଛି ।ଯେଉଁଥିରେ କି ଅତାବିରା ର ସମସ୍ତ ରାଜନୈତିକ ଦଲ,ବିଦ୍ୟାଲୟ,ମହାବିଦ୍ୟାଲୟ, ସଂଗଠନ,ସ୍ୱେଚ୍ଛାସେବୀ ସାମାଜିକ ଅନୁଷ୍ଠାନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ପ୍ରସ୍ତାବ ଅନୁସାରେ ଅତାବିରା ସଚେତନ ନାଗରିକ ତରଫରୁ ଆଜି ଏକ ବାଇକ ରେଲି ଯାହାକି ଲାଦେର ପାଲି ରାମଚଣ୍ଡୀ ମନ୍ଦିର ଠୁ ବାହାରି ଶୁକୁଟାପାଲି ଅତାବିରା ଦେଇ ଗୋଡଭଗା ପର୍ଯ୍ୟନ୍ତ କରାଯାଇଛି ।ଶହେ ରୁ ଉର୍ଦ୍ଧ୍ୱ ବାଇକ ଏଥିରେ ସାମିଲ ହୋଇଥିବା ବେଲେ ଜୟ ହିନ୍ଦ ଧ୍ୱନୀରେ ଅତାବିରା ମାଟିରେ ଆଜି ଏକ ନିଆରା ଦେଶଭକ୍ତି ଭାତୃଭାବର ପ୍ରେମମୟ ବାତାବରଣ ଦେଖିବାକୁ ମିଲିଥିଲା ।

ସୁରେନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ଆୟୋଜିତ ଏହି ଶୋଭାଯାତ୍ରାରେ ଦିବାକର ପ୍ରଧାନ,ଶେଷଦେବ ନାୟକ,କୁଶ କୁମ୍ଭାର,ମିଲନ ସେଠ,ନିରୋଜ ବାରିକ,ଯଶୋବନ୍ତ ସେଠ,ଅଶ୍ୱିନୀ ମେହେର,କୌଶିକ ମହାକୁର,ବିକାଶ ଶର୍ମା,ଦଶରଥ ଭୋଇ,ବିଶ୍ୱ ଭୋଇ,ସାଧୁଚରଣ ଗଡତିଆଙ୍କ ସହ ବହୁ ସଚେତନ ନାଗରିକ ଅଂଶଗ୍ରହଣ କରିଥିଲେ ।
ଅନ୍ୟପଟେ ୧୪ ତାରିଖରେ ଗୋଡଭଗା ଦୁର୍ଗାପୂଜା କମିଟୀ ତରଫରୁ ମଧ୍ୟ ୭୫ ମିଟର ଲମ୍ବର ର ଏକ ତ୍ରିରଙ୍ଗା ପଦଯାତ୍ରା ଗୋଡଭଗା ପଞ୍ଚାୟତ କାର୍ଯ୍ୟାଲୟଠୁ ବାହାରି ଗୋଡଭଗା ଛକ ପର୍ଯ୍ୟନ୍ତ ଅନୁଷ୍ଠିତ କରିବାକୁ ପ୍ରସ୍ତାବ ନିଆଯାଇଛି

Related Post

ଯାଜପୁର ର ବ୍ରାମହନୀ ସେତୁ ନିର୍ମାଣ ଓ ମରାମତି ପାଇଁ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ

Posted by - December 10, 2018 9
ଯାଜପୁର: ବ୍ରହ୍ମଣୀ ନଦୀରେ ନୂତନ ସେତୁ ନିର୍ମାଣ ଓ ପୁରାତନ ସେତୁ ମରାମତି ପାଇଁ ଦାବି କରି ସଚେତନ ନାଗରିକ ମଞ୍ଚ ପକ୍ଷରୁ ସୋମବାର ଦିନ ୫୩…

ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ ପରିଚାଳନା ନେଇ ବୈଠକ ଅନୁଷ୍ଠିତ

Posted by - January 13, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ ଗୃହରେ ପଂଚାୟତ ନିର୍ବାଚନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ…

ନବରଙ୍ଗପୁର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ମଦ ଆଡ୍ଡା ଉପରେ ଚଢାଉ

Posted by - June 9, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲାପାଳ ଙ୍କ ନିର୍ଦେଶ ଅନିଯାୟୀ ଏବଂ ଅବକାରୀ ଅଧକ୍ଷକ ସନ୍ତୋଷ ଧଳସାମନ୍ତରାୟ ତତ୍ବାବଧାନରେ , ନବରଙ୍ଗପୁର ଅବକାରୀ, କର୍ମଚାରୀ  କୋଡୀଙ୍ଗା, ଏ ପି…

ଓଲଟିଲା ଯାଜପୁର ରୁ କୋରୋନା ରୋଗୀ ନେଇ ଆସୁଥିବା ଏମ୍ବୁଲେନ୍ସ

Posted by - April 30, 2020 0
ଭୁବନେଶ୍ବର:ଯାଜପୁରରେ କରୋନା ସଂକ୍ରମଣ ସଂଖ୍ୟାରେ ଲାଗୁ ନାହିଁ ବ୍ରେକ। ଗୋଟିଏ ଦିନରେ ୧୭ ପଜିଟିଭ ଚିହ୍ନଟ। ମୋଟ୍ ସଂଖ୍ୟା ୩୬ ଛୁଇଁଲାଣି। ଏପରି ସ୍ଥିତିରେ ସରକାର ଯାଜପୁରରେ…