ଜୟପାଟଣା ବିକାଶ ପାଇଁ ଆହ୍ବାନ!! ସାମିଲ ହେଲେ ବୁଦ୍ଧିଜୀବି ଓ ବରିଷ୍ଠ ନାଗରିକ

50 0

ଭବାନୀପାଟଣା:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ର ଏକ ପୁରାତନ ସହର ଜୟପାଟଣା ର ସର୍ବାଙ୍ଗୀନ ବିକାଶ ପାଇଁ ଲାଞ୍ଜିଗଡ଼ ବିଧାୟକ ଜନ ସାଧାରଣ ଙ୍କ ସହଯୋଗ ଲୋଡ଼ି ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଛନ୍ତି |

ଜୟପାଟଣା ଅଗ୍ରୱାଲ ଧର୍ମ ଶାଲା ଠାରେ ଆୟୋଜିତ ଏକ ସଭାରେ ବହୁ ସମସ୍ୟା ମଧ୍ୟରେ ବୁଡ଼ି ରହିଥିବା ଜୟପାଟଣା ଅଂଚଳର ବିକାଶ ପାଇଁ ଆହୁତ ବୈଠକରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରି ଅଧ୍ୟକ୍ଷତା କରିଥିବା ବେଳେ ପୂର୍ବ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହ ଦେଓ, ବି ସି ସି ବି ପୂର୍ବ ସଭାପତି ଜିତେନ୍ଦ୍ର ନାରାୟଣ ସିଂହ ଦେଓ, ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ବୀର କିଶୋର ପଣ୍ଡା, ସମାଜ ସେବୀ ସତ୍ୟନାରାୟଣ ଅଗ୍ରୱାଲ, ଶିକ୍ଷାବିତ୍ ଗଣେଶ ପ୍ରସାଦ ବେହେରା, ସାମ୍ବାଦିକ ଶେଷ ଦେବ ବେହେରା, ବି ଡି ଓ ପ୍ରଣବ କୁମାର ଚାନ୍ଦ, ଅତିରିକ୍ତ ତହସିଦାର ଟିକନୁ ପୋ ଟା, ପ୍ରମୁଖ ମଞ୍ଚା ସିନ ରହି ମତବ୍ୟକ୍ତ କରିଥିଲେ|

ଉକ୍ତ ସଭା ରେ ବରିଷ୍ଠ ନାଗରିକ ମଞ୍ଚ, ବ୍ୟବସାୟିକ ସଂଗଠନ, ମାରୱାଡ଼ି ଯୁବା ମଞ୍ଚ, ବାର ଆସୋସିଏସନ, ସାମ୍ବାଦିକ ସଂଘ, ଓ ବୁଦ୍ଧିଜୀବି ମାନେ ଉପସ୍ଥିତ ରହି ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବିଦ୍ୟୁତ୍, ପୋଖରୀ ପୁନରୁଦ୍ଧାର, ପାନୀୟ ଜଳ, ଶୌଚାଳୟ, ପରିମଳ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ଆଦିରେ ଉତ୍ପନ ହେଉଥିବା ପ୍ରତିବନ୍ଧକ ସମ୍ପର୍କିତ ସମସ୍ୟା ଗୁଡ଼ିକୁ ସମାଧାନ କରିବା ପାଇଁ ଆଲୋଚନା କରାଯାଇଥିଲା|

ଜନସଂଖ୍ୟା ଦୃଷ୍ଟିରୁ ଜୟପାଟଣା ସହର ୧୪ ହଜାର କୁ ଟପି ସାରିଥିବା ବେଳେ ଏନ୍ ଏ ସି ମାନ୍ୟତା ପାଇଁ ଦାବି ଉଠିଥିଲା|ଶ୍ରୀନିବାସ ବେହେରା, ହୀରା ଲାଲ୍ ପଣ୍ଡା, ପ୍ରଦ୍ୟୁମ୍ନ କୁମାର ପଣ୍ଡା, ଅର୍ଜୁନ ପଟ୍ଟନାୟକ, ଯୁଧିଷ୍ଠିର ସୁନା, ମାହେଶ୍ୱରୀ ପ୍ରସାଦ ବେହେରା, ଚିତ୍ତ ଦଳପତି, କୃଷ୍ଣ ଚନ୍ଦ୍ର ରାଉତ, ଦିଲୀପ କୁମାର ରାଉତ, ପ୍ରମୁଖ ଙ୍କ ଆଗତ ପ୍ରସ୍ତାବ କୁ ସ୍ଵାଗତ କରାଯାଇଥିଲା|ଇନ୍ଦ୍ରାବତୀ ବହୁ ମୁଖୀ ପ୍ରକଳ୍ପ ଓ ପାୱାର ଗ୍ରିଡ ଦ୍ଵାରା ଦେବାକୁ ଥିବା ସି ଏସ ଆର ପାଣ୍ଠି ଆବଣ୍ଟନ କୁ ନେଇ ସମସ୍ତେ ଅସନ୍ତୋଷ ପ୍ରକାଶ କରି ଥିଲେ|ସମାଜ ସେବୀ ତୀର୍ଥ ରାଜ ଦଳପତି ବୈଠକ ପରିଚାଳନା କରିଥିଲେ|

Related Post

ରତ୍ନାକର ବେହେରାଙ୍କ ସ୍ମୃତିରେ ଦଶାହ ରେ ଶୋକ ସଭା

Posted by - October 20, 2020 0
ନୀଳଗିରି:(ସୌମ୍ୟା ସାଇ ବାରିକ୍)ସ୍ବର୍ଗତ ରତ୍ନାକର ବେହେରା ଙ୍କ ଅକାଳ ବିୟୋଗ କେବଳ ସାମ୍ବାଦିକତା ଜଗତ ରେ ଏକ ଅପୂରଣୀୟ କ୍ଷତି ନଥିଲା। ବରଂ ନୀଳଗିରି ର ଦଳ…

ଲଲିତେଶ୍ଵର ନିକଟସ୍ଥ ଆଦିବାସୀ ବସ୍ତିରେ ଅଗ୍ନିକାଣ୍ଡ

Posted by - March 4, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ସହର କଲେଜ ରୋଡର ଲଲିତେଶ୍ଵର ନିକଟସ୍ଥ ଆଦିବାସୀ ବସ୍ତିରେ ଅଗ୍ନିକାଣ୍ଡ।ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି।ଅଗ୍ନିକାଣ୍ଡ ର କାରଣ ସ୍ପଷ୍ଟ ହୋଇନଥିବା…

ଯାଜପୁରରେ କୋରୋନାରେ ପଂଟୋ ସାମ୍ବାଦିକଙ୍କ ମୃତ୍ୟୁ

Posted by - August 16, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁରରେ କାର୍ଯ୍ୟରତ ପଂଟୋ ସାମ୍ବାଦିକ ଅଶୋକ ସାହୁ (୫୫)ଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଅଶୋକ ଭୁବନେଶ୍ୱରରୁ ପ୍ରକାଶିତ ହେଉଥିବା ଦୈନିକ ଖବର…

ଦୁର୍ଗମ ଅଂଚଳ ରେ ପ୍ରାଣିଚିକିତ୍ସା ଓ ଟୀକାକରଣ ଶିବିର

Posted by - September 13, 2022 0
ହରଭଙ୍ଗା :(ଚିତ୍ତ ରଂଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ପାହାଡ଼ ପର୍ବତ ଘେରା ଦୁର୍ଗମ ଅଂଚଳ ମରଡ଼ା ଓ ଅତଲସରା ଗ୍ରାମରେ ଆଜି ପ୍ରାଣିଚିକିତ୍ସା…