ହରଘର ତିରଙ୍ଗା ପାଇଁ ଦେଢ ଲକ୍ଷ ତିରଙ୍ଗା ପ୍ରସ୍ତୁତ, ଏସ ଏଚ ଜି ଗୃପ ନିଜ ହାତରେ ତିଆରି କଲେ

33 0

ସମ୍ବଲପୁର :(ରମାକାନ୍ତ ବିଶ୍ଵାଳ )ହରଘର ତିରଙ୍ଗା ନାରା ପାଇଁ ଚାଲିଛି ତ୍ରିରଙ୍ଗା ତିଆରି । ସ୍ବାଧିନତା ର ୭୫ ବର୍ଷର ପୁତ୍ତିରେ ଦେଶର ପ୍ରତି ଘରେ ତ୍ରିରଙ୍ଗା ଉଡିବ । କେନ୍ଦ୍ରସରକାର ଙ୍କ ନିଦ୍ଦେର୍ଶ ପରେ ରାଜ୍ୟ ସରକାର ପ୍ରତି ଜିଲ୍ଲାର ସ୍ବୟ ସହାୟକ ଗୋଷ୍ଠି ଙ୍କୁ ଜାତୀୟ ପତାକା ସିଲେଇ ର ଦ୍ବାୟିତ୍ବ ଦେଇଛନ୍ତି । ଏଥିପାଇଁ ସମ୍ଵଲପୁର ୨୫ ଟି ସ୍ବୟ ସହାୟକ ଗୋଷ୍ଠି ଦିନ ରାତି ଏକ କରି ତିଆରି କରୁଛନ୍ତି ଜାତୀୟ ପତାକା ।

ହରଘର ତ୍ରିରଙ୍ଗା ପାଇଁ ଚାଲିଛି ତ୍ରିରଙ୍ଗା ତିଆରି । ଦେଶ ସ୍ବାଧିନତା ର ୭୫ ବର୍ଷ ପୁତ୍ତିରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ହେବ । ପ୍ରତି ଟି ଘରେ ଅଗଷ୍ଟ ୧୩ ରୁ ୧୫ ପର୍ଯ୍ୟନ୍ତ ତ୍ରିରଙ୍ଗା ଲାଗିବ । ଏଥିପାଇଁ କେନ୍ଦ୍ର ସରକାର ଙ୍କ ରାଜ୍ୟ ସରକାର ମାନଙ୍କୁ ଜାତୀୟ ପତାକା ତିଆରି ପାଇଁ ନିର୍ଦେଶ ଦେଇଛନ୍ତି । ରାଜ୍ୟ ସରକାର ୩୦ ଲକ୍ଷ ଜାତୀୟ ପତାକା ତିଆରି ପାଇଁ ପ୍ରତି ଜିଲ୍ଲାର ସ୍ଵଂୟ ସହାୟକା ଗୋଷ୍ଟି ଙ୍କୁ ଦ୍ବାୟିତ୍ବ ଦେଇଛନ୍ତି । ସମ୍ବଲପୁର ଜିଲ୍ଲା କୁ ଦେଢ ଲକ୍ଷ ଜାତୀୟ ପତାକା ତିଆରି ପାଇଁ ନିର୍ଦେଶ ଥିବା ବେଳେ ୨୫ ଟି ସ୍ଵୟସହାୟକ ଗୋଷ୍ଟି ଏହାର ଦ୍ବାୟିତ୍ବ ନେଇଛନ୍ତି । ଏଥିପାଇଁ ଏସଏଚଜି ଗୃପ ମହିଲା ମାନେ ଦିନ ରାତି ଏକ କରି ଜୁଲାଇ ୩୧ ରୁ ତିଆରି ଆରମ୍ଭ କରିଛନ୍ତି । ଜାତୀୟ ପତାକା ରଙ୍ଗ କପଡା କିଣି ଏହା କୁ ସିଲେଇ ଅଶୋକ ସ୍ତମ୍ଭ କୁ ପ୍ରିଣ୍ଟ କରାଯାଉଛି ।

ଗୋଟିଏ ଏସଏଚଜି ଗୃପ ପତି ୧୦ ରୁ ୨୦ ହଜାର ଟାର୍ଗେଟ ରହିଛି । ସମ୍ବଲପୁର, କୁଚିଣ୍ତା ଓ ରେଙ୍ଗାଲି ଆଦି ସହରାଂଚଳ ଏସଏଚଜି ଗୃପ ବ୍ଲକ ସ୍ତରୀୟ ସଂଘଠନ ଦ୍ବାୟିତ୍ବ ନେଇଛନ୍ତି । ୩ ଟି ବ୍ଳକ ସଂଘଠନ ଅଧିନରେ ୪ ଉତ୍ପାଦନ ଗୋଷ୍ଟି ଓ ୨୫ ଟି ସ୍ବୟଂ ସହାୟକ ଗୋଶ୍ଟିର ୧୦୦ ଜଣ ମହିଲା ତିଆରି କରୁଛନ୍ତି । ଏହି ତ୍ରିରଙ୍ଗାର ୨୦ / ୩୦ ଇନ୍ଚ ଆକାର ରେ ସିଲାଇ ହେଉଛି । ତିରଙ୍ଗା ପ୍ରସ୍ତୁତ ପରେ ଆସନ୍ତା 12 ତାରିଖ ସୁଦ୍ଧା ସରକାର ଙ୍କୁ ପ୍ରଦାନ କରିବାର ସମୟ ରହିଛି l ଏହା ଗୋଟିଏ ପ୍ରତି ୨୪ ରୁ ୨୫ ଟଙ୍କା ଦରରେ କିଣିବେ । ପୁର୍ଵରୁ ଏସଏଚ ଜି ମହିଲା ମାନେ ବିଭିନ୍ନ କାମ କରିଥିବା ବେଳେ ଏବେ ଦେଶର ଜାତୀୟ ପତାକା ନିଜ ହାତରେ ତିଆରି କରୁଥିବାରୁ ବେଶ ଗର୍ବିତ ଅନୁଭବ କରୁଛନ୍ତି ।ଆଜାଦୀ କି ଅମୃତ ମହୋତ୍ସବ ନେଇ ଦେଶର ପ୍ରଧାନ ମନ୍ତ୍ରୀ ଠୁ ସାଧାରଣ ନାଗରିକ ତ୍ରିରଙ୍ଗା କୁ ନିଜ ଚିହ୍ନ ଭାବେ ଅନୁସସରଣ କଲେଣି । ସାମାଜିକ ଗଣମାଧ୍ୟକ ହେଉକି ନିଜ ଘରେ ସବୁଠି ଜାତୀୟ ପତାକା ଉଡିଲାଣି ।

Related Post

ଯାଜପୁର କୁ ବାହାରୁ ଆସିବେ ୫୦ ହଜାର ,ପଞ୍ଜୀକୃତ କରିଲେଣି ୩୨ ହଜାର

Posted by - April 29, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲ୍ଲାରେ ଅଦ୍ୟାବଧି ୧୯ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇ ଫେରିଛନ୍ତି । ବର୍ତମାନ ଜଣେ…

ନଗଦ ଟଙ୍କା ଆକାର ରେ ଭତ୍ତା ପ୍ରଦାନ ଦାବୀ

Posted by - September 22, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଗ୍ରାମାଞ୍ଚଳରେ ଥିବା ବିଭିନ୍ନ ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀ ମାନେ ନଗଦ ଭତ୍ତା ଟଙ୍କା ପଞ୍ଚାୟତ କାର୍ଯ୍ୟାଳୟରେ ପାଇବା…

ମଶାଲ ଶୋଭାଯାତ୍ରା” କରି ଆନ୍ଦୋଳନକୁ ତୀବ୍ରତର କରିବାକୁ ଆହ୍ୱାନ କଲା ରାଜ୍ୟ ଓବିସି ମଞ୍ଚ

Posted by - August 10, 2022 0
ସମ୍ବଲପୁର: (ରମାକାନ୍ତ ବିଶ୍ଵାଳ) ଭାରତ ଛାଡ ଆନ୍ଦୋଳନର ୮୧ତମ ବର୍ଷ ପୂର୍ତ୍ତୀ ଅବସରରେ ରାଜ୍ୟ ଓବିସି ମଞ୍ଚ ଓଡିଶା ପକ୍ଷରୁ ଅନୁଷ୍ଠିତ ହୋଇଛି ମଶାଲ ଶୋଭାଯାତ୍ରା I…

ବିକ୍ରି ହୋଇନାହିଁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ୩୫ ହଜାର ଏକର ଜମି

Posted by - March 19, 2021 0
ପୁରୀ: ବିକ୍ରି ହୋଇନାହିଁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ୩୫ ହଜାର ଏକର ଜମି । ପ୍ରଚାରିତ ତଥ୍ୟ ବିଭ୍ରାଟକାରୀ, ମନଗଢ଼ା ଓ ସମ୍ପୂର୍ଣ୍ଣ ମିଥ୍ୟା ଅଟେ ।…

ସାମ୍ବାଦିକ ଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ, ଜିଲ୍ଲା ଉପସଭାପତି ଓ ରାଜ୍ଯ ସଭାପତି ମାଗିଲେ କ୍ଷମା

Posted by - October 30, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କିଛି ରାଜନୈତିକ ନେତା ମାନେ ଶସ୍ତା ଲୋକପ୍ରିୟତା ହାସଲ ଉଦ୍ଧେଶ୍ୟରେ ଅବାନ୍ତର, ଓ ଆପତ୍ତିଜନକ ଜନକ ମନ୍ତବ୍ୟ ଦେଇ ବିଭିନ୍ନ ସମୟରେ ନିଜ ତଥା…