ଟିଟିଲାଗଡ଼ ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ପାଳନ କଲେ ରାକ୍ଷୀ ଉତ୍ସବ

62 0

ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ଆଜି ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ଏଠାରେ ମୁଖ୍ୟ ଅତିଥି ଭାବରେ ଟିଟିଲାଗଡ଼ ମାଧ୍ଯମିକ ସ୍କୁଲ ଶିକ୍ଷକ ସଂଘ ,ଟିଟିଲାଗଡ଼ର ନବ ନିର୍ବାଚିତ ସମ୍ପାଦକ ତଥା ପଞ୍ଚାୟତ ହାଇସ୍କୁଲ, ନରେନର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଗୋବର୍ଦ୍ଧନ ସାହୁ ମୁଖ୍ୟ ଅତିଥି, ସିଦ୍ଧି ବିନାୟକ ବିଦ୍ୟା ମନ୍ଦିର ଟିଟିଲାଗଡ଼ର ସଭାପତି ଶ୍ରୀଯୁକ୍ତ ସୁଧୀର କୁମାର ସାହୁ ସମ୍ମାନିତ ଅତିଥି ଓ ସିଦ୍ଧି ବିନାୟକ ବିଦ୍ୟା ମନ୍ଦିର ଟିଟିଲାଗଡ଼ର ପ୍ରଧାନଶିକ୍ଷକ ଶ୍ରୀମାନ ମଣିକାନ୍ତ ଭୋଇ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ ।  ମୁଖ୍ୟ ବକ୍ତା ଶ୍ରୀମାନ ଭୋଇ ରକ୍ଷା ବନ୍ଧନର ଗୁରୁତ୍ୱ ସମ୍ପର୍କରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇ ଥିଲେ ଓ ସ୍କୁଲର ଶିକ୍ଷା ବ୍ୟବସ୍ଥା ଉପରେ ସମସ୍ତଙ୍କୁ ଅବଗତ କରାଇଥିଲେ।  ଶ୍ରୀମାନ ବିକ୍ରମ ବାଗ ସଭାକାର୍ଯ୍ୟକୁ ସଞ୍ଚାଳନ କରିଥିଲେ।

ଏହି ଉତ୍ସବରେ ବିଦ୍ୟାଳୟ ର ୬୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ, ୧୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ତଥା ୧୦୦ ରୁ ଉର୍ଦ୍ଧ୍ବ ଅଭିଭାବକ ଯୋଗ ଦେଇଥିଲେ । ଏଠାରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ଯଥା ସଙ୍ଗୀତ, ନୃତ୍ୟ, ଚିତ୍ରାଙ୍କନ, ପ୍ରବନ୍ଧ ଓ ବକ୍ତୃତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।  ପୁରସ୍କାର ପ୍ରଦାନ ଉତ୍ସବ ପରେ ବିଦ୍ୟାଲୟ ର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ ।  ଶେଷରେ ସମସ୍ତ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ଗ୍ରହଣ କରି କାର୍ଯ୍ୟକ୍ରମ କୁ ସମାପ୍ତ କରିଥିଲେ ।

Related Post

ସ୍ୱଚ୍ଛତା ପାଇଁ ବକୃତା ପ୍ରତିଯୋଗିତା

Posted by - March 10, 2022 0
ସୋନପୁର:( ଅଜିତ କୁମାର ପୂଝlରୀ)ନାରାୟଣ ପଂଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛ ଭାରତ – ସ୍ୱଚ୍ଛ ବିଦ୍ୟାଳୟ…

ସମ୍ବଲପୁର ବ୍ରହ୍ମପୁର ରେଳପଥ ସୋନପୁର ଦେଇ ଯିବାପାଇଁ ଦାବି

Posted by - February 14, 2022 0
ସୋନପୁର::(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ସହର ର ସଚେତନ ନାଗରିକ ତଥା ବୁଦ୍ଧିଜୀବୀ ମାନଙ୍କର ଏକ ବୈଠକ ସିତାଂଶୁ ଶେଖର ମିଶ୍ରଙ୍କ ଅଧ୍ୟକ୍ଷତାରେ ମେହେର ପାର୍କ୍ସ ରେ ଅନୁଷ୍ଠିତ…

କୁଟୁରାଚୁଆଁ କଲେଜ ରେ ନେହେରୁ ଯୁବ କେନ୍ଦ୍ର ର ୫୦ ତମ ପ୍ରତିଷ୍ଠା ଦିବସ ପାଳିତ

Posted by - November 15, 2022 0
ସମ୍ବଲପୁର :୧୫/୧୧ (ରମାକାନ୍ତ ବିଶ୍ବାଳ) କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ କୁଟୁରାଚୁଆଁ ଜୁନିୟର କଲେଜ ରେ ସୋମବାର ଅଧ୍ୟକ୍ଷ ନିଳାଞ୍ଚଳ ତିଓ୍ବ୍ୟାରୀ ଙ୍କ ସଭାପତିତ୍ବ ରେଭାରତ ର ପ୍ରଥମ…

ପ୍ରଦର୍ଶନରେ ସୁଧାର ନ ଆସିଲେ ବିଦାହେବେ କର୍ମଚାରୀ: ଯାଜପୁର ଜିଲ୍ଲାପାଳ

Posted by - August 8, 2020 0
ଯାଜପୁର ଅଫିସ : କୌଣସି କର୍ମଚାରୀ ଯଦି ନିଜ ପ୍ରଦଶର୍ନରେ ସୁଧାର ଆଣୁନାହାନ୍ତି ନିଜର ଦୁର୍ବଳ ପ୍ରଦର୍ଶନ ପାଇଁ ଏକାଧିବାର ନିଲମ୍ବ ହେଉଛନ୍ତି । ପୁନଃ ନିଯୁକ୍ତ…