Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

କେସିଙ୍ଗା ବ୍ଲକ ଉତ୍କେଲା ବିମାନଘାଟିରୁ ସେପ୍ଟେମ୍ବରରେ ପରୀକ୍ଷା ମୂଳକ ଭାବେ ଉଡିବ ବିମାନ

41 0

କେସିଙ୍ଗା:(ପୀତେଶ ପଟେଲ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ ଉତ୍କଲା ବିମାନବନ୍ଦର ରେ ଆସନ୍ତା ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ପରୀକ୍ଷା ମୂଳକ ଭାବେ ବିମାନ ଉଡାଣ ହେବ। ବିମାନଟି ଭୁବନେଶ୍ୱରରୁ ଉତ୍କେଲା ବିମାନବନ୍ଦର ଆସି ଅବତରଣ କରିବ। ଏଠାରୁ ପୁଣି ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି। ପରୀକ୍ଷାମୂଳକ ଭାବେ ୯ ସିଟର ବିମାନ ଆସିବବୋଲି ଜଣାପଡିଛି। ତେବେ ଏହା ପୁର୍ବରୁ ଡିଜିସିଏ ଟିମ୍ ଉତ୍କେଲା ଆସି ତଦାରଖ କରି ପାରନ୍ତି। ବିମାନ ବନ୍ଦର କୁ ଲାଇସେନ୍ସ ମିଳିବାପରେ ବିମାନ ଉଡିବାର ସମ୍ଭାବନା ରହିଛି ବୋଲି ପୁର୍ତ୍ତ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ ଅଜିତ ବାବୁ ସୁଚନା ଦେଇଛନ୍ତି।

ଉତ୍କେଲାରୁ ବିମାନ ଉଡାଇବା ପାଇଁ ୱlନ ଇଣ୍ଡିଆ ଏୟାର କମ୍ପାନୀ ବିଡ୍ ପାଇଛି। ତେବେ ଡିଜିସିଏ ଟିମ୍ ଗ୍ରସ୍ତ କଳାହାଣ୍ଡି ରେ ବିମାନ ଚଳାଚଳ ନେଇ ବେସ ଗୁରୁତ୍ତ୍ୱପୂର୍ଣ୍ଣ ରହିଛି। ସେମାନଙ୍କ ଯାଞ୍ଚ୍ ପରେ ହିଁ ସଂପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହେବ।ଗତ ସପ୍ତାହରେ ଜୟପୁର ବିମାନବନ୍ଦର ରେ ପରୀକ୍ଷା ମୂଳକ ଭାବେ ଉଡ଼ାଣ ହେବାରୁ ଖୁବ୍ ଶୀଘ୍ର କଳାହାଣ୍ଡି ରେ ମଧ୍ୟ ବିମାନ ସେବା ଆରମ୍ଭ ହେବ ବୋଲି ଜିଲ୍ଲାବାସୀ ତଥା କେସିଙ୍ଗା ବ୍ଲକ ବାସୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି। ପ୍ରକାଶ ଯେ ୨୦୧୭ ମସିହାରେ ଉଡାନ ଯୋଜନାରେ ଝାରସୁଗୁଡ଼ା ସମେତ ମାଓ ଉପଦ୍ରୁତ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଉତ୍କେଲା ବିମାନଘାଟିରୁ ବିମାନ ଚଳାଚଳ ପାଇଁ ନିଷ୍ପତ୍ତି ହୋଇଥିଲା।

ତେବେ ବିଭିନ୍ନ ପ୍ରକ୍ରିୟା ପରେ ୨୦୨୦ ମସିହାରେ ଏ ଦିଗରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଝାରସୁଗୁଡ଼ା ରୁ ବିମାନ ଚଳାଚଳ ଆରମ୍ଭ ହୋଇଥିବା ବେଳେ ଉଡାନ ଯୋଜନା ଅଧିନରେ କଳାହାଣ୍ଡି ଜିଲ୍ଲା ବାସୀଙ୍କ ଆଶା ପୁରଣ ହୋଇ ପାରିନାହିଁ।ଏଏଆଇ ପକ୍ଷରୁ ବାରମ୍ବାର କ୍ଷେତ୍ର ପରିଦର୍ଶନ ଓ ଆଲୋଚନା ହୋଇଥିଲେ ମଧ୍ୟ ଉତ୍କଲା ରୁ ବିମାନ ଚଳାଚଳ ପ୍ରତିଶ୍ରୁତି ପାଳନ ହୋଇନାହିଁ। କଳାହାଣ୍ଡି ଜିଲ୍ଲାକୁ ପଡୋଶୀ ରାଜ୍ୟର ବାଣିଜ୍ୟକ ପରିବେଶ ତଥା ମାଓ ଆକ୍ରମଣ ଆଶଙ୍କା ଦୃଷ୍ଟିରୁ ସୁରକ୍ଷିତ ପରିବହନ ଲାଗି ଉତ୍କେଲା ବେସ ଗୁରୁତ୍ତ ପରିବହନ କରିଥାଏ।ଏଠାରୁ ବିମାନ ସେବା ଆରମ୍ଭ ହେଲେ ତାହା କଳାହାଣ୍ଡି ଜିଲ୍ଲା ସମେତ ଆଖପାଖ ପଡୋଶୀ ଜିଲ୍ଲାର ଲୋକେ ଉପକୃତ ହୋଇପାରିବେ ବୋଲି ବହୁ ଆଶଙ୍କା ରହିଛି l

 

Related Post

ପୂର୍ବତନ ବିଧାୟକ ଶିବାଜୀ ମାଝି ଙ୍କ କଂଗ୍ରେସ ରୁ ଇସ୍ତଫା

Posted by - November 7, 2021 0
ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ର ପୁର୍ବତନ ବିଧାୟକ ଶିବାଜୀ ମାଝି କଂଗ୍ରେସ ଦଳର ପ୍ରାଥମିକ ସଦସ୍ଯ ପଦବୀରୁ ଇସ୍ତଫା ଦେଇଛନ୍ତି।ଶ୍ରୀ ମାଝୀ ୨୦୦୭ ମସିହା ରେ କଂଗ୍ରେସ…

ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଟ୍ରାଫିକ୍‌ ପୁଲିସ୍‌ ନଧରିଲେ ବି ଦେବାକୁ ପଡ଼ିବ ଜରିମାନା

Posted by - November 30, 2019 0
ଭୁବନେଶ୍ୱର ୩୦।୧୧ –   କଡା କଡି ହେବ ଟ୍ରାଫିକ ନିୟମ । ନିୟମ ଉଲଙ୍ଘନକାରୀଙ୍କ ଉପରେ କଡା ପଦକ୍ଷେପ ନେବେ ସରକାର । ନିୟମ କୋହଳ ଅବଧି…

ଫାଇନ ଆଦାୟକୁ ନେଇ ତହସିଲ କାର୍ଯ୍ୟାଳୟ ଓ ହାଇୱା ମାଲିକ ଙ୍କ ମଧ୍ୟରେ ବିବାଦ

Posted by - December 2, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ମାନେଶ୍ୱର ତହସିଲ କାର୍ଯ୍ୟାଳୟ ତରଫରୁ ହାଇୱା ଓ ଟ୍ରାକ୍ଟର ଠାରୁ ଅଯଥାରେ ଫାଇନ ଆଦାୟ କୁ କେନ୍ଦ୍ର କରି ହାଇୱା ମାଲିକ ଓ ତହସିଲଦାର କାର୍ଯ୍ୟାଳୟ…

ନିର୍ବାଚନରେ ସ୍ୱଚ୍ଛତା ଲାଗି କମିଶନଙ୍କ ଦୃଢ଼ ପଦକ୍ଷେପ

Posted by - March 12, 2019 0
ଭୁବନେଶ୍ବର:ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଆଜି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ । ଏହି ବୈଠକରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନେ…

ତିନୋଟି କୃଷି କଳା ଆଇନ୍ ପ୍ରତ୍ୟାହାର ଦାବି ରେ ନୀଳଗିରି କିଶାନ କଂଗ୍ରେସ୍ ପକ୍ଷରୁ ଶୋଭାଯାତ୍ରା

Posted by - January 9, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ନୀଳଗିରି କିଶାନ୍ କଂଗ୍ରେସ୍ ପକ୍ଷରୁ, ଏକ ଶୋଭଯାତ୍ରା କରା ଯାଇ, ନୀଳଗିରି ଉପଜିଲ୍ଲାପାଳ ଙ୍କ ଜରିଆ ରେ, ରାଷ୍ଟ୍ରପତି ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ…