Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

କେଇସି ର ଷ୍ଠକ ୟାଡ ରୁ ପାଇପ ଡକାୟତି ଘଟଣାରେ ୨୮ ଜଣ ଅଭିଯୁକ୍ତ ଙ୍କୁ କୋଟଚାଳାଣ କଲା ଜୁଯୋମୁରା ପୋଲିସ

24 0

ସମ୍ବଲପୁର:(ରମାକାନ୍ତ ବିଶ୍ଵାଳ )ସମ୍ବଲପୁର ଜିଲ୍ଲା ଜୁଯୋମୁରା ପୋଲିସ ଆମଲିପାଣି କେଇସି ର ଷ୍ଠକ ୟାଡ ରୁ ପାଇପ ଡକାୟତି ଘଟଣାରେ ୨୮ ଜଣ ଅଭିଯୁକ୍ତ ଙ୍କୁ କୋଟଚାଳାଣ କରିଛି। ସୁଚନା ଅନୁସାରେ ରେଢାଖୋଲ ବିଧାନସଭା ମଣ୍ଡଳି ର ବିଭିନ୍ନ ଗ୍ରାମାଞ୍ଚଳରେ ପାଇପ ଜଳ ଯୋଗାଣ ପାଇଁ କାର୍ଯ୍ୟ କରୁଥିବା କେଇସି ର ପ୍ରୋଜେକ୍ଟ ମ୍ୟାନେଜର ଏମ ସିଦ୍ଧେଶ୍ୱରନ ଜୁଯୋମୁରା ଥାନାରେ ଗତ ଜୁଲାଇ ୧୬ ତାରିଖରେ ଲିଖିତ ଅଭିଯୋଗ କରିଥିଲେ ଯେ ତାଙ୍କର ଆମଲିପାଣି ଠାରେ ଷ୍ଠକ ୟାଡରେ ଜୁଲାଇ ୧୫ ତାରିଖ ରାତିରେ ୧୧,୩୦ ରୁ ୨ ଟା ମଧ୍ୟରେ ୨୫ ରୁ ୩୦ ଜଣ ଅଜଣା ବ୍ୟକ୍ତି ପ୍ରବେଶ କରି ମାରଣାସ୍ତ୍ର ଦେଖାଇବା ସହ ସେଠାରେ ଥିବା କର୍ମଚାରୀ ତଥା ସିକ୍ୟୁରିଟି ଗାଡକୁ ମାଡ ମାରିବା ସହ ଷ୍ଠୋର ରୁମ ରେ ବନ୍ଦ କରି ପ୍ରାୟ ୩୬ ଲକ୍ଷ ଟଙ୍କା ର ୫୫୦ ଖଣ୍ଡ ପାଇପ ଲୁଟ କରି ନେଇ ଯାଇଥିବା ଅଭିଯୋଗ କରିଥିଲେ ।

ଏହି ଅଭିଯୋଗ ଉପରେ ଜୁଯୋମୁରା ପୋଲିସ ବିଭିନ୍ନ ସ୍ଥାନରେ ଚଡାଉ ଯାରି ରଖିଥିବା ବେଳେ ଜୁଯୋମୁରା ପୋଲିସ କୁ ମିଳିଛି ବଡ ସଫଳତା । ଏହି ଡକାୟତି ଘଟଣାରେ ଜୁଯୋମୁରା ପୋଲିସ ୨୮ ଜଣ ଅଭିଯୁକ୍ତ ଙ୍କୁ କୋଟଚାଳାଣ କରିଥିବା ଜଣାପଡ଼ିଛି । ତେବେ ଗିରଫ ଅଭିଯୁକ୍ତ ଙ୍କ ମଧ୍ୟରେ ୨୬ ଜଣ ଡକାୟତି ମାମଳାରେ ଗିରଫ ହୋଇଥିବା ବେଳେ ୨ ଜଣ ଙ୍କୁ ଡକାୟତି ପାଇପ ରଖିଥିବା ଅଭିଯୋଗ ରେ ଗିରଫ କରାଯାଇଛି ।

ଗିରଫ ଅଭିଯୁକ୍ତ ଙ୍କ ଠାରୁ ଜୁଯୋମୁରା ପୋଲିସ OD-33-AC-9873 ନମ୍ବର ବିଶିଷ୍ଟ ଏକ ଧଳାରଙ୍ଗର ପିଅଅପ ବୋଲେରୋ,WB-19F-0459 ନମ୍ବର ବିଶିଷ୍ଟ ଏକ ଟ୍ରକ,OR-04H-7861 ନମ୍ବର ର ଏକ ଟ୍ରକ, WB 11-B 2237 ନମ୍ବର ର ଟ୍ରକ ସହ ଏକ ଦେଶୀ ପିସ୍ତଲ, ୧୦ ଖଣ୍ଡ ଶ୍ରୀ ପାଇପ ,୪୦ ହଜାର ଟଙ୍କା, ୫ ମୋବାଇଲ ଫୋନ ଜବତ କରିଛି ଏହି ଘଟଣାରେ ଡକାୟତି ପାଇପ ରଖିଥିବା ୨ ଅଭିଯୁକ୍ତ ଙ୍କୁ ଗତ ୮ ତାରିଖରେ ହାୱଡା ରୁ ଗିରଫ କରାଯାଇ ଥିବା ବେଳେ ଅନ୍ୟ ୨୬ ଅଭିଯୁକ୍ତ ଙ୍କୁ ଆଜି ଗିରଫ କରାଯାଇ କୋଟଚାଳାଣ କରାଯାଇ ଥିବା ପୋଲିସ ସୁଚନା ଦେଇଛି ।

Related Post

ମାଉଜର ସହ ଯୁବକ ଗିରଫ,ଗଞ୍ଜେଇ ବ୍ୟବସାୟକୁ ନେଇ କରିଥିଲା ଗୁଳିମାଡ

Posted by - August 22, 2020 0
ଅନୁଗୁଳ:(ମହେଶ ଭୋମରାଜ)ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପାତ୍ରପଡା ଗ୍ରାମରେ ଗତ ନଭେମ୍ବର ୨୫ ତାରିଖରେ ଏକ ଗୁଳିମାଡ ହୋଇଥିଲା । ଏହି ଗୁଳିମାଡରେ ପାତ୍ରପଡା ଗ୍ରାମର ଧରଣୀ…

ନକଲି ନୋଟ କାରବାର ରେ ୬ ଗିରଫ

Posted by - February 12, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ରୋଡ୍ ପୋଲିସ୍ ଦ୍ବାରା ଏକ ନକଲି ନୋଟ୍ ଚୋରାକାରବାର ରାକେଟ୍ ଠାବ, ୪ ଲକ୍ଷ ୭୭ ହଜାର ନକଲ ଟଙ୍କା ଜବତ,୬ ଅଭିଯୁକ୍ତ…

ବଳିତା ଜଙ୍ଗଲରେ ବୃଦ୍ଧାଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ନିର୍ମମ ହତ୍ୟା,ସଂପର୍କୀୟା ପୁତୁରା ବୋହୁ ଗିରଫ୍‌,କଟୁରୀ ଜବତ୍

Posted by - May 13, 2020 21
ବଡ଼ବିଲ:(ସୀତାରାମ ଦୀକ୍ଷିତ) ଅନ୍ଧ ବିଶ୍ୱାସର କୁପରିଣତି ପୁଣି ସାମ୍ନାକୁ ଆସିଛି । ଗୁଣିଗାରେଡ଼ି ସନ୍ଦେହରେ ସଂପର୍କୀୟା ପୁତୁରା ବୋହୁର ଶାଶୁକୁ ବିଭତ୍ସ ହତ୍ୟା । ଗତ ଶନିବାର, ବଡ଼ବିଲ…

ଚୋରି ହୋଇଥିବା ୧୫ ଦୁଇ ଚକିଆ ଯାନ ଏବଂ ଏକ ବୋଲେରୋ ଓ କାର୍ ଜବଦ୍

Posted by - November 17, 2020 0
ବାଲେଶ୍ବର:(ସୌମ୍ୟା ସାଇ ବାରିକ୍)ରେମୁଣା ବ୍ଲକ ଅନ୍ତର୍ଗତ ଶିଳ୍ପାଞ୍ଚଳ ଥାନା ପୋଲିସ୍ କୁ ମିଳିଛି ବଡ଼ ସଫଳତା । ଗତ ଏକ ମାସ ଧରି ଶିଳ୍ପାଞ୍ଚଳ ଥାନା ଅନ୍ତରଗତ…

ଗୋ ମାଂସକୁ ଛେଳି ମାଂସ କହି ବିକ୍ରି କରୁଥିବା ବେଳେ ତିନି ଗିରଫ

Posted by - June 26, 2021 0
ଜଗନ୍ନାଥ ପ୍ରସାଦ:((ସୁଶାନ୍ତ କୁମାର ବେହେରା) ଗୋ ହତ୍ୟା କରି ମାଂସ ବିକ୍ରି ପାଇଁ ଯୋଜନା କରୁଥିବା ବେଳେ ଜଗନ୍ନାଥପ୍ରସାଦ ପୋଲିସ ୩ ଜଣଙ୍କୁ ଅଟକ ରଖି ତଦନ୍ତ…