Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଲଗାଣ ବର୍ଷାରେ ଶତାୟୁ ବିଶାଳ ବରଗଛ ଟଳି ପଡିଲା,୮ଘଣ୍ଟା ଧରି ରାସ୍ତା ଜାମ

41 0

ମୁନିଗୁଡା:୯-୮ (ରମାକାନ୍ତ ପଡାଲ)ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ମୁନିଗୁଡା-ବାଲିଗୁଡା ରାସ୍ତାର ହୁକୁମାତୋଳା ଛକରୁ ଶହେ ମିଟର ଆଗକୁ ଏକ ବିଶାଳ ବରଗଛ ଲଗାଣ ବର୍ଷାରେ ଉପୁଡି ପଡିବା ଫଳରେ ଯାତାୟତ ଦୀର୍ଘ ସମୟ ଠପ ହୋଇଯାଇଥିଲା।ଦୀର୍ଘ ସମୟ ଧରି ଆମ୍ବୁଲାନ୍ସ ମଧ୍ୟ ଛିଡ଼ା ହୋଇ ରହିଥିଲା।ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ଘନୀଭୂତ ଲଘୁଚାପ ଅବପାତ ପରେ ମୁନିଗୁଡ଼ାରେ ଦୁଇଦିନ ଧରି ଲଗାଣ ବର୍ଷା ଚାଲିଛି।ବେଳକୁ ବେଳ ବର୍ଷା ବଢିବା ସହିତ ଏହାର ପ୍ରକୋପ ଜନ ଜୀବନ ଉପରେ ପ୍ରଭାବ ପକାଉଥିବା ଦେଖିବାକୁ ମିଳୁଛି।ଆଜି ଭୟଙ୍କର ବର୍ଷାରେ ହୁକୁମତୋଳା ବାଲିଗୁଡା ରାସ୍ତାର ବାମ ପଟରେ ଥିବା ଶହେବର୍ଷରୁ ଉର୍ଦ୍ଧ ବିଶାଳ ବରଗଛଟି ରାସ୍ତା ଉପରେ ଉପୁଡି ପଡିଥିଲା।

ଫଳରେ ସେହି ରାସ୍ତା ଦୀର୍ଘ ସମୟ ବନ୍ଦ ହୋଇ ଯାଇଥିଲା।ଏତେ ବଡ଼ ଆଉ ବହୁ ପୁରାତନ ଗଛଟି ଉପୁଡି ପଡିଥିବା ଦେଖି ବହୁ ଲୋକଙ୍କ ମନରେ ଦୁଃଖ ଆସିଥିବା ବେଳେ ବର୍ଷା ପାଣିରେ ଏତେ ବଡ ଗଛ ଉପୁଡିବାକୁ ନେଇ ବିଶ୍ବାସ ଲାଗୁନାହିଁ।ହେଲେ ବର୍ଷା ପାଣିରେ ଗଛର ମୂଳରୁ ମାଟି ଧୋଇଯିବା ଫଳରେ ଗଛ ଉପୁଡି ଯାଇଥିବା ମନେକରାଯାଏ।ବରଗଛଟି ଆଜି ସକାଳ ୯ଟାରେ ରାସ୍ତା ଉପରେ ଟଳି ପଡିଥିବା ଦେଖି ଆମ ପ୍ରତିନିଧି ମୁନିଗୁଡା ବନ ବିଭାଗ,ଅଗ୍ନିଶମ ବିଭାଗ,ବିଦ୍ୟୁତ ବିଭାଗ ଓ ପୋଲିସ ଷ୍ଟେସନକୁ ଖବର ଦେବାପରେ ଯୁଦ୍ଧ କାଳୀନ ଭିତ୍ତିରେ ଗଛକୁ କଟାଯାଇ ରାସ୍ତା ଅବରୋଧ ହଟାଇବାକୁ ବ୍ୟବସ୍ଥା ଚାଲିଛି।

ହେଲେ ଦିନ4 ଟା ସୁଦ୍ଧା ବନ ବିଭାଗର କେହିବି ଏଠାରେ ପହଂଚିନଥିଲେ।ମୁନିଗୁଡା ଥାନା ସେକେଣ୍ଡ ଅଫିସର ଏସ ଆଇ ନରସିଂହ ବେହେରା ପୋଲିସ ଦଳ ସହ ଉଦ୍ଧାର କାର୍ଯ୍ୟରେ ଅଗ୍ମିସମ ବିଭାଗର ଅଭିରାମ ନାୟକ,ରିପୁଚନ୍ଦ୍ର ସାହୁ,ଏପି .ରେଡି,ହେମନ୍ତ ଭୋଇ ଓ ବିଦ୍ୟୁତ ବିଭାଗର ଶଙ୍କର କୁମାରଙ୍କୁ ସହଯୋଗ ଜାରି ରଖିଥିଲେ।ଅଗ୍ନିଶମ କର୍ମଚାରୀମାନେ ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ସେମାନଙ୍କ ହାତ ହତିଆର ସାହାଯ୍ୟରେ ଗଛକୁ କାଟୁଥିବା ଦେଖିବାକୁ ମିଳୁଥିଲା

Related Post

ଭବାନୀପାଟଣା ଠାରେ ଖରିଫ ଋତୁ ୨୦୨୨ ପାଇଁ ଜିଲ୍ଲା ସ୍ତରୀୟ କୃଷି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ

Posted by - July 16, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ତା ୧୫.୭.୨୦୨୨: ଗତ ୧୪.୭.୨୦୨୨ରିଖ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ…

ରୋଟାରୀ କ୍ଲବ ଇକୋ ପକ୍ଷରୁ ବୃହତ୍‍ ଚାରାରୋପଣ ଅଭିଯାନର ଶୁଭାରମ୍ଭ

Posted by - August 7, 2021 0
ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ରୋଟାରୀ କ୍ଲବ ଇକୋ ପକ୍ଷରୁ ନିକଟରେ ବ୍ୟାପକ ଚାରାରୋପଣ ଅଭିଯାନର ଶୁଭାରମ୍ଭ କରାଯାଇଛି । ଚଳିତ ବର୍ଷ ସ୍ଥାପନ ହୋଇଥିବା ଏହି କ୍ଲବ,…

ସମ୍ବଲପୁର ବିଚାର ମଞ୍ଚ ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ ପାଳିତ

Posted by - October 11, 2021 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ)ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କର ୧୪୪ ତମ ଜନ୍ମ ଜୟନ୍ତୀ । ରାଜ୍ୟର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଅନୁଷ୍ଠାନ ଦ୍ୱାରା ତାଙ୍କର ଜନ୍ମ…

ଆସନ୍ତା ୨୯ ତାରିଖରୁ ସର୍ବଭାରତୀୟ ସୁନ୍ନି ଇଜତେମା ।

Posted by - February 15, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ବାଳାଶ୍ରମ ପଡିଆରେ ଆସନ୍ତା ୨୯ ତାରିଖରୁ ସର୍ବଭାରତୀୟ ସୁନ୍ନି ଇଜତେମା ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିବ…

ବୁଣାକାର ମାନଙ୍କ ଦ୍ଵାରା ଉପ- ନିର୍ଦ୍ଦେଶକ ବିୟନଶିଳ୍ପ କାର୍ଯ୍ୟାଳୟ ଘେରାଉ

Posted by - July 8, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲାର ବୁଣାକାର ମାନଙ୍କ ବିଭିନ୍ନ ସମସ୍ୟା ଏବଂ ଜିଲ୍ଲା ଉପ-ନିର୍ଦ୍ଦେଶକ କାର୍ଯ୍ୟାଳୟରେ ବୁଣାକାରମାନଙ୍କୁ ସହାୟତା ପ୍ରଦାନରେ ଦୁର୍ନିତି ପ୍ରତିବାଦରେ ବୁଣାକାର…