Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ମେଧାବୀ ଛାତ୍ରଛାତ୍ରୀଙ୍କୁ “ଅନୁଧ୍ୟାନ”ପକ୍ଷରୁ ସମ୍ବର୍ଦ୍ଧନା

45 0

ଭବାନୀପାଟଣା::( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଭବାନୀପାଟଣା ସ୍ଥିତ ଅମଲା ଭବନ ଠାରେ ଅନୁଧ୍ୟାନ ଖବର କାଗଜ ଓ ଟିଭି ଚ୍ୟାନାଲ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଭବାନୀପାଟଣା ପୋୖରାଧାକ୍ଷା ସଂଯୁକ୍ତା ବେହେରା, ଭବାନୀପାଟଣା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ ଅଜୟ ମିଶ୍ର ଓ ଆଇନଜୀବି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

କଳାହାଣ୍ଡି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଛି, ଧାନ ଉତ୍ପାଦନରେ ରାଜ୍ୟରେ ଦ୍ୱିତୀୟ ଓ କପା ଉତ୍ପାଦନରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି। ଜିଲ୍ଳାରୁ ପ୍ରତିବର୍ଷ ଯୁବକ ମାନେ ଆଇଏସ, ଆଇପିଏସ ପାଉଛନ୍ତି। ତେଣୁ ଛାତ୍ରଛାତ୍ରୀ ମାନେ ବଡ଼ ବଡ଼ ସ୍ୱପ୍ନ ଦେଖନ୍ତୁ ଓ ସ୍ୱପ୍ନକୁ ସଫଳ କରିବାକୁ ଉଦ୍ୟମ କରନ୍ତୁ ଓ କଳାହାଣ୍ଡି ପାଇଁ ଗୌରବ ଆଣନ୍ତୁ ବୋଲି ଅତିଥିମାନେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ କରିଥିଲେ।

କଳାହାଣ୍ଡିର ୪୦ ଜଣ ଛାତ୍ରଛାତ୍ରୀ ଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହିଅବସରରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବରିଷ୍ଠ ସାମ୍ବାଦିକ ଚିତ୍ତ ରଞ୍ଜନ ବିଶି, ଅଜିତ ସିଂ, ମନୋଜ ନାଏକ, ହେମନ୍ତ ରାୟ ଓ ଯୁବ ସାମ୍ବାଦିକ କିଶନ ଶର୍ମା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଧ୍ୟାନ ଖବର କାଗଜ ର ପଶ୍ଚିମ ଓଡିଶା ବ୍ୟୁରୋ ମୁଖ୍ୟ ରଜନୀ କାନ୍ତ ମିଶ୍ର ସ୍ୱାଗତ ଭାଷଣ ଓ କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମହାଦେବ ଖଣ୍ଡୁଆଲ ଧନ୍ୟବାଦ ଅର୍ପଣ କରିଥିଲେ।।

Related Post

ପଜିଟିଭ ବାହାରିବାର ୭ ଦିନ ପରେ ରାସ୍ତା ସିଲ୍ କୁ ନେଇ ସ୍ଥାନୀୟ ଲୋକଙ୍କ ବିରୋଧ

Posted by - August 25, 2020 0
ଯାଜପୁର ଅଫିସ :ଯାଜପୁର ଜିଲ୍ଲା ଅରେ଼ଇ ଗ୍ରାମ ସାମଲ ସାହି ଠାରୁ ସାହୁ ସାହି ପର୍ଯ୍ୟନ୍ତ ରାସ୍ତା ସିଲ୍ କୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ। ଉକ୍ତ ଅଂଚଳରେ…

ଅହସାୟ ଲୋକଙ୍କୁ ଶୁଖିଲା ଖାଦ୍ୟ ମାସ୍କ ସେନିଟାଇଜର ପ୍ରଦାନ

Posted by - April 19, 2020 0
ଭୁବନେଶ୍ବର:ଲକ ଡାଉନର ଘୋଷଣା ଯୋଗୁ ସାରା ଭାରତ ରେ ମୋଟର ଗାଡି ଟ୍ରେନ ଚଳାଚଳ ଏବଂ ଦୋକାନ ବଜାର  ବନ୍ଦ ରହିଥିବାରୁ ଓଡିଶାରେ ରହୁଥିବା ଲୋକମାନେ ନିଜ…

ବିଶିଷ୍ଟ ପ୍ରବଚକ ଚିତ୍ତରଞ୍ଜନ ତ୍ରିପାଠୀ ଙ୍କ କରୋନାରେ ପରଲୋକ

Posted by - June 6, 2021 0
ଛତିଆ:(ପ୍ରମୋଦ ନାୟକ )ରାଜ୍ୟର ଜଣେ ସୁନାମଧନ୍ୟ ପ୍ରବଚକ ଚିତ୍ତରଞ୍ଜନ ତ୍ରିପାଠୀଙ୍କର କରୋନାରେ ପରଲୋକ ହୋଇଯାଇଛି। ତିନି ଦିନ ହେଲା ସେ କରୋନାରେ ସଂକ୍ରମିତ ହୋଇ କଟକ କୋଭିଡ…

ଫକିର ପଟ୍ଟନାୟକ ସ୍ମୃତି କମିଟି ପକ୍ଷରୁ ଫକିର ସନ୍ଧ୍ୟା- ୨୦୨୨ ପାଳିତ

Posted by - May 30, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ସ୍ଥିତ ଭବାନୀପାଟଣା ଫକିର ପଟ୍ଟନାୟକ କମିଟି ଓ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ,…

ବିଧାୟକଙ୍କ ଦ୍ୱାରା ନୂତନ ଆହାର କେନ୍ଦ୍ର ଗୃହ ଓ ବିଜୁପଟ୍ଟନାୟକ ମାର୍କେଟ୍ କମ୍ପ୍ଲେକ୍ସ-୨ ଉଦ୍‌ଘାଟିତ

Posted by - August 5, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଆଜି ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ବେଲଗୁଣ୍ଠା ନୂଆଁ ବସ୍ ଷ୍ଟାଣ୍ଡ୍ ନିକଟରେ ଆହାର କେନ୍ଦ୍ରକୁ ଆଜି ଉଦ୍‌ଘାଟନ କରିଥିଲେ I ଏହା ସହ…