ଗଞ୍ଜେଇ ଚୋରା ଚାଲାଣ ୬ ଗିରଫ

48 0

ସୋନପୁର:(ଅଜିତ କୁମାର ପୂଜାହାରୀ)ଅନ୍ତଃ ରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ସୋନପୁର ପୋଲିସ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ମାନେ ହେଲେ ବିହାର ରାଜ୍ୟ ଇଷ୍ଟ ଚମ୍ପାରନ ଜିଲ୍ଲାର ଆମା ନୁଳା ସିଦ୍ଧିକ୍, କିମୁର – ଭାଦୁଆ ଜିଲ୍ଲା ଦିନେଶ କୁମାର କେଶରୀ, ଉତ୍ତର ପ୍ରଦେଶ ଆମେଥି ଜିଲ୍ଲା ସୁରଲ ପ୍ରତାପ ସିଂ, ସମ୍ବଲପୁର ସହରର ବିଶ୍ୱଜିତ କୁମ୍ଭାର ଓ ସୁମିତ ପୋଢ଼, ବରଗଡ଼ ଜିଲ୍ଲା ବାସୁଦେବ ସାହୁ l

ଏମାନେ ପଡ଼ୋଶୀ ଜିଲ୍ଲା କଣ୍ଟାମାଳ ବ୍ଲକ ପଟରୁ ଆସୁଥିବା ବେଳେ ସୋନପୁର ତେଲନଦୀ ଛକ ନିକଟରେ ପୋଲିସ ହାବୁଡ଼ରେ ପଡ଼ିଥିଲେ l ଯାଞ୍ଚ ସମୟରେ ସେମାନଙ୍କ ଠାରୁ ୧୮ କେଜି ୪୬୦ ଗ୍ରାମ ଗଞ୍ଜେଇ ବାହାରିଥିଲା l ଏହା ସହିତ ସେମାନଙ୍କ ଠାରୁ ୨ଟି ଗାଡ଼ି, ୭ଗୋଟି ମୋବାଇଲ ଓ ୪୫୫୦ ଟଙ୍କା ବାହାରିଥିଲା l ଯାହା ଫଳରେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ଥିବା ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ମେହେର ସୂଚନା ଦେଇଛନ୍ତି l

 

Related Post

ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ

Posted by - February 1, 2020 74
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ରାହାସ ଗୁହାଳି ସ୍ଥିତ ଭାସ୍କର ସାମଲ ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରପୁଂଲ୍ଲ କୁମାର ବେହେରା ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି…

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡି ଜିଲ୍ଲାର ନୂତନ କାର୍ଯ୍ୟ କାରିଣୀ ଘୋଷିତ

Posted by - June 15, 2022 0
ଭବାନୀପାଟନା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡି ଜିଲ୍ଲାର ନୂତନ କାର୍ଯ୍ୟ କାରିଣୀ ଘୋଷିତ ।ଜୁନାଗଡ଼ର ତନ୍ମୟ ବିଶି ଜିଲ୍ଲା ସଂଯୋଜକ…

ଅକ୍ଷୟ ମୃତ୍ୟୁ ଘଟଣା ଦୁଇମାସ ବିତିଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି

Posted by - July 13, 2022 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ମଙ୍ଗଳପୁର ଥାନା କମାରଡିହି ପଂଚାୟତ ଇଟାପଡା ଗ୍ରାମର ଅକ୍ଷୟ ମୃତ୍ୟୁ ଘଟଣା ଦୁଇମାସ ବିତିଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି । ଏହି…

ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ସାମୂହିକ ତିଳ ତର୍ପଣ

Posted by - September 25, 2022 0
କଳାହାଣ୍ଡି : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ପବିତ୍ର ମହାଳୟା ଅବସରରେ ସ୍ଥାନୀୟ ଭାଗିରଥି ପାର୍କ ସନ୍ନିକଟ ନାଳା…

ସନ୍ଦେହ ଘେରରେ ଟ୍ରକ ଡ୍ରାଇଭର ଅଙ୍ଗୁର ଦଣ୍ଡିଆ ର ମୃତ୍ୟୁ

Posted by - April 18, 2022 0
ହରଭଙ୍ଗା : (ଚିତ୍ତ ରଂଜନ ସିଂ ) ଅଙ୍ଗୁର ଦଣ୍ଡିଆ ପିତା ସୁନା ଦଣ୍ଡିଆ ଯାହାଙ୍କର ବୟସ ପାଖାପାଖି ୨୭ବର୍ଷ ହେବ ,ବାଲିଗୁଡା କନ୍ଧମାଳ ଜିଲ୍ଲାର ଅଟନ୍ତି…