ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

26 0

ସୋନପୁର:(ଅଜିତ କୁମାର ପୂଜହାରୀ) ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡିଆରଡିଏ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣ ଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ୨0 ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ l ତନ୍ମଧ୍ୟରେ ବ୍ୟକ୍ତିଗତ ଦରଖାସ୍ତ ୧୬ ଗୋଟି ଓ ସାମୁହିକ ଦରଖାସ୍ତ 0୪ ଗୋଟି ଗ୍ରହଣ କରାଯାଇଛି l ଗ୍ରହଣ କରାଯାଇଥିବା ୨0 ଦରଖାସ୍ତ ମଧ୍ୟରୁ ଶିବିରରେ ବିଭିନ୍ନ ମାମଲାର 0୮ ଗୋଟି ଅଭିଯୋଗ ଦରଖାସ୍ତ ର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ୧୨ ଟି ଆପତ୍ତି ଅଭିଯୋଗ ଦରଖାସ୍ତ କୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି l

ଭାରପ୍ରାପ୍ତ ବିଡିଓ, ସୋନପୁର-ଶ୍ରୀ ଶଶିଭୂଷଣ ପ୍ରଧାନ ଙ୍କ ତତ୍ୱାବଧାନରେ ଅଦ୍ୟ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ-ଶ୍ରୀ ନିହାର ରଞ୍ଜନ କଁହର ,ଉପ ଜିଲ୍ଲାପାଳ, ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର , କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଆର ଡବ୍ଲୁ ଏସ ଏସ ଇଂ ବିଭୁ ପ୍ରସାଦ ପଣ୍ଡା, ସି ଡି ଏମ ଓ ଡ଼ଃ ବିଶ୍ୱ ରଞ୍ଜନ ପତି,ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, କାର୍ଯ୍ୟନିର୍ବାହୀ ଅଧିକାରୀ ପୌରପରିଷଦ, ସୋନପୁର ସୂର୍ଯ୍ୟଂଶୁ ରୁଟ, ତହସିଲଦାର ସୋନପୁର ଶ୍ରୀ ନବୀନ କିଶୋର ପାଢ଼ୀ,ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ, ତହସିଲଦାର, ବ୍ଲକ ସ୍ତରୀୟ କର୍ମଚାରୀ, ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ l

Related Post

ସରକାରୀ ବାବୁ ନୁହେଁ କିନ୍ନର ମାନେ ହେବେ ପରିବର୍ତନର ବାର୍ତାବହ

Posted by - February 15, 2020 7
ଯାଜପୁର:( ଆନନ୍ଦ ଚନ୍ଦ୍ର ସାହୁ) ଆଉ ସରକାରୀ ବାବୁ ନୁହେଁ କିନ୍ନର ମାନେ ହେବେ ପରିବର୍ତନର ବାର୍ତାବହ । ଏଭଳି ଏକ ନିଆରା ଉଦ୍ୟମ ଆରମ୍ଭ କରିଛି…

ସାମ୍ବାଦିକ କେତେ ସୁରକ୍ଷିତ ଶୀର୍ଷକ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

Posted by - August 5, 2021 0
ବରୀ:(ସ୍ନେହଂଶୁ ଶେଖର ମହାନ୍ତି )ଓଡ଼ିଆ ସାମ୍ବାଦିକ ଦିବସ ଉପଲକ୍ଷେ ବୁଧବାର ଦିନ ୧୧ ଘଟିକା ସମୟରେ ବାଲିବିଲି ସାଇ ମନ୍ଦିର ସଭା ଗୃହରେ ଆବାହକ ଅଜୟ କୁମାର…

ସହଙ୍ଗା ଗ୍ରାମରେ ମଦ ବିକ୍ରି ବନ୍ଦ ପାଇଁ ମହିଳାମାନେ ଥାନା ଘେରିଲେ ଓ ଦାବିପତ୍ର ଦେଲେ

Posted by - March 21, 2020 2
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲାର କୋରେଇ ଥାନା ଅର୍ନ୍ତଗତ ସହଙ୍ଗା ଗ୍ରାମରେ ଦିନ ଓ ରାତିରେ ଅବାଦରେ ମଦ ବିକ୍ରି ହେଉଛି । ମଦ ପିଇ ଲୋକମାନେ…

ଆଞ୍ଚଳିକ ଚିତ୍ରକଳା ଗ୍ୟାଲେରୀ ଉଦଘାଟିତ

Posted by - December 30, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଓଡ଼ିଶା ଲଲିତ କଳା ଏକାଡେମୀ ପକ୍ଷରୁ ସମ୍ୱଲପୁର ଠାରେ ଉଦଘାଟିତ ହୋଇଛି ଆଞ୍ଚଳିକ ଚିତ୍ରକଳା ଗ୍ୟାଲେରୀ । ଏହି ଗ୍ୟାଲେରୀ କୁ ସମ୍ୱଲପୁର ଜିଲ୍ଲାପାଳ ଶୁଭମ୍…