Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

କଳାହାଣ୍ଡି ଜିଲ୍ଲା ନଦୀ ମାନଙ୍କରେ ବନ୍ୟା ପରିସ୍ଥିତି , ହାତୀ ବେରେଜର ଦୁଇଟି ଗେଟ୍ ଖୋଲା

33 0

ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଜୟପାଟଣା ବ୍ଲକ ଅଞ୍ଚଳରେ ଗାଈ ଧାର ନଦୀ କୁଳ ଲଙ୍ଘିବା ଯୋଗୁଁ ବାନେର ଜୟପାଟଣା ଜିଲ୍ଲା ମୁଖ୍ୟ ସଡ଼କ ରେ ଆଣ୍ଠୁଏ ପାଣି ଦେଖିବାକୁ ମିଳିଥିଲା, ସେହିପରି ଜୟପାଟଣା ଚିରିକା ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ି ଥିବା ବେଳେ ଜୟପାଟଣା ଜୋରପଡା ର ବିଭିନ୍ନ ଘରକୁ ବନ୍ୟା ପାଣି ପଶିଯିବା ରୁ ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ସୂଚନାରୁ ପ୍ରକାଶ ଯେ, ରବି ବାର ସକାଳ ଆଠଟା ସୁଦ୍ଧା ଜୟପାଟଣା ଅଞ୍ଚଳରେ ୧୨୨ମିଲି ମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ମଙ୍ଗଳପୁର ସ୍ଥିତ ହାତୀ ବରେଜ ରୁ ଦୁଇଟି ଗେଟ ଖୋଲାଯାଇ ୨୪୬ କ୍ୟୁମେକ୍ସ ବନ୍ୟା ଜଳ ନଦୀ ଗର୍ଭକୁ ଛଡା ଯାଇଥିବା ବିଭାଗ ସୂତ୍ରରୁ ଜଣା ପଡ଼ିଛି|ଏତଦ୍ ବ୍ୟତୀତ ଗାଈ ଧାର, କମଳ ନଦୀ, ଛଞ୍ଚାଣ ଗାଢ଼, ପିପଲ୍ ଜୋର ଆଦି ଛୋଟ ବଡ଼ ନଦୀ ମାନଙ୍କରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି|କେତେକ ସ୍ଥାନରେ ବନ୍ୟା ଜଳ ଗାଁ ମଧ୍ୟକୁ ପ୍ରବେଶ ଘର ମାନଙ୍କରେ ମଧ୍ୟ ପାଣି ପଡିଥିବାର ଦୃଶ୍ୟ ଦେଖିବାକୁ ମିଳୁଛି| ଅଁଳା ଭ ଟା ପଞ୍ଚାୟତ ର ପଟିଆ ମୁଣ୍ଡା ଗ୍ରାମର ଟଙ୍କଧର ପୁଝାରୀ ଙ୍କ ସମେତ ଅନ୍ୟ କେତେକଙ୍କ ଘରେ ପାଣି ପଶିଥିବା ଜଣା ପଡ଼ିଛି|

ସେହିପରି ଵାନେ ର ପଞ୍ଚାୟତ ଅନ୍ତର୍ଗତ ପିପଲ ଗୁଡା ଗ୍ରାମର ଚଲାନ ଶବର, ଶିବରାମ ଶବର, ସତ୍ୟ ଶବର, କନକ ଶବର ଙ୍କ ଘର ଭିତରକୁ ପୀପଲ୍ ଜୋର ର ବନ୍ୟାପାଣି ପଶିବା ଫଳରେ ସେମାନଙ୍କୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡ଼ିଛି||ଜୟପାଟଣା ଅଞ୍ଚଳରେ ସର୍ବାଧିକ ୧୨୨ମିଲିମିଟର ବର୍ଷା ରେକର୍ଡ କରାଯାଇ ଥିବା ବେଳେ ପଡୋଶୀ ଥିଆମୁଲ ରାମପୁର ୩୩, କଲମପୁର ୩୫, କୋକସରା ୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି| ପୁନଶ୍ଚ ଏହି ଅଞ୍ଚଳରେ ବର୍ଷା ଲଗିରହିଲେ ରସ ଡୁ ମେର, କଛାର ପଡା, ଧାମନ୍ ଗୁଡା, ଖାଇରମାଲ ଆଦି ସମ୍ବେଦଶୀଳ ଗାଁ ମାନଙ୍କରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ପାରେ ବୋଲି ଆଶଙ୍କା କରାଯାଉଛି| ତେବେ ଜିଲ୍ଲାର ଅନେକ ନଦୀ ନାଳ ର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ତେଣୁ ଜିଲ୍ଲା ପ୍ରଶାସନ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Related Post

କଳାମାଟିଆ ପଞ୍ଚୟତ ରେ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ପ୍ରସ୍ତୁତ

Posted by - March 31, 2020 0
ବରୀ: (ସ୍ନେହାଂଶୁ ଶେଖର ମହାନ୍ତି)  ମହାମାରୀ କରୋନା ର ମୁକାବିଲା ପାଇଁ ବିଭିନ୍ନ ପଞ୍ଚାୟତରେ କୋରେଣ୍ଟାଇନ୍ କେନ୍ଦ୍ର ପ୍ରସ୍ତୁତି ଜୋରଦାର୍ ଚାଲିରହିଥିବା ଦେଖିବାକୁ ମିଳିଛି । ବରୀ…

ବାହାମ ଗ୍ରାମ ପଞ୍ଚାୟତରେ ଉନ୍ନୟନ କାମ ଲୋକାର୍ପିତ

Posted by - December 31, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ବାହାମ ଗ୍ରାମପଞ୍ଚୟତରେ ଆଜି ବିଭିନ୍ନ ଉନ୍ନୟନ କାମ ଲୋକାର୍ପିତ ହୋଇଛି । ଖଲିଆପାଲି ଛକରେ ଥିବା ମହାବୀର ଗ୍ରାମୀଣ ଉଦ୍ୟାନକୁ ବିଶିଷ୍ଟ ଶିକ୍ଷାବିତ୍…

ଡ଼ୁମାଳ ସମାଜ ର ଇଷ୍ଟଦେବୀ ମା ମାହେଶ୍ୱରୀ ଙ୍କ ବାର୍ଷିକ ପୂଜା ଅନୁଷ୍ଠିତ

Posted by - October 21, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ଡ଼ୁମାଳ ଜାତି ସମାଜ ପୁରୁଣାକଟକ କେନ୍ଦ୍ର ଶାଖା ଆନୁକୂଲ୍ୟରେ ମା ମାହେଶ୍ୱରୀ ଙ୍କ ବାର୍ଷିକ ପୂଜା ଉତ୍ସବ ରୁଗୁଡ଼ିପାଲି ଗ୍ରାମ ଗୁଢ଼ି…

ଫେସବୁକ କମେଣ୍ଟ କୁ ଅଭିଯୋଗ ଭାବେ ଗ୍ରହଣ କଲା ଜିଲା ପ୍ରଶାସନ

Posted by - April 15, 2020 32
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ରାଜ୍ୟ ସରକାର 5ଟି କୁ ଗୁରୁତ୍ୱ ଦେଉଥିବା ବେଳେ ଯାଜପୁର ଜିଲ୍ଲା ପ୍ରଶାସନ ଏହାକୁ ଠିକଣା ଭାବେ ପାଳନ କରିଛି। ସୋସିଆଲ ମିଡ଼ିଆ…

ଆଞ୍ଚଳିକ କୃଷକ ସଙ୍ଘ ର ଜରୁରୀ ବୈଠକ

Posted by - September 9, 2021 0
ବରଗଡ:ପଦ୍ମପୁର ବ୍ଲକ ସର୍ଗି ବାହାଲ ବଜାର ପ୍ରାଙ୍ଗଣରେ ଆଞ୍ଚଳିକ କୃଷକ ଶ୍ରମିକ ସଂଘର ସଭାପତି ଗୋବର୍ଦ୍ଧନ ଭୋଏଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇ ଯାଇଛି ।…