ଜିଲ୍ଲା କ୍ରୀଡା ସଂସ୍ଥା ପକ୍ଷରୁ ଜାତୀୟ ଜେଭଲିନ-ଥ୍ରୋ ଦିବସ ଅନୁଷ୍ଠିତ

50 0

ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା କ୍ରୀଡା ସଂସ୍ଥା ପକ୍ଷରୁ ଜାତୀୟ ଜେଭଳିନ ଥ୍ରୋ ଦିବସ ପାଳିତ ହୋଇଯାଇଛି।ଏହି ପ୍ରତିଯୋଗିତାରେ ଜିଲ୍ଲାର ୧୨୦ ଜଣ ପୁରୁଷ ଓ ମହିଳା ଭାଗ ନେଇଥିଲେ। ଏ ଉପଲକ୍ଷେ ଆୟୋଜିତ ପୁରସ୍କାର ବିତରଣୀ ସଭାରେ କଳାହାଣ୍ଡି ଜିଲ୍ଲା କ୍ରୀଡା ସଂସ୍ଥା ସମ୍ପାଦକ ତଥା ଓଡିଶା ଅଲିମ୍ପିକ ଏସୋସିଏସନ ସଭାପତି ଶ୍ରୀ ଜଗମୋହନ ପଟ୍ଟନାୟକ ସଭାପତିତ୍ଵ କରିଥିବା ବେଳେ ଭବାନୀପାଟଣା ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। କ୍ରୀଡ଼ା ସଂସ୍ଥା ର ଯୁଗ୍ମ ସମ୍ପାଦକ ସୁନୀଲ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏ ଅବସରରେ ଭିକାରୀ ଚରଣ ମିଶ୍ର, ଅବଦୁଲ କାଦିର, ପଙ୍କଜ ପଟ୍ଟନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ସୁଭାସିସ ନାଏକ, ସୁବାସ ପଣ୍ଡା, ଅଶୋକ ପଟ୍ଟନାୟକ, ଚକ୍ରଧର ସେଠି, ଧୀରେନ୍ ପଟ୍ଟନାୟକ, ସୁବାସ ନାଗ, ଦେବେନ୍ଦ୍ର କୁମାର ରାଉତ, ବିପିନ ମିଶ୍ର, ଜିତେନ୍ଦ୍ର ପଟ୍ଟନାୟକ, ନିର୍ମଳ ସିଂ, ଜିତେନ୍ଦ୍ର ପଟ୍ଟନାୟକ, କାଉନ୍ସିଲର ଶିବା ସାହୁ, ଅକୃର ବାଗ, ମନୋଜ ବିଶ୍ଵାଳ ପ୍ରମୁଖ ଯୋଗ ଦେଇ ଥିବା ବେଳେ ପୁରୁଷ ବିଭାଗର ପ୍ରଥମ ସ୍ଥାନ ଅଧିକାର କରିଥିବା ଶ୍ଯାମ ଶବର, ଦ୍ଵିତୀୟ ପଞ୍ଚୁ ମାଝୀ, ତୃତୀୟ ଚତୁର୍ଭୁଜ ନାଏକ, ଏବଂ ମହିଳା ବର୍ଗ ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ମମତା ଶବର, ଦ୍ଵିତୀୟ ରଚନା କୁମାର, ତୃତୀୟ ସ୍ଥାନ ଅଧିକାର କରିଥିବା ଯଶୋବନ୍ତୀ ମାଝିଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।

Related Post

ଅତିରିକ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

Posted by - August 30, 2022 0
ସୋନପୁର:(ଅଜିତ କୁମାର ପୁଜାହାରି)ସୁବର୍ଣ୍ଣପୁର ଜିଲ୍ଲାରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଉଲୁଣ୍ଡା ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ…

ଭାତ ବଳିଯାଇଥିଲେ ସେଥିରୁ ତିଆରି କରନ୍ତୁ ଏହି ସ୍ବାଦିଷ୍ଟ ଖାଦ୍ୟ

Posted by - April 16, 2020 0
ଦୈନନ୍ଦିନ ଜୀବନରେ ସନ୍ଧ୍ୟା ସମୟରେ କିଛି ଜଳଖିଆ ଖାଇବାକୁ ସବୁ ପସନ୍ଦ କରିଥାନ୍ତି। ପ୍ରତିଦିନ ମହିଳା ମାନେ ରୋଷେଇ କରିବା ପରେ ବେଳେ ବେଳେ ଅଳ୍ପ ଭାତ…

ବିଦ୍ଯାଳୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ମନାକୁ ନେଇ ପ୍ରତିବାଦ

Posted by - July 12, 2022 0
ବୌଦ୍ଧ : (ଚିତ୍ତରଞ୍ଜନ ସିଂ) ଶିକ୍ଷାର ବିକାଶ ସହିତ ସଂସ୍କାରରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଜଡିତ ରହି କାର୍ଯ୍ଯ କରୁଥିବା ବେଳେ ହଠାତ…