ଖପ୍ରାଖୋଲ ପୋଲିସ କୁ ବଡ଼ ସଫଳତା , ଓ.ଏ.ଭି ସ୍କୁଲ ନିକଟ ଲୁଟ ଘଟଣାର ପର୍ଦାଫାସ

24 0

ଖପ୍ରାଖୋଲ: ୭/୮(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲା ଖପ୍ରାଖୋଲ ଥାନା ଓ ଏ ଭି ସ୍କୁଲ ଘଟଣା ର ପର୍ଦାଫାସ କରିଛି ଖପ୍ରାଖୋଲ ପୋଲିସ । ଏନେଇ ଥାନା ପରିସରରେ ପାଟଣାଗଡ଼ ଏସ.ଡ଼ି.ପି.ଓ ଜ୍ୟୋତିର୍ମୟ ଭୁକ୍ତା ଓ ଖପ୍ରାଖୋଲ ଥାନା ଅଧିକାରୀ ରାମାକାନ୍ତ ସାହୁ ଗଣମାଧ୍ୟମ କୁ ବିସ୍ତୃତ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଗତ ଗୁରୁବାର ଖିତିସ ବେହେରା ନାମକ ଜଣେ ମାଇକ୍ରୋ ଫାଇନାନ୍ସ କର୍ମଚାରୀ ଙ୍କ ଠାରୁ ଖପ୍ରାଖୋଲ ପାଟଣାଗଡ଼ ରାସ୍ତା ଓଏଭି ସ୍କୁଲ ନିକଟରେ ଏକ ବୁଲେଟ ମୋଟର ସାଇକେଲ ରେ ତିନି ଜଣ ଲୁଟେରା ମୋଟର ସାଇକେଲ ଅଟକାଇ ଖିତିସ ଠାରୁ ଏକ ମୋବାଇଲ ଫୋନ , ଏକ ଟାଵଲେଟ ଓ ବିଭିନ୍ନ କାଗଜପତ୍ର ଲୁଟି ଫେରାର ହୋଇଥିଲେ ।

ଏନେଇ ଖପ୍ରାଖୋଲ ଥାନାରେ ଅଭିଯୋଗ ପରେ ପୋଲିସ ତତ୍ପରତା ପ୍ରକାଶ କରି ଥାନା ଅଧିକାରୀ ଙ୍କ ନେତୃତ୍ୱରେ ବିଭିନ୍ନ ସୂଚନା , ସିସିଟିଭି ଫୁଟେଜ , ବୈସୟିକ ବିଜ୍ଞାନ କୌଶଳ ରେ ସହାୟତାରେ ଲୁଟେରା ମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ଗିରଫ ଲୁଟେରା ମାନେ ହେଲେ ପଟଣାଗଡ଼ ଥାନା କୁତମୁଣ୍ଡା ଗାଁର ପୁରନ୍ଦର କୁମ୍ଭାର(୨୨), ମୁଣ୍ଡାପଲା ଗାଁର କେଶବ ବାରିକ (୨୭), ଘୁନଘୁଟିପାଲି ଗାଁର ଗୋବିନ୍ଦ କାଲସାଏ (୨୬), ଭାଲୁପିଟା ଗାଁର ତରଣୀ ଜଗଦଲା (୨୮) ଏବଂ ତୁଷୁରା ଥାନା ଅଞ୍ଚଳର ନାବାଳକ ଲୁଟେରା (୧୬) କୁ ଗିରଫ କରିବା ସଫଳ ହୋଇଥିବା ବେଳେ ଲୁଟେରା ଙ୍କ ଠାରୁ ନଗଦ ୫୫୦୦ ଟଙ୍କା ,ଲୁଟ ରେ ବ୍ୟବହାର ଏକ ବୁଲେଟ ମୋଟର ସାଇକେଲ( ଓଡ଼ି ୦୨ ଏମ ୨୯୯୪ ), ଏକ କଲା ପଲସର ଏବଂ ସିଡ଼ି ଡିଲକ୍ସ ଜବତ ହୋଇଛି ।

ସେହିପରି ୬ ଟି ଡ଼ି.ଏସ.ଏଲ.ଆର ଦାମି କ୍ୟାମେରା ଲୁଟ କରି ବିଭିନ୍ନ ସ୍ଥାନ ରେ ବିକ୍ରି କରିଥିବା ବେଳେ ତଦନ୍ତ ବେଳେ ତାକୁ ଉଦ୍ଧାର କରି ଜବତ କରିଛି ପୋଲିସ। ୨ ଟି ସାମସଙ୍ଗ ଟାଵଲେଟ ସମେତ ୯ଟି ମୋବାଇଲ ପୋଲିସ ଜବତ କରିଥିବା ଜଣାଯାଇଛି । ଅଭିଯୁକ୍ତ ମାନଙ୍କ ନାଆଁ ରେ ତୁଷୁରା , ଦେଓଗାଁ , ବଲାଙ୍ଗିର ସଦର ଆଦି ଥାନା ରେ ଚାରି ରୁ ଅଧିକ ମାମଲା ଥିବା ପୋଲିସ ସୂଚନା ଦେଇଛି ।

ଗିରଫ ପାଞ୍ଚ ଜଣ ଅଭିଯୁକ୍ତ ମଧ୍ୟରୁ ଚାରି ଜଣଙ୍କୁ ପାଟଣାଗଡ଼ କୋର୍ଟ କୁ ଚାଲାଣ କରାଯାଇଥିବା ବେଳେ ନାବାଳକ ଅଭିଯୁକ୍ତକୁ ରାଉଲକେଲା ଯୁଭେନାଇଲ କୋର୍ଟ କୁ ପଠା ଯାଇଥିବା ଜଣା ଯାଇଛି । ଖପ୍ରାଖୋଲ ପୋଲିସ ଘଟଣା ଘଟିବାର ୧୨ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଧରିବାରେ ସଫଳ ହେବା ସହ ଲୁଟ ସାମଗ୍ରୀ ଜବତ କରିଥିବା ରୁ ଥାନା ଅଧିକାରୀ ଙ୍କୁ ବିଭିନ୍ନ ମହଲରେ କୃତଜ୍ଞତା ଜଣାଯାଇଛି ।

Related Post

ଗଞ୍ଜେଇ ସହ ଦୁଇ ଗିରଫ

Posted by - July 28, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ବିନିକା ପୋଲିସ ଗଂଜେଇ ନେଇ ଯାଉଥିବା ଦୁଇ ଜଣଙ୍କୁ ଗିରଫ କରିଛି । ଆଜି ବିନିକା ପୋଲିସ ଗାଡ଼ି ମଟର ଯାଞ୍ଚ…

ଭବାନୀପାଟଣା ରେ ଚୋର ଦଳ ସକ୍ରିୟ, ଚୋରି କଲେ ସୁନା, ରୂପା ଗହଣା ଓ ନଗଦ ଟଙ୍କା

Posted by - March 8, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରେ ଚୋର ମାନଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିଛି ।ଜୈନିକ ଘର ମାଲିକ ଙ୍କ ଅନୁପସ୍ଥିତ ର…

ପରକ୍ରିୟାପ୍ରିତି ପାଇଁ ସ୍ତ୍ରୀ ହତ୍ୟା କଲା ସ୍ୱାମୀକୁ

Posted by - January 7, 2020 0
ଗଜପତି:ଗଜପତି ଜିଲ୍ଲା ଅଡବାଥାନା ନିକଟରୁ ଜାନୁଆରୀ ୧ତାରିଖରେ ବ୍ୟାଡିସିଟ୍ ଘୋଡାଯାଇଥିବା ଏକ ଶବ ପଡିଥିବା ସ୍ଥାନୀୟ ଲୋକ ଦେଖି ଅଡବାଥାନାକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ…

ଡୁପ୍ଲିକେଟ୍ ମୋବିଲ କାରଖାନା ଠାବ, ଦୁଇ କର୍ମଚାରୀ ଅଟକ

Posted by - July 19, 2019 0
ବାଲେଶ୍ୱର  : ବାଲେଶ୍ୱର ଅରଡବଜାରରୁ ଏକ ନକଲି ମୋବିଲ କାରଖାନା ଠାବ କରାଯାଇଛି। ଏଠାରେ ବିଭିନ୍ନ ବ୍ରାଣ୍ଡର ନକଲି ଷ୍ଟିକର ଲଗାଯାଇ ମୋବିଲ ବିକ୍ରି କରାଯାଉଥିଲା। ଏ…