Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ମା’ଭୈରବୀ ମନ୍ଦିର ପ୍ରାଙ୍ଗଣରେ ଆଜୀବନ ସଦସ୍ୟଙ୍କ ସମ୍ମିଳନୀ

47 0

ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୋୖଦ୍ଧ ର ଅଧିଷ୍ଠାତ୍ରୀ ଦେବୀ ମାଁ ଭୈରବୀ । ପୁରୁଣା କଟକ ସ୍ଥିତ ମାଁ ଭୈରବୀ ମନ୍ଦିର ପ୍ରାଙ୍ଗଣରେ ଆଜୀବନ ସଦସ୍ୟ ମାନଙ୍କ ଏକ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି ।ମନ୍ଦିର ପରିଚାଳନା କମିଟି ସଭାପତି ସୁରେନ ପ୍ରଧାନଙ୍କ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ମନ୍ଦିର ଉନ୍ନତି କରଣ ସହ ବିଭିନ୍ନ ବିଷୟରେ ବୈଠକରେ ଆଲୋଚନା ହୋଇଥିଲା

ଏଥିରେ ମନ୍ଦିର ପରିଚାଳନା କମିଟିର ସଭାପତି ସୁରେନ ପ୍ରଧାନ ,ପରିଚାଳନା କମିଟିରସମ୍ପାଦକ ସୁଷେଣ ପ୍ରଧାନ ,ମନ୍ଦିର ଉନ୍ନୟନ କମିଟ ର ସଭାପତି ଅଶୋକ ଅଗ୍ରୱାଲ,ଉନ୍ନୟନ କମିଟ ରସମ୍ପାଦକ ବାଳକୃଷ୍ଣ ନାୟକ ,ପୂର୍ବତନ ପରିଚାଳନା କମିଟିର ସଭାପତି ସଲିଲ ଭୋକ୍ତା ,ପୂର୍ବତନ ପରିଚାଳନା କମିଟିର ସମ୍ପାଦକ ସେସଦେବ ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ । ଆଜିର କାର୍ଯ୍ୟକ୍ରମରେ ସାମ୍ବାଦିକ ଯୁଗଳ ସାମଲ ଏବଂ ହରଭଙ୍ଗା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସରୋଜ ପ୍ରଧାନ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ଏକ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ଆଜି ପଯ୍ୟନ୍ତ ମନ୍ଦିରରେ ୨୭୬ ଜଣ ଆଜୀବନ ସଦସ୍ୟତା ଗ୍ରହଣ କରିଥିବା ବେଳେ ଆଗାମୀ ଦିନରେ ଏହାକୁ ଆହୁରି ବୃଦ୍ଧି କରିବାକୁ ଲକ୍ଷ ରଖାଯାଇଛି ।

ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ ଅଶୋକ ସେଠି,ହରଭଙ୍ଗା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସରୋଜ ପ୍ରଧାନ,ଯୁଗଳ ସାମଲ, ନବ କୁମାର ମିଶ୍ର ,ସୁକାନ୍ତ ପଟ୍ଟନାୟକ, ସୁକାନ୍ତ ଦାସ, ଅଜିତ ଦେହୁରୀଙ୍କ ସମେତ ଅଞ୍ଚଳର ବୁଦ୍ଧିଜୀବୀ ଏବଂ ମନ୍ଦିର କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।କୈଳାସ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।

Related Post

ବୌଦ୍ଧ ଜିଲ୍ଲାରେ ଦ୍ୱାଦଶ ଜାତୀୟ ମତଦାନ ଦିବସ ପାଳିତ

Posted by - January 25, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଳାରେ ଚଳିତ ବର୍ଷ 12ତମ ଜାତୀୟ ମତଦାନ ଦିବସ ସ୍ଥାନୀୟ ଟାଉନ ହଲ ଠାରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଙ୍କ ଅଧ୍ୟକ୍ଷତା…

ନିଲାକଣ୍ଠପୁର ଗ୍ରାମରେ ଆଖଣ୍ଡଳମଣି ମନ୍ଦିର ପରିସରରେ ରୁଦ୍ରମହାଯଜ୍ଞ ଆରମ୍ଭ

Posted by - June 8, 2022 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ବ୍ଳକ ଝାଲପଡ଼ା ପଂଚାୟତ ନିଲାକଣ୍ଠପୁର ଗ୍ରାମରେ ଥିବା ଆଖଣ୍ଡଳମଣି ମନ୍ଦିର ପରିସରରେ ରୁଦ୍ରମହାଯଜ୍ଞ ଆରମ୍ଭ ହୋଇଛି । ସକାଳୁ କଳସ ଯାତ୍ରା…

ଅଗ୍ନିଶମ ବିଭାଗ ଦ୍ୱାରା ମକଡ଼୍ରିଲ

Posted by - April 19, 2022 0
ସୋନପୁର:(ଅଜିତ କୁମାର ପୁଜାହାରୀ)ସୋନପୁର ସହରର କୋଶଳ ଆବାସିକ ବିଦ୍ୟାଳୟ ପ୍ରାଙ୍ଗଣରେ ଜିଲ୍ଲା ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କ ଦ୍ଵାରା ଏକ ମକଡିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…