Breaking News
2:23 pmରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଆଦି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି 2:22 pmଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପୂର୍ବ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ‌କ୍ଷେତ୍ର ଘନୀଭୂତ ହୋଇ ଏକ ସୁଦୃଶ ଲଘୁଚାପରେ ପରିଣତ, ୩ ଦିନ ଯାଏଁ ଛେଚିବ, 2:21 pmସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସର ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲେ ୬ ଜଣିଆ କେନ୍ଦ୍ରୀୟ ଟିମ୍ 2:20 pm୨ ବିଧାୟକଙ୍କ ନିଲମ୍ବନକୁ ବିରୋଧ କରି ବିଜେପି ସଦସ୍ୟଙ୍କ ହଟ୍ଟଗୋଳ: ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ 2:19 pmହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳସ୍ତର ଛୁଇଁଲା ୬୩୦ ଫୁଟ। ଅପରାହ୍ନ ୩ଟା ସୁଦ୍ଧା ୭ଟି ଗେଟ୍ ଦେଇ ହୀରାକୁଦରୁ ଜଳ ନିଷ୍କାସନ ଜାରି

ଖୋର୍ଦ୍ଧା -ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ,ନିର୍ମାଣରେ ଅନିୟମିତତା,ଦୈନିକ ଘଟୁଛି ଦୁର୍ଘଟଣା,ବିଭାଗର ନିଘାନାଇଁ

164 0

ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲାଦେଇ ଯାଇଥିବା ଖୋର୍ଦ୍ଧା -ବଲାଙ୍ଗୀର 57ନମ୍ବର ଜାତୀୟ ରାଜପଥ ବିଭିନ୍ନ ସମସ୍ୟା ଘେରରେ ଏବେ ଜର୍ଜରିତ!ଏହି ଜାତୀୟ ରାଜପଥ ଦେଇ ବାହାର ରାଜ୍ୟ ଓ ଓଡ଼ିଶାର କୋଣ ଅନୁକୋଣ ରୁ ଜନସାଧାରଣ ପ୍ରତିଦିନ ବ୍ୟବହାର କରନ୍ତି!କିନ୍ତୁ ଅନ୍ୟ ଜିଲ୍ଲା ଅପେକ୍ଷା ବୌଦ୍ଧ ଜିଲ୍ଲା ରେ ଏହି ଜାତୀୟ ରାଜପଥ କାର୍ଯ୍ୟ ଏତେ ନିମ୍ନ ମାନର ଯେ ରାସ୍ତାଉପର ପୋଲ ନିର୍ମାଣ କାର୍ଯ୍ୟ ଏକ ମାସ ଭିତରେ ରାସ୍ତାରେ ଫାଟ, ପିଚୁ ଉଠିବା , ପୋଲ ଗୁଡିକରି କଂକ୍ରିଟ ଉଠି ଲହl ରଡ଼ ଗୁଡିକ ଉପରକୁ ଉଠିବା ବିରାଟ ବିରାଟ ଗାତ ସୃଷ୍ଟି ହେବା, ଅଦରକାରୀ ବଡ଼ ବଡ଼ ହମ୍ପ ତିଆରି ଆଦି ସମସ୍ୟା ରେ ୫୭ ନଂ ଜାତୀୟ ରାଜପଥ!ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ପ୍ରାୟ ୩୦ ଦିନରେ ୩୫ ରୁ ୪୦ ଗୋଟି ଛୋଟ ବଡ଼ ଦୁର୍ଘଟଣାରେ 25ଜଣଙ୍କ ମୃତ୍ୟୁ ବି ହେଲାଣି!

ଗତ ଦୁଇଦିନ ପୂର୍ବରୁ ନୂଆପଡା ଠାରେ ଥିବା ବୌଦ୍ଧ ଜିଲ୍ଲା ର ସବୁଠୁ ବଡ଼ ହମ୍ପ ରେ ଏକ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଦୁଇଜଣ ବୁର୍ଲା ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି ଓ ଦୁଇଟିଗାଡି ସମ୍ପୂର୍ଣ ନଷ୍ଟ ହୋଇଯାଇଛି!ଏହାବ୍ୟତୀତ ଟୋଲ ଗେଟ ଆଦାୟ ପାଇଁ ରାଭିକଟା ଠାରେ ତିଆରି ରାସ୍ତା, ହରେକୃଷ୍ଣ ପୁର ଚି଼ଲlଖଣ୍ଡି ନାଳ ସେତୁ 6ମାସ ଭିତରେ ୧୦  ଥର ରିପାରିଙ୍ଗ କରିଥିଲେ ବି ଅବସ୍ଥା ସମାନ lଛାତ ର ରଡ଼ ଗୁଡାକ ଉପରକୁ ଉଠି ଯାଇଛି l ସେହିଭଳି ଲୁଣିବାହାଲ,ପୁରୁଣାକଟକ ନୂଆ ପରିବl ବଜ଼ାର ପାଖରେ ଥିବା ପୋଲ ଉପରେ ବିରାଟ ଗାତ ଶୃଷ୍ଟି ହୋଇଛି l

ସୂଚନା ଥାଉକି ଏହି ପୋଲ ଉପରେ ବିଗତ ଜୁଲାଇ ମାସରେ ଦୁଇ ଦୁଇଟି ଦୁର୍ଘଟଣା ଘଟି ସାରିଛି lଏହା ବ୍ୟତୀତ ଆଡେଣି ଗଡ ଠାରୁ ଚାରିଛକ ଭିତରେ ରାସ୍ତା ର ଅବସ୍ଥା ସ୍ୱଚନୀୟ ଯୋଗୁଁ ବାରମ୍ବାର ଛୋଟ ରୁ ବଡ ଦୁର୍ଘଟଣା ଘଟି ଚାଲିଛି l ଏହି ଜାତୀୟ ରାଜ ପଥରେ ପ୍ରତିଦିନ ସରକାରୀ କର୍ମଚାରୀ ଓ ରାଜନେତା ଯିବା ଆସିବl କରୁଥିଲେ ମଧ୍ୟ ଏହା ଉପରେ କାହାରି ଦୃଷ୍ଟି ପଡୁନାହିଁ? ନାଁ ସବୁ ଦେଖି ଅଣଦେଖା ହେଉଛି l ସରକାର ଙ୍କ କୋଟି କୋଟି ଟଙ୍କା ର ପ୍ରକଳ୍ପ ସଠିକ ମାର୍ଗ ରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ରେ ବିନିଯୋଗ ହେଉନାହିଁ l ନାଁ ଠିକାଦାର ମାନେ ସରକାରଙ୍କ ଧର୍ମ ପୁଅ!ଯଦି କାର୍ଯ୍ୟ ର ସଠିକ ତଦାରଖ ହେଉଛି କାର୍ଯ୍ୟଶେଷର ଏକ ମାସ ଭିତରେ କେମିତି ବିଭିନ୍ନ ସମସ୍ୟା ସବୁ ଦେଖାଦେଇଛି!ଏଣୁ ଏହି ଜାତୀୟ ରାଜପଥ ର ଏହି ସବୁସମସ୍ୟା ଗୁଡିକ କିପରି ସମାଧାନ ହୋଇପାରିବ ବୁଦ୍ଧିଜୀବୀ ମହଲରେ ଚିନ୍ତାର ବିଷୟ ପାଲଟିଛି!

Related Post

ଗାଇସିଲେଟ ବ୍ଲକ ରେ ଚାଲିଛି ଲାଞ୍ଚ କାରବାର ବ୍ୟାଙ୍କ ଆକାଉଣ୍ଟ ରେ

Posted by - September 10, 2021 0
ବରଗଡ:ବରଗଡ ଜ଼ିଲ୍ଲା ଅଧିନସ୍ଥ ବିଜେପୁର ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଗାଇସିଲେଟ ବ୍ଲକ ରେ ଚାଲିଛି ଲାଞ୍ଚୁଆ କାରବାର ଖୁଲମଖୁଲା ତାହା ପୁଣି ବ୍ୟାଙ୍କ ଆକାଉଣ୍ଟ ରେ…

କରୋନା ପାଇଁ ଜିଲ୍ଲାରେ ଲାଗୁହେଲା କଟକଣା,ଦେଖନ୍ତୁ ଜିଲ୍ଲାପାଳ କଣ କଟକଣା ଲଗେଇଲେ !!

Posted by - June 30, 2020 0
ଯାଜପୁର ତା. ୩୦/୬ : (ଆନନ୍ଦ ଚନ୍ଦ୍ର ସାହୁ )ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବିଗତ କିଛି ଦିନଧରି ବୃଦ୍ଧିପାଉଛି । ଏପରିକି ଜନୈକ ବରିଷ୍ଠ ପ୍ରଶାସନିକ ଅଧିକାରୀ…

ପେଟ୍ରୋଲ ଓ ଡିଜେଲ ଦରଦାମ ବୃଦ୍ଧି ନେଇ କଂଗ୍ରେସ ପକ୍ଷରୁ ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

Posted by - June 11, 2021 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ରାଜ୍ୟ କଂଗ୍ରେସ ଆହ୍ବାନ କ୍ରମେ ପେଟ୍ରୋଲ ଡ଼ିଜେଲ ଦରଦାମ ବୃଦ୍ଧି ନେଇ ଆଜି ବରୀ କଂଗ୍ରେସ ତରଫରୁ ବରୀ ର ଭିଭ୍ନନ୍ ସ୍ଥାନରେ ଥିବା…

ବ୍ୟାଙ୍କ ଘରୋଇ କରଣ ବିରୋଧରେ ଦସ ଲକ୍ଷ ରାଷ୍ଟ୍ରାୟତ ବ୍ୟାଙ୍କ କର୍ମଚାରୀଙ୍କ ଦୁଇ ଦିନିଆ ଧର୍ମଘଟ

Posted by - December 16, 2021 0
ଟିଟିଲାଗଡ଼:ଦେଶବ୍ୟାପୀ ରାଷ୍ଟ୍ରାୟତ ବ୍ୟାଙ୍କ କର୍ମଚାରୀଙ୍କ ଦୁଇ ଦିନିଆ ଧର୍ମଘଟରେ ଆଜି ଟିଟିଲାଗଡ଼ର ବିଭିନ୍ନ ବ୍ୟାଙ୍କକୁ କର୍ମଚାରୀ ମାନେ ଯାଇ ପିକେଟିଂ କରି ବନ୍ଦ କରାଇଥିଲେ। ସରକାରଙ୍କ ଘରୋଇକରଣ…

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତି ଗତ ସଚିବ ତଥା ୫ଟି ସଚିବ ଭି କେ ପାଣ୍ଡିୟନଙ୍କ ଧର୍ମଗଡ ଗସ୍ତ,ମାଁ ଭଣ୍ଡାର ଘରଣୀ ମନ୍ଦିର ଉନ୍ନତି କରଣ ପାଇଁ ଏକ କୋଟି ନଅ ଲକ୍ଷ ଟଙ୍କା ର ଅନୁଦାନ

Posted by - May 21, 2023 0
ଧର୍ମଗଡ଼:୨୦/୫(ହେମନ୍ତ କୁମାର ମାଝୀ)ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଦୁଇ ଦିନିଆ କଳାହାଣ୍ଡି ଗସ୍ତ ରେ ଆସିଥିବା ବେଳେ ଆଜି ଧର୍ମଗତ ରେ ପହଞ୍ଚିଥିଲେ…