Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ମୋବାଇଲ ଚୋରି ଗ୍ୟାଙ୍ଗ ର ପର୍ଦାଫାଶ କଲା ରେଙ୍ଗାଲି ପୋଲିସ,ହଜିଥିବା ୨୪ ମୋବାଇଲ ଫୋନ ଫେରି ପାଇବେ ଲୋକେ

29 0

ରେଙ୍ଗାଲି/ସମ୍ବଲପୁର:୦୫/୦୮(ରମାକାନ୍ତ ବିଶ୍ବାଳ) ରେଙ୍ଗାଲି ପୋଲିସ କୁ ଏକ ବଡ଼ ସଫଳତା ମିଳିଛି l ଶାସନ, କୁର୍ଲାବାହାଲ ନିବାସୀ ସଂଜୀବ ଗର୍ଡିଆଙ୍କ (୧୯) ଅଭିଯୋଗ କ୍ରମେ l
ସଂଜୀବ ପଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ ଗେଷ୍ଟହାଉସ ରେ କାମ କରୁଥିଲେ l ଗତ ୩ ତାରିଖ ରାତ୍ରି ପ୍ରାୟ ୧୧ଟାରେ ବିଶ୍ରାମ କରୁଥିବା ସମୟରେ ତାଙ୍କ ଖଟ ରୁ ଗୋଟେ ଓପୋ-ଏ୩୧ ମୋବାଇଲ ଫୋନ ରେଙ୍ଗାଲି ପୁରୁଣା ବସ୍ତି ର ତପନ ଗର୍ଡିଆ, ଅବିନାଶ ବାଗ, ଓ ଲୁଧାପାଲି ର ଅଶୋକ ପାତ୍ର ବଳପୂର୍ବକ ଛଡେଇ ନେଇଯାଇଥିଲେ l

ଭାଗ୍ୟକୁ ସଂଜୀବ ଆଳୁରେ ତାଙ୍କୁ ଚିହ୍ନି ପାରିଥିଲେ ଓ ରେଙ୍ଗାଲି ଥାନା ରେ ଆସି ଲିଖିତ ଅଭିଯୋଗ ଦେଇଥିଲେ l ରେଙ୍ଗାଲି ପୋଲିସ ତତ୍ପରତା ସହ ଘଟଣା ସ୍ଥଳ କୁ ଯାଇ ଅଧିକ ତଦନ୍ତ କରିବା ସହ ଏକାଧିକ ଜାଗାରେ ଚଢ଼ଉ କରି ୩ ଜଣଙ୍କୁ ଧରିବା ସହ ଓପୋ ମୋବାଇଲ ଉଦ୍ଧାର କରିବରେ ସଫଳ ହୋଇଥିଲେ l ଥାନା ରେ ଘଟଣା ସମ୍ପର୍କ ରେ ପଚାରିବାରୁ ଅଭିଯୁକ୍ତ ଜଣକ ପୂର୍ବରୁ ଆହୁରି ମୋବାଇଲ ଚୋରି କରିଥିବା ବିଷୟରେ କହିଥିଲେ l

ତାପରେ ସମ୍ବଲପୁର ଏସ.ପିଙ୍କ ନିର୍ଦେଶ କ୍ରମେ ବିଭିନ୍ନ ଜାଗାରେ ଚଢ଼ାଉ କରି ରେଙ୍ଗାଲି ପୋଲିସ ଓ ଏସ. ପିଙ୍କ ଦ୍ୱାରା ଗଠିତ ଏକ ସ୍ୱତନ୍ତ୍ର ଦଳ ମିଳିତ ତଦନ୍ତ ରେ ଏକାଧିକ ଜାଗା କୁ ଯାଇ ଅଧିକ ତଦନ୍ତ କରିବା ପରେ ପୂର୍ବରୁ ହୋଇଥିବା ମୋବାଇଲ ଚୋରି ରେ ସାମିଲ ଥିବା ଆହୁରି ୨ ଅଭିଯୁକ୍ତ ରେଙ୍ଗାଲି ପୁରୁଣାବସ୍ତି ର ରାଜକୁମାର ବାଗ (୨୨) , ସୁଧାଂଶୁ ଭଏଁସା (୩୩)ଙ୍କୁ ଧରିଥିଲେ। ରାଜକୁମାର ଓ ସୁଧାଂଶୁ ପାଖରୁ ଏବଂ ପୂର୍ବରୁ ସଂଜୀବ ଓପୋ ର ମୋବାଇଲ ମିଶାଇ ସର୍ବମୋଟ ୨୪ ଟି ମୋବାଇଲ ଜବତ ହୋଇଛି l

ଏଥିରୁ ୧୮ ଟି ସ୍ମାର୍ଟ ଫୋନ ଥିବା ବେଳେ ୬ଟି କିପ୍ୟାଡ଼ ଫୋନ ରହିଛି l ଏ ସଂକ୍ରାନ୍ତ ରେ ରେଙ୍ଗାଲି ଥାନା ରେ କେସ କ୍ରମାଙ୍କ ୧୪୬/୨୨ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାଇ ୪୫୭/୩୮୦/୩୪ ରେ କୋର୍ଟ ଚାଲାଣ କରାଯାଇଛି l ସମସ୍ତ ମୋବାଇଲ ଚି଼ହ୍ନଟ କରି ବିଲ ଓ କାଗଜ ପତ୍ର ତଦାରଖ କରିବା ପରେ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିବା ପ୍ରକ୍ରିୟା ଜାରି ରହିଛି l

Related Post

ଭୁବନେଶ୍ୱର ଉପକଣ୍ଠ ରେ ଯୁବକ ଙ୍କୁ ଗୋଡେଇ ଗୋଡେଇ ହତ୍ୟା କଲା ଆଉ ଜଣେ ଯୁବକ।ଦର୍ଶକ ସାଜିଥିଲେ ସ୍ଥାନୀୟ ଲୋକମାନେ

Posted by - June 8, 2019 3
ଭୁବନେଶ୍ବର ୮|୬: ଭୁବନେଶ୍ବର ଉପକଣ୍ଠରେ  ଯୁବକଙ୍କୁ ବୀଭତ୍ସ ହତ୍ୟା । କ୍ୟାମେରାରେ କଏଦ ହୋଇଛି ହତ୍ୟାର ଦୃଶ୍ୟ । ଦିନରେ ହତ୍ୟା କରି ଅଭିଯୁକ୍ତବେଶ ଆରାମରେ ଚାଲି…

ମିଳିଲା ରାଜଧାନୀରୁ ମହିଳାଙ୍କ କଟାମୁଣ୍ଡ। ପ୍ରେମିକର ସାଙ୍ଘାତିକ କାରନାମା

Posted by - December 20, 2018 0
ଭୁବନେଶ୍ବର:- ରାଜଧାନୀରେ ଦିନକୁ ଦିନ ହତ୍ୟା ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଗତ ୬ମାସ ମଧ୍ୟରେ ରାଜଧାନୀରେ ୯ଟି ହତ୍ୟାକାଣ୍ଡ ସଂଗଠିତ ହୋଇଛି । କେତେକ…

ଜୁଆ ଆଡ୍ଡା ଉପରେ ପୋଲିସ ର ଅତର୍କିତ ଚଢାଉ, ୮ ଟି ବାଇକ, ମୋବାଇଲ ସହ ୯୫ ହଜାର ଟଙ୍କା ଜବତ, ୬ ଜୁଆଡି ଗିରଫ

Posted by - May 17, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ସ୍ଥାନରେ ଚାଲିଛି ବେଧଡ଼କ ଖୋଲାଖୋଲି ଭାବରେ ଜୁଆ, ସଟ୍ଟା,ଖୁଡଖୁଡି ଖେଳ ଚାଲିଛି ।ଏହାଦ୍ୱାରା…