Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଜାତୀୟ ରାଜପଥ ଦୁରାବସ୍ଥା ପ୍ରତିବାଦରେ ରେଢ଼ାଖୋଲ ବନ୍ଦ

36 0

ସମ୍ବଲପୁର:(ରମାକାନ୍ତ ବିଶ୍ଵାଳ)ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହର ଦେଇ ଯାଇଥିବା ସମ୍ବଲପୁର – ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥ ଦୁରାବସ୍ଥା ପାଇଁ ଏବେ ଏହା ମରଣଯନ୍ତା ରେ ପରିଣତ ହୋଇଛି । ଏଥିପାଇଁ ଏହି ରାଜପଥରେ ପ୍ରତିଦିନ ଦୁର୍ଘଟଣା ଘଟିବା ପ୍ରତିଦିନ ସାଧାରଣ ଘଟଣାରେ ପରିଣତ ହୋଇଛି । ଏହି ରାଜପଥର ମରାମତି ଦାବି କୁ ପ୍ରଶାସନ ଅଣଦେଖା କରୁଥିବା ଲୋକେ ବାରମ୍ବାର ଅଭିଯୋଗ କରିଛନ୍ତି । ଜନସାଧାରଣ ତଥା ହଜାର ହଜାର ସଂଖ୍ୟାରେ ଯାନବାହନ ଯାତାୟାତ କରୁଥିବା ଏହି ରାଜପଥ ର ଚାରିଥାକିଆ ସଂପ୍ରସାରଣ ନିର୍ମାଣ କାର୍ଯ୍ୟ ରେ ଅହେତୁକ ବିଳମ୍ବ,ଓ ପୁରୁଣା ରାସ୍ତା ର ମରାମତି ନହେବା ଦାବି ରେ ରେଢ଼ାଖୋଲ ନାଗରିକ କମିଟି ପକ୍ଷରୁ ଆଜି ୧୨ ଘଣ୍ଟିଆ ରେଢ଼ାଖୋଲ ବନ୍ଦ ଓ ରାସ୍ତାରୋକ ର ଆନ୍ଦୋଳନ କରାଯାଇଥିଲା ।

ଆଜି ଏହି ରେଢ଼ାଖୋଲ ବନ୍ଦ ଓ ରାସ୍ତାରୋକ ଆନ୍ଦୋଳନ ସକାଳ ୬ ରୁ ଆରମ୍ଭ ହୋଇଥିବା ବେଳେ ରେଢାଖୋଲ ସହରର ଭୀମଭୋଇ ଛକ ଓ ମେଡିକାଲ ଛକରେ ରାସ୍ତା ଅବରୋଧ କରାଯାଇଛି । ଆଜି ରେଢାଖୋଲ ସହରର ସବୁ ଦୋକାନ ବଜାର ବନ୍ଦ ରହିବା ସହ ଜାତୀୟ ରାଜପଥ ଉଭୟ ପାର୍ଶ୍ଵରେ ଶହଶହ ଗାଡି ଅଟକି ରହିଛି । ତେବେ ରେଢ଼ାଖୋଲ ବନ୍ଦ କୁ ଆଜି ଜୁଯୋମୁରା ବ୍ଳକ ବିଜେଡି ତରଫରୁ ସମର୍ଥନ କରାଯାଇ ଥିବା ବେଳେ ଆଗକୁ ଜୁଯୋମୁରା ଛକରେ ମଧ୍ୟ ଜାତୀୟ ରାଜପଥ ଅବରୋଧ କରାଯିବାକୁ ଚେତାବନୀ ଦିଆଯାଇଛି । ଏଥିସହ ଆଜି ର ରେଢାଖୋଲ ବନ୍ଦ ପାଇଁ ଜିଲ୍ଲା ପୋଲିସ ତରଫରୁ ସହରର ବିଭିନ୍ନ ପ୍ରମୁଖ ଛକ ସମେତ ଜାତୀୟ ରାଜପଥ ରେ ବ୍ୟାପକ ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

Related Post

ନାବାଳିକାର ଆତ୍ମହତ୍ୟା

Posted by - July 14, 2022 0
ବେଲଗୁଣ୍ଠା:13/07( ସୁଶାନ୍ତ କୁମାର ବେହେରା )ଆଜି ଅପରାହ୍ଣ ଚାରି ଘଣ୍ଟା ସମୟରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଆମ୍ବପୁଆ ଗ୍ରାମର ବାବୁଲା ଗୌଡ଼ଙ୍କ ଙ୍କ ନାବାଳିକା ଝିଅ (୧୭)କୌଣସି…

ପୂର୍ବତନ ବିଧାୟକ ଙ୍କ ଖପ୍ରାଖୋଲ ବ୍ଲକ୍ ଅଞ୍ଚଳ ଗ୍ରସ୍ତ, କେନ୍ଦ୍ର ସରକାର ର ଲୋକାଭିମୁଖୀ ଯୋଜନା ସମ୍ପର୍କ ରେ ଲୋକଙ୍କ ସହ କଲେ ଆଲୋଚନା

Posted by - August 28, 2022 0
ଖପ୍ରାଖୋଲ ୨୮/୮( ତାପସ ରଞ୍ଜନ ବେହେରା) ପାଟଣାଗଡ଼ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂଦେଓ ଖପ୍ରାଖୋଲ ଅଞ୍ଚଳର ବିଭିନ୍ନ ଗ୍ରାମ ଗସ୍ତ କରିଥିଲେ…

ଆମିଷ କିଣିବା ପାଇଁ ଲୋକମନେ ମାନୁନାହାନ୍ତି ସମଦୁରତା

Posted by - April 1, 2020 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)କରୋନାର ଭୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗୁଥିବା ବେଳେ ଲୋକେ କିନ୍ତୁ ଆମିଷ ଦ୍ରବ୍ୟ ପାଇଁ ଭୟଙ୍କର ଭିଡ ଲଗାଉ ଥିବା ଦେଖିବାକୁ…

ସମ୍ବଲପୁର ରେଲୱେ ପାଳନ କରିଛି ଆଜାଦି କା ଅମୄତ ମହୋତ୍ସବ

Posted by - July 23, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଆଜି ଦେଶର ସ୍ୱାଧିନତା ର ଅମୄତ ମହୋତ୍ସବ ପାଳନ କରିଛି ଭାରତୀୟ ରେଲୱେ । ଦେଶ ସ୍ୱାଧିନତା ୭୫ ବର୍ଷ ପୁର୍ତ୍ତି ଉପଲକ୍ଷେ ଆଜି ଦେଶର…

ବଡ଼ବିଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଗୁରୁଦିବସ ପାଳିତ,

Posted by - September 9, 2019 31
କେନ୍ଦୁଝର,୫/୯ବଡ଼ବିଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପ୍ରଧାନ ଆଚ଼ାର୍ଯ୍ୟ ଶ୍ରୀଯୁକ୍ତ ଡ଼ମ୍ବରୁଧର ମହାନ୍ତ ଙ୍କ ଅଧ୍ୟକ୍ଷତାରେ ପବିତ୍ର ଗୁରୁଦିବସ ଉତ୍ସବ ଖୁବ ସୁନ୍ଦର ଭାବରେ ପାଳିତ…