ଜିଲ୍ଲା ବାଲ୍ୟବିବାହ ନିରାକରଣ ଟାସ୍କ ଫୋର୍ସ କମିଟି ବୈଠକ

36 0

ସୋନପୁର:(ଅଜିତ କୁମାର ପୂଜାହାରୀ)ଜିଲ୍ଲାରେ ବାଲ୍ୟ ବିବାହ ତଥା କିଶୋରୀ ମାତୃତ୍ୱ କୁ ସମ୍ପୂର୍ଣ ବନ୍ଦ କରିବା ଉଦେଶ୍ୟରେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀମତୀ ଆବୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ବାହାରେ ଥିବା ଜିଲ୍ଲାର ସମସ୍ତ କିଶୋରୀ /ଝିଅ ଙ୍କୁ ପୁନର୍ବାର ସ୍କୁଲ କୁ ଫେରାଇ ଆଣି ଶିକ୍ଷା ପ୍ରଦାନ କରାଯିବା ଉପରେ ଏକ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଲପାଳ ଚଳିତ ଶିକ୍ଷା ବର୍ଷରେ ଜିଲ୍ଲାର କୌଣସି ଗୋଟିଏ ମଧ୍ୟ ଝିଅ ଯେପରି ସ୍କୁଲ ର ବାହାରେ ନ ରହିବେ ସେଥିପ୍ରତି ସମସ୍ତ ସମ୍ପୃକ୍ତ ବିଭାଗ ଗୁଡିକୁ ଯତ୍ନବାନ ହୋଇ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି l

ଏପରିକି ଯଦି କୌଣସି ଝିଅ ନିର୍ଦ୍ଧିଷ୍ଟ ବୟସ ପୂର୍ବରୁ ବାହାହେଇ କିମ୍ବା ଅନ୍ୟ କୌଣସି କାରଣରୁ ପାଠ ଛାଡିଛନ୍ତି ଅଥବା ଗାଁ ର ବାହାରକୁ ଚାଲିଯାଇଛନ୍ତି ତାଙ୍କର ସମସ୍ତ ତଥ୍ୟ ଖୋଜି କି ବାହାର କରି ସେମାନଙ୍କୁ ପୁନଃ ସ୍କୁଲରେ ପଢିବା ନିମନ୍ତେ ଉତ୍ସାହିତ କରିବା ଉପରେ ପଦକ୍ଷେପ ନେବାକୁ ଗୁରୁତ୍ୱାରୋପ କରିଛନ୍ତି l

ଏହି ପରିପ୍ରେକ୍ଷୀରେ ଗତ ସମୀକ୍ଷା ବୈଠକ ତଥ୍ୟ ଅନୁଯାୟୀ ସମୁଦାୟ ଡ୍ରପ ଆଉଟ ଛାତ୍ର ଛାତ୍ରୀ ଙ୍କ ସଂଖ୍ୟା ୨୭0୧ ରହିଥିବା ବେଳେ ତନ୍ମଧ୍ୟରୁ ଅଦ୍ୟାବଧି ୧୫୨୮ ଜଣ ବିଭିନ୍ନ ସ୍କୁଲ ଓ ଆଇ ଟି ଆଇ ରେ ନାମ ଲେଖାଇ ଶିକ୍ଷା ଗ୍ରହଣ ପୂର୍ବକ ପୁନଃ ଶିକ୍ଷା କ୍ଷେତ୍ର କୁ ପ୍ରତ୍ୟାବର୍ତନ କରିଛନ୍ତି ଏବେ ସ୍କୁଲ ବାହାରେ ଥିବା ଛାତ୍ର ଛାତ୍ରୀ ଙ୍କ ସଂଖ୍ୟା ୧୧୭୩ ରହିଥିବା ସୂଚନା ମିଳିଛି l ଏହି କାର୍ଯ୍ୟକୁ ଅଧିକ ବ୍ୟବସ୍ଥିତ ଓ ସୁନିଶ୍ଚିତ କରିବା ନିମନ୍ତେ ସମସ୍ତବି ଇ ଓ 2020-21,2021-22 ରେ ବିଦ୍ୟାଳୟ ଆସୁନଥିବା 15 ରୁ 18 ବର୍ଷ ର ଝିଅଙ୍କ ତାଲିକା ଅନୁଯାୟୀ ସମସ୍ତେ ଯେପରି ପୁନଃ ଶିକ୍ଷା କ୍ଷେତ୍ରକୁ ପ୍ରତ୍ୟାବର୍ତନ କରିବେ ସେଥିପ୍ରତି ଆନ୍ତରିକ ଯତ୍ନବାନ ହେବାକୁ ନିର୍ଦେଶ ଦେଇଛନ୍ତି l

 

Related Post

ସୁରକ୍ଷିତ ଆମେ ସୁରକ୍ଷିତ ତୁମେ ଅଭିଯାନ ” ର ସଂପର୍କରେ ଭରଚୁଆଲ ମିଟିଂ

Posted by - June 13, 2021 0
ନବରଙ୍ଗପୁର 🙁 ବେଣୁ ଗୋପାଳ ରାଓ) ସୁରକ୍ଷିତ ଆମେ ସୁରକ୍ଷିତ ତୁମେ ଅଭିଯାନ  ” ର ସଂପର୍କରେ ଆଜି ଭରଚୁଆଲ ରେ ନିତି ଆୟୋଗଙ୍କ ଦ୍ୱାରା ଅନୁମୋଦିତ…

କଣ୍ଟାମାଳ କଲେଜ ୨୦୦୫ ମସିହା +୨ ବ୍ୟାଚର ବନ୍ଧୁ ମିଳନ

Posted by - January 9, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)କଣ୍ଟାମାଳ ବ୍ଲକ ଟିକ୍ରାପଡା ତେଲନଦୀ ଘାଟରେ କଣ୍ଟାମାଳ ପଞ୍ଚାୟତ କଲେଜ ଯୁକ୍ତଦୁଇ ୨୦୦୫ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ପୁରାତନ ଛାତ୍ର ହରିପ୍ରସାଦ ସାହୁଙ୍କ ନେତୃତ୍ତ୍ବ ଓ…

ପୁଣି ପ୍ରେମ ଆଉ ପ୍ରତାରଣାର ଶିକାର ଆଉ ଏକ ନାରୀ , ଦୁଇ ମାସର ଗର୍ଭବତି ପ୍ରେମିକାଙ୍କୁ ଘରକୁ ପଶାଇ ଦେଉ ନାହିଁ ପ୍ରେମିକ

Posted by - July 23, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ଦୁଇ ମାସର ଗର୍ଭବତି ପ୍ରେମିକାଙ୍କୁ ଘରକୁ ପଶାଇ ଦେଉ ନାହିଁ ପ୍ରେମିକ । ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ମହିଳା…

ମହିଳା ମାନଙ୍କ ଦ୍ବାରା ସ୍ବଚ୍ଚତାହିଁ ସେବା ଓ ପ୍ଲାଷ୍ଟିକମୁକ୍ତ ମଦବିରୋଧୀ କାର୍ଯ୍ୟକ୍ରମ

Posted by - September 23, 2019 0
କେନ୍ଦୁଝର,୨୨/୯ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପର୍ଜୁନପୁର ପଞ୍ଚାୟତ ପକ୍ଷରୁ ସ୍ବଚ୍ଚତାହିଁ ସେବା ଓ ପ୍ଲାଷ୍ଟିକମୁକ୍ତ ପରିବେଶ ମଦମୁକ୍ତ ଅଞ୍ଚଳ ଗଠନ କରିବାକୁ ଶତାଧିକ ମହିଳା ମାନଙ୍କ…

ହାଟୁଆ ବଣିକ ସଂଘ ପକ୍ଷରୁ ଯାଜପୁର ଜିଲାପାଳଙ୍କୁ ଦାବୀପତ୍ର ପ୍ରଦାନ

Posted by - June 6, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )କୋରୋନା ଯୋଗୁଁ ଚାରିଆଡେ ଲକ ଡାଉନ ଜାରି ରହିଛି । ହାଟ ବଜାର ସବୁ ବନ୍ଦ ହୋଇଯାଇଛି । ଏଥିପାଇଁ ସାପ୍ତାହିକ…