ସମ୍ବଲପୁର:(ରମାକାନ୍ତ ବିଶ୍ଵାଳ)ସଦର ଥାନାରେ ଚୋର ଭାବି ଜଣେ ନାବାଳକ ଙ୍କୁ 6 ଦିନ ଧରି ଥାର୍ଡ଼ ଡିଗ୍ରୀ ଦେବା ଅଭିଯୋଗ l ଚାଇଲଡ ଲାଇନ ଉଦ୍ଧାର ପରେ ସିଡ଼ବ୍ଲୁସି ରେ ହାଜ଼ର ପରେ ଏବେ ଏକ୍ସନ ରେ ସମ୍ବଲପୁର ଏସପି.ସମ୍ବଲପୁର ସଦର ଥାନା ରେ ଜଣେ ନାବାଳକ କୁ ନିର୍ଯ୍ୟାତନା ଦିଆଯାଇଥିବା ଅଭିଯୋଗ।ନାବାଳକ ଟିକୁ ଚୋର ଭାବି ସ୍ଥାନୀୟ ଲୋକ ସଦର ଥାନା ପୋଲିସକୁ ଜିମା ଦେଇଥିବା ବେଳେ ପୋଲିସ ନାବାଳକଙ୍କୁ ମାଡ଼ ମାରିବା ସହ ଅକଥନୀୟ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି।
ନାବାଳକ ଟିକୁ ଚାଇଲଡ଼ ଲାଇନ ଥାନା ରୁ ଉଦ୍ଧାର କରି CWC ରେ ହଜାର କରିବା ପରେ ନାବାଳକ ର ପରିବାର ଲୋକଙ୍କୁ ଏନେଇ ସୂଚନା ଦିଆଯାଇଛି।ତେବେCWC ପକ୍ଷରୁ ନାବାଳକ କୁ ପଚରାଉଚରା ସମୟରେ ନାବାଳକ ତାଙ୍କୁ ପୋଲିସ ପାଇପ ରେ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି।ସଦର ଥାନା ର ଜଣେ ମହିଳା ଅଧିକାରୀ ନାବାଳକ ଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ନାବାଳକ ର ଘର ଝାରଖଣ୍ଡ ସାହେବଗଞ୍ଜ ହୋଇଥିବା ବେଳେ ସେ ସମ୍ବଲପୁର ସ୍ଥିତ ନିଜ ମାମୁ ଘରକୁ ଗତ 27 ତାରିଖରେ ଆସୁଥିବା ବେଳେ ସଦର ଥାନା ସିନ୍ଦୁରପଙ୍କ ଛକ ଠାରେ ପାଣି ଆଣିବା ପାଇଁ ବସରୁ ଓହ୍ଲାଇ ଥିଲେ।ତେବେ ସେହି ସମୟରେ ବସ ଟି ତାଙ୍କୁ ଛାଡି ଚାଲି ଯାଇଥିଲା।
ଏଭଳି ସ୍ଥିତିରେ ନାବାଳକ ଜଣକ ସେଠାରେ ଇତସ୍ତତଃ ବୁଲୁଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ସଦର ଥାନା ପୋଲିସ କୁ ହସ୍ତାନ୍ତର କରିଥିଲେ।ତେବେ ଥାନା ରେ ତାଙ୍କୁ ପୋଲିସ 6 ଦିନ ଧରି ଥାନା ରେ ରଖି 2 ଦିନ ମାଡ଼ ମାରିଥିବା ଅଭିଯୋଗ ହୋଇଛି।ଏନେଇ CWC ସଦସ୍ୟ ସମ୍ବଲପୁର ଏସ ପି ଙ୍କୁ ଭେଟି ଘଟଣା ର ତଦନ୍ତ କରି ଦୋଷୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିବେ ବୋଲି କହିଛନ୍ତି। ସେପଟେ ଏହି ଘଟଣାକୁ ସିଡ଼ବ୍ଲୁ ସି ଅତି ଗୁରୁତର ସହ ନେଇଛି l ଉକ୍ତ ନାବାଳକକୁ ସିଡ଼ବ୍ଲୁସି କତୃପକ୍ଷ ସୁରକ୍ଷିତ ରଖିଥିବା ବେଳେ ତାଙ୍କ ପରିବାରଙ୍କୁ ଖବର ଦିଆଯାଇଛି l ସେପଟେ ଏହି ଘଟଣାକୁ ନେଇ ସମ୍ବଲପୁର ଏସପି ମଧ୍ୟ ତଦନ୍ତ ପାଇଁ ଜଣେ ଅତିରିକ୍ତ ଏସପିଙ୍କୁ ଦାୟିତ୍ୱ ଦେଇଛନ୍ତି l ସିସିଟିଭି ଯାଞ୍ଚ ସହ ଥାନାରେ ଥିବା କର୍ମଚାରୀ ମାନଙ୍କୁ ପଚରା ଯିବ l ଦୋଷୀ ଯିଏ ହେଲେ ମଧ୍ୟ ତାଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ , ଜଣେ ନାବାଳକକୁ ଥାନା ଭିତରେ 6 ଦିନ ରଖି ନିର୍ଯାତନା ଦେବା ଘଟଣା ଏବେ ସମ୍ବଲପୁର ପୋଲିସ ର ପାରିବା ପଣିଆକୁ ପଦାରେ ପକେଇଛି ।