ଟିଟିଲାଗଡ:( ସଞ୍ଜୟ କୁମାର ନାୟକ) ଟିଟିଲାଗଡ ସରକାରି ଡାକ୍ତରଖାନା ଉପରେ ସହର ଏବଂ ଆଖପାଖ ଅଞ୍ଚଳର ବହୁତ ଲୋକ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି। ଏହି ଡାକ୍ତରଖାନାରେ
ଏସଡିଏମଓ ପି କେ ନାୟକ ଦାୟିତ୍ଵ ଗ୍ରହଣ କରିବା ପରଠାରୁ ପୂର୍ବ ଅପେକ୍ଷା ଏବେ ଅଧିକ ଭଲ ସୁବିଧା ଦିଆହେଉଛି, ଭଲ ଭଲ ଡାକ୍ତର ମଧ୍ୟ ଅଛନ୍ତି ଯେଉଁମାନେ ରୋଗୀଙ୍କୁ ସେବା ଅନବରତ ଦେଉଛନ୍ତି, ସେମାନେ ହେଲେ ଶିଶୁ ରୋଗ ବିଶେଷଜ୍ଞ ଡ ବିଜୁ ଅଗ୍ରୱାଲ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡ ବଳରାମ ସାହୁ, ଏହି ଦୁଇ ଜଣ ଡାକ୍ତରଙ୍କ ସମୟ କିଛି ନାହିଁ, ଜଟିଳ ପରିସ୍ଥିତିରେ ଏମାନେ ୨୪ ଘଣ୍ଟା ଯେତେବେଳେ ବି ଦରକାର ଏମାନେ ଆସି ରୋଗୀ ଦେଖନ୍ତି।
ଆଠ ଘଣ୍ଟିଆ ଡ୍ୟୁଟି ପାଇଁ ଅନ୍ୟ ସବୁ ଭଲ ଡାକ୍ତର ଅଛନ୍ତି ସେମାନେ ହେଲେ ଡ ଓଁକାର ହୋତା, ଡ ରାଉତ,ଡ ପାଲ, ଡ ମହାନ୍ତି, ଡ ଗୋପବନ୍ଧୁ ସାହୁ, ଡ ସ୍ୱାତି ଶର୍ମା, ଡ ପ୍ରଣତି ସାହୁ ଏବଂ ଏକ ଦିନ ଆସି ରୋଗୀଙ୍କୁ ଶୁକ୍ରବାର ରାତି ୧୦ ଟାରୁ ଶନିବାର ରାତି ୧୦ ଯାଏଁ ଦେଖନ୍ତି ଔଷଧ ବିଶେଷଜ୍ଞ ଡ ହେମନ୍ତ ମେହେର। ବହୁତ ଭଲ ଭଲ ଡାକ୍ତର ଅଛନ୍ତି ହେଲେ ଏହି ସରକାରୀ ଡାକ୍ତରଖାନାରେ ଯେତେ ରହିବା କଥା ତା ଠାରୁ କମ ଅଛନ୍ତି, ଯଦ୍ୱାରା ଡାକ୍ତରଙ୍କୁ ଦେଖାଇବାକୁ ହେଲେ ରୋଗୀ ବହୁତ ସମୟ ଲାଇନରେ ଛିଡ଼ା ହୋଇ ରୁହନ୍ତି। ଟିକେ ବି ଜଟିଳ ସ୍ଥିତି ହେଲେ ସାଙ୍ଗେ ସାଙ୍ଗେ ବାହାରକୁ ପଠାଇ ଦିଆଯାଏ। ଏହି ଡାକ୍ତରଖାନାରେ ଅସ୍ଥିଶଲ୍ୟ ବିଶେଷଜ୍ଞ ଜମା ବି ନାହାଁନ୍ତି ଯଦ୍ୱାରା ଦୁର୍ଘଟଣାର ଶିକାର ହେଲେ ସିଧା ବାହାରକୁ ପଠାଇ ଦିଆଯାଏ, ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସହର ତଥା ଆଖପାଖ ଅଞ୍ଚଳର ବହୁତ ଲୋକ ଏଠାକୁ ଆସି ଚିକିତ୍ସିତ ହେଉଛନ୍ତି, ତେଣୁ କିଛି ବିଶେଷଜ୍ଞ ଡାକ୍ତରଙ୍କୁ ଆଣିଲେ ଭଲ ହୁଅନ୍ତା ବୋଲି ସାଧାରଣରେ ଦାବି ହେଉଛି। ଯେମିତିକି ଏନେସଥେସିଆ ଡାକ୍ତର, ଅସ୍ଥିଶଲ୍ୟ ବିଶେଷଜ୍ଞ, ସ୍ତ୍ରୀ ରୋଗ ବିଶେଷଜ୍ଞ, ଔଷଧ ବିଶେଷଜ୍ଞ ଭଳି ଡାକ୍ତର ନିତ୍ୟାନ୍ତ ଦରକାର। ଡ଼ାକ୍ତରଙ୍କ ସଂଖ୍ୟା କମ ଥିବା ଯୋଗୁଁ ରୋଗୀ ଦେଖେଇବା ପାଇଁ ଆସି ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ସଙ୍ଗଠନ, ନାଗରିକ କମିଟି, ରାଜନୈତିକ ଦଳ ମାନେ ମଧ୍ୟ ଏହି ଦାବି କରିଥିବା ବେଳେ କେବଳ କାମ ଚଳା ସରକାର ଭଳିଆ ଏଠାରେ ଡାକ୍ତରଖାନାର ଅବସ୍ଥା। ଏ ଦିଗରେ ବିଭାଗୀୟ ମନ୍ତ୍ରୀ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।