Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଭୋଟର ତାଲିକା ସହ ଆଧାରକାର୍ଡ ସଂଯୁକ୍ତ ଅଭିଯାନ ଆରମ୍ଭ

85 0

ବୌଦ୍ଧ:(ଚିତ୍ତ ରଂଜନ ସିଂ)ନିର୍ବାଚନ କମିଶନ ଭୋଟର ତାଲିକାରେ ସ୍ୱଛତା ଆଣିବାକୁ ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି । ଭୋଟର ତାଲିକାରେ ଫଟୋ ସଂଯୁକ୍ତ କରାଯିବାପରେ ବର୍ତମାନ ସେଥିରେ ଆଧାରକାର୍ଡ ସଂଯୁକ୍ତ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିବା ଜଣାଯାଇଛି । ଏହି ଆଧାରକାର୍ଡ ସଂଯୁକ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଜିଲାସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ବୌଦ୍ଧର ଭାରପ୍ରାପ୍ତ ଜିଲାପାଳ ବବିତାରାଣୀ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଡକାଯାଇ ଭୋଟର ତାଲିକାରେ ଆଧାରକାର୍ଡ ସଂଯୁକ୍ତ କରିବାକୁ ନିର୍ବାଚନ କମିଶନ ନେଇଥିବା ନିଷ୍ପତି ସଂପର୍କରେ ସୂଚନା ଦିଆଯିବା ସହିତ ଏହି କାର୍ଯ୍ୟରେ ରାଜନୈତିକ ଦଳଗୁଡିକ ସହଯୋଗ କରିବାକୁ ନିବେଦନ କରାଯାଇଛି ।

ଭୋଟରମାନେ ଅନଲାଇନରେ ନିଜର ଭୋଟର ତାଲିକାରେ ଆଧାରକାର୍ଡ ସଂଯୁକ୍ତ କରିପାରିବେ କିମ୍ବା ବୁଥସ୍ତରୀୟ ଅଧିକାରୀଙ୍କ ଜରିଆରେ କରିପାରିବେ । ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାରୋଟି ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ ହେବାକୁଥିବାବେଳେ ତାଲିକାରେ ସଂଯୁକ୍ତ ହେବାକୁଥିବା ନୂତନ ଭୋଟରମାନେ ମଧ୍ୟ ଏହାର ଲାଭ ପାଇପାରିବେ । ପ୍ରତ୍ୟେକ ପର୍ଯ୍ୟାୟରେ ନୂତନ ଭୋଟରମାନଙ୍କ ନାମ ମୁଖ୍ୟ ତାଲିକା ସହିତ ସଂଯୁକ୍ତ ହୋଇପାରିବ । ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବୁଥସ୍ତରୀୟ ଅଧିକାରୀମାନଙ୍କ ଏକ କର୍ମଶାଳା ମଧ୍ୟ ଅନୁଷ୍ଠିତ ହୋଇଯାଇଛି । କିଛି ଅଧିକାରୀ ଏନେଇ ଭୁବନେଶ୍ୱରରେ ହେବାକୁଥିବା ତାଲିମ ଗ୍ରହଣ କରି ଫେରିବା ପରେ ଜିଲାସ୍ତରରେ ବୁଥସ୍ତରୀୟ ଅଧିକାରୀମାନଙ୍କୁ ତାଲିମ ପ୍ରଦାନ କରିବେ ।

ବୈଠକରେ ଜିଲା ନିର୍ବାଚନ ଅଧିକାରୀ ତଥା ଉପଜିଲାପାଳ ସନତ କୁମାର ନାଏକ ଭୋଟର ତାଲିକାରେ ଆଧାରକାର୍ଡ ସଂଯୁକ୍ତ ପ୍ରକ୍ରିୟା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବୌଦ୍ଧ ତହସିଲଦାର ଦେବୀ ପ୍ରସାଦ ଦାଶ,ହରଭଙ୍ଗା ତହସିଲଦାର ଶମ୍ଭୁ ପ୍ରସାଦ ମିଶ୍ର,କଣ୍ଟାମାଳ ଭାରପ୍ରାପ୍ତ ତହସିଲଦାର ଧନଞ୍ଜୟ ସାହୁ,ବୌଦ୍ଧ ବ୍ଲକ ଏବିଡିଓ ପ୍ରମୋଦ କୁମାର ମିଶ୍ର ଏବଂ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖଙ୍କ ସମେତ ବୁଥସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ । ସେହିପରି ରାଜନୈତିକ ଦଳଗୁଡିକ ପକ୍ଷରୁ ଜିଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତି,ଜିଲା ବିଜେଡି ସଂପାଦକ ଶିତାଂଶୁ ଶେଖର ମହାକୁଳ,ଜିଲା କଂଗ୍ରେସ କମିଟି ଉପସଭାପତି ସମରେଶ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ଜିଲା ନିର୍ବାଚନ କାର୍ଯ୍ୟାଳୟର କର୍ମଚାରୀ ସରୋଜ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Related Post

ଜାତୀୟ ପତାକା କୁ ଅଣଦେଖା ,ଦୁଇଦିନ ପରେ ମଧ୍ୟ ସ୍କୁଲ ରେ ଉଡୁଛି ତ୍ରିରଙ୍ଗା

Posted by - January 27, 2022 0
ମୁନିଗୁଡା :(ରମାକାନ୍ତ ପଡ଼ାଲ)ଜାତୀୟ ପତାକା କୁ ଅଣଦେଖା କରି , ମୁନିଗୁଡା ବ୍ଲକ ର ଘମାଟଗୁଡା ପଂଚାୟତ ର ଡଙ୍ଗର ବୋରି ସ୍କୁଲ। ଶିକ୍ଷକ ନିଜ ରାଜନୈତିକ…

ଫସର ଫାଟିଲା ମନମୁଣ୍ଡା ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ,ରାଜନୈତିକ ଇଛା ଶକ୍ତିର ଅଭାବ

Posted by - April 6, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ଲୋକସଂଖ୍ୟା ଦୃଷ୍ଟିରୁ ସବୁଠୁ ବଡ଼ ପଂଚାୟତ ମନମୁଣ୍ଡା ସଦର ମହକୁମା ରେ ପ୍ରସ୍ତାବିତ ଅତ୍ୟାଧୁନିକ ବସ ଷ୍ଟାଣ୍ଡ ନିର୍ମାଣ ଫସର ଫାଟିଯାଇଥିବା…

ଚିକିତ୍ସା ପାଇ ଅର୍ଥ ସାଜିଛି ବାଧକ

Posted by - August 12, 2021 0
ଭୁବନେଶ୍ୱର:(ସନ୍ତୋଷ ରାଉତ )ଦୁଃଖ ଯେତେବେଳେ ଆସେ ଭାଇ ବନ୍ଧୁଙ୍କୁ ନେଇ ଆସେ।ବୋହୁ ଚାଲିଗଲା ପରେ ମାନସିକ ଭାରସାମ୍ୟ ହରାଇ ବସିଲା ପୁଅ।ପୁଅ ହାତଗୋଡ଼ ଶିକୁଳିରେ ବାନ୍ଧିଦେଇଛନ୍ତି ବାପା…

ନନ୍ଦନକାନ ଥାନା ଘେରିଲେ ଗ୍ରାମବାସୀ

Posted by - September 15, 2021 0
ଉତ୍ତର ଭୁବନେଶ୍ୱର:(ସନ୍ତୋଷ ରାଉତ)ଅଭିଯୁକ୍ତଙ୍କୁ ପୋଲିସ ଘଣ୍ଟ ଘୋଡ଼ାଉଥିବା ନେଇ ଆଜି ନନ୍ଦନକାନନ ଥାନା ଘେରିଲେ ଗ୍ରାମବାସୀ।ଗଣେଶପୁଜା ଦିନ ସନ୍ଧ୍ୟାରେ କଲ୍ୟାଣପୁର ଗ୍ରାମର ଦୁଇଜଣ ଯୁବକ ଗଣ୍ଡରପୁର ଛକରେ…

ଜନ୍ମର ୩ ବର୍ଷରେ ପୋଲିଓ ରୋଗ,ଦୁନିଆ କ’ଣ ଜାଣିବା ଆଗରୁ ଗୋଡ଼ ଓ ହାତର ଯନ୍ତ୍ରଣା ବୋଝ

Posted by - November 22, 2020 0
ଯାଜପୁର ଅଫିସ :ଅସହ୍ୟ ଯନ୍ତ୍ରଣାରେ ଛଟପଟ ସୋଭାଗ୍ୟ । ଦୁନିଆ କ’ଣ ଜାଣିବା ଆଗରୁ ଗୋଡ଼ ଓ ହାତର ଯନ୍ତ୍ରଣାବୋଝ । ଖେଳକୁଦ ବୟସରେ ଶଯ୍ୟାରେ ପଡ଼ି…