Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଦ୍ୱୟରେ ‘”ସମ୍ୱଲ୍’ପୁରୀ ଦିନ୍” ପାଳିତ

47 0

ସମ୍ୱଲପୁର: :(ରମାକାନ୍ତ ବିଶ୍ଵାଳ )ସମ୍ବଲପୁର ସ୍ଥାନୀୟ ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ବଡ଼ବଜାର ଏବଂ ମୁଦିପଡ଼ା ହାଉସିଂ ବୋର୍ଡ କଲୋନୀ ଉଭୟ ଶିକ୍ଷାକେନ୍ଦ୍ର ପକ୍ଷରୁ ସମ୍ୱଲପୁରୀ ଭାଷା ସାହିତ୍ଯର ଜନକ, ପ୍ରାଣ ପ୍ରତିଷ୍ଠାତା ଆର୍ ପୁରୋଧା ଗୁରୁ ଶ୍ରୀ ସତ୍ଯ ନାରାୟଣ ବହିଦାର୍ ଙ୍କର ୧୧୦ ନମ୍ୱର୍ ଜନ୍ମ ଜୟନ୍ତୀ “ସମ୍ୱଲ୍’ପୁରୀ ଦିନ୍” ଭାବରେ ପାଳିତ ହୋଇ ଯାଇଛି । ଏହି ସମାରୋହରେ ମୂଖ୍ଯ ଅତିଥି ଭାବରେ ଭାରତୀ ସମାଜ ଓ ପଶ୍ଚିମାଂଚଳ ଏକତା ମଂଚର ମୂଖ୍ଯ ଉପଦେଷ୍ଟା ସଂସ୍କ୍ରୁତି ରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର୍ ଯୋଗ ଦେଇଥିବା ବେଳେ ଆରୋଗ୍ଯ ଭାରତୀର ପ୍ରାନ୍ତ ପ୍ରଭାରୀ ଶ୍ରୀମତୀ ଅର୍ଚ୍ଚନା ସାହାଣୀ ଓ ସମ୍ପାଦକ ଶ୍ରୀଯୁକ୍ତ ହରି ଶଙ୍କର ମିଶ୍ର ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି ୧୯୩୦ ମସିହାରୁ ସମ୍ୱଲ୍’ପୁରୀ ଭାଷା ସାହିତ୍ଯ ସଂସ୍କ୍ରୁତି ପ୍ରତି ଗୁରୁ ସତ୍ଯ ନାରାୟଣ ବହିଦାରଙ୍କ ଅମୂଲ୍ଯ ଅବଦାନ ଉପରେ ଆଲୋକ ପାତ କରିଥିଲେ ।

ଦୁଇ କୋଟି ଭାରତୀୟ ବ୍ଯବହାର କରୁଥିବା ସମ୍ୱଲପୁରୀ ଭାଷା ଏକ ସ୍ୱତନ୍ତ୍ର ଏବଂ ସ୍ୱୟଂ ସମ୍ପୂର୍ଣ୍ଣ ଭାଷା ହୋଇ ଥିବାରୁ ଭାରତୀୟ ସମ୍ୱିଧାନର ଅଷ୍ଟମ ଅନୁଚ୍ଛେଦରେ ସମ୍ୱଲପୁରୀ ଭାଷାକୁ ସାମିଲ୍ କରି ଏକ ସ୍ୱତନ୍ତ୍ର ଭାଷାର ମାନ୍ଯତା ଓ ମର୍ଯ୍ଯାଦା ଦେବା ଉଚିତ୍ ବୋଲି ମୂଖ୍ଯଅତିଥି ସଂସ୍କ୍ରୁତି ରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର୍ ନିଜ ବକ୍ତବ୍ଯରେ କହିଥିଲେ । ବଡ଼ବଜାର ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଅଧ୍ୟକ୍ଷା ଶ୍ରୀମତୀ ବବିତା ଦାସ, ଶିକ୍ଷୟିତ୍ରୀ ତ୍ରୁପ୍ତି ମାଝି ଓ ସୁଜ୍ଞାନୀ ମାହାଣା ଏବଂ ୩୦ ଜଣ ଛାତ୍ରଛାତ୍ରୀ ଏହି ସମ୍ୱଲ୍’ପୁରୀ ଦିନ୍ ପାଳନରେ ଅଂଶ ଗ୍ରହଣ କରିଥିଲେ ।

ମୁଦିପଡ଼ା ହାଉସିଂ ବୋର୍ଡ କଲୋନୀ ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଅଧ୍ୟକ୍ଷା ଶ୍ରୀମତୀ ସ୍ୱର୍ଣ୍ଣଲତା ପରିଡ଼ା, ପରାମର୍ଶଦାତା ସୁଧାଂଶୁ ପୂଜାରୀ, ଶିକ୍ଷୟିତ୍ରୀ ଦୀପିକା ଥେଟୁଆଲ୍, ପୂର୍ଣ୍ଣିମା ହୋତା, ପ୍ରତିଭାରାଣୀ ବେହେରା, ହିମାଳୟା ମହଲା, ଶ୍ରାବଣୀ ନାଗ, ଉର୍ମଳା ଭୋଇ ଏବଂ 70 ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ଯକ୍ରମ ପ୍ରାରମ୍ଭରେ ମାଁ ସମଲେଶ୍ୱରୀ, ସ୍ୱାମୀ ବିବେକାନନ୍ଦ ଓ ଗୁରୁ ସତ୍ଯ ନାରାୟଣ ବହିଦାର୍ ଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ସହ ସମ୍ମୁଖରେ ପ୍ରଦୀପ ଧୂପ ପ୍ରଜ୍ୱଳନ କରାଯାଇ ପୂଜାର୍ଚ୍ଚନା କରା ଯାଇଥିଲା । ଅତିଥି ମାନଙ୍କ ସମେତ ଶିକ୍ଷାକେନ୍ଦ୍ରର ସମସ୍ତେ ସମ୍ୱଲପୁରୀ ପୋଷାକ ପରିଧାନ କରିଥିଲେ ଓ ସମ୍ୱଲପୁରୀ ସାଂସ୍କ୍ରୁତିକ କାର୍ଯ୍ଯକ୍ରମ ପରିବେଷଣ କରା ଯାଇଥିଲା । ଶେଷରେ ମିଷ୍ଟାନ୍ନ ବଣ୍ଟନ କରା ଯାଇଥିଲା

Related Post

ବନ ସୁରକ୍ଷା କମିଟି ପକ୍ଷରୁ ୮ଦଫା ଦାବିପତ୍ର ପ୍ରଦାନ

Posted by - August 30, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବୁର୍ଜା ପଞ୍ଚାୟତ ଅନ୍ତର୍ଗତ କପସାଭଟ୍ଟା, ସାରିୟାଭଟ୍ଟା , ଲକଟିପଖନା, ତିନୋଟି ଗ୍ରାମବାସୀଙ୍କ ତିରିଶ ଏକର ରୁ ଉର୍ଦ୍ଧ୍ବ…

ମହାନଦୀ ରେ ବୁଡି ଜଣେ ମୄତ

Posted by - January 27, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ସହରର ମହାନଦୀ କମାଳୀ ବଜାର ଘାଟରେ ଜଣେ ବ୍ୟକ୍ତି ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି । ମୃତକ ଜଣକ ହେଉଛନ୍ତି ଘୁନଘୁଟି ପଡାର…

ସ୍ବାଧୀନତା ସଂଗ୍ରାମୀଙ୍କ ଦେହାନ୍ତ

Posted by - January 7, 2022 0
ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକର ଶେଷ ସ୍ବାଧୀନତା ସଂଗ୍ରାମୀ ଙ୍କ ଆଜି ଦେହାନ୍ତ ହୋଇଛି।ସୂଚନାରୁ ପ୍ରକାଶ ବାଲିଆପାଳ ବ୍ଲକ ଡଗରା ପଞ୍ଚାୟତର ଡଗରା ଗ୍ରାମର ସ୍ବାଧୀନତା…

କୁଡୁମୁଲୁଗୁମ୍ମା ରେ ସ୍ୱଛ୍ଛ ଭାରତ ଅଭିଯାନ

Posted by - March 5, 2022 0
ମାଲକାନଗିରି :(ଅବଦୁଲ ଗନି)କୁଡୁମୁଲୁଗୁମ୍ମା ସ୍ତିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସ୍ୱଛ୍ଛ ଭାରତ ଓ ପରିବର୍ତ୍ତନ ସ°ସ୍ଥାର ମିଳିତ ଆନୁକୂଲ୍ୟରେ ପରିବେଶ ସଫେଇ ଅଭିଯାନ ଆରମ୍ଭ ହୋଇଯାଇଛି…