ଯାଜପୁର :ବିଜୁ ଜନତା ଦଳ ଏବେ ଆଉ ସଂଗଠନ ନୁହେଁ ଏହା ଏକ ଆନ୍ଦୋଳନ ରେ ପରିଣତ ହୋଇଛି। ଯାହାର ଆଗ ଧାଡି ରେ ରହିଛନ୍ତି ଯୁବକ ଓ ଛାତ୍ର ଉଭୟ ଙ୍କ ଉଦ୍ୟମ କ୍ରମେ ସଂଗଠନ ଦିନକୁ ଦିନ ସୁଦୃଢ ହେବାରେ ଲାଗିଛି।
ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ଦଳ ପକ୍ଷରୁ ଆୟୋଜିତ ହେଉଛି ରକ୍ତଦାନ ଓ ବୃକ୍ଷରୋପଣ ପରି ସାମାଜିକ କାର୍ଯ୍ୟକ୍ରମI ଏହି କ୍ରମରେ ଯାଜପୁର ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସାମିଲ ହୋଇ ଏଭଳି ବାର୍ତା ଦେଇଛନ୍ତି ଦଳର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସIବାସୁଦେବପୁର ପଞ୍ଚାୟତ ର ଜାଲପୁର ଏବଂ ଦଶରଥପୁର ବ୍ଲକ ଜୟନ୍ତରା ଠାରେ ଚାରା ରୋପଣ କରି ପରିବେଶ ର ସୁରକ୍ଷା କରିବାର ବାର୍ତା ଦେଇଛନ୍ତି ବିଧାୟକ ପ୍ରଣବ।
ଏହି ବାର୍ତା କୁ ଅଧିକ ପ୍ରଚାର ଓ ପ୍ରସାର କରିବା ପାଇଁ ଯୁବ ଓ ଛାତ୍ର ମାନେ ଦାୟିତ୍ବ ନେଇ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କୁ କାର୍ଯ୍ୟକାରୀ କରୁଛନ୍ତିI ଉଭୟ ସ୍ଥାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅଶୋକ ଦାସ ଫାଉଣ୍ଡେସନ ର ସଚିବ ଭଵ ପ୍ରସାଦ ଦାସ,ଯାଜପୁର ବ୍ଲକ ଅଧକ୍ଷା,ଜିଲା ଯୁବ ସଭାପତି ପ୍ରତାପ ମହାନ୍ତି, ବିଧାୟକ ଙ୍କ ପ୍ରତିନିଧି କର୍ଣ୍ଣାଟ କେଶରୀ ଦାସ,ଜିଲା ବିଜେଡି ସଭାପତି ସରୋଜ ମହାପାତ୍ର ଙ୍କ ସମେତ ସ୍ଥାନୀୟ ଲୋକ ପ୍ରତିନିଧି ମାନେ ସାମିଲ ହୋଇଥିଲେ।