ବ୍ଲାକ ମେଲିଙ୍ଗ କରି ଆତ୍ମହତ୍ୟା ପାଇଁ ବାଧ୍ୟ କରିବା ଅଭିଯୋଗରେ ପ୍ରେମିକା ସମେତ ବନ୍ଧା ହେଲେ ୪ ଅଭିଯୁକ୍ତ

118 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଧରା ପଡିଲା ପ୍ରେମିକା ର ମିଛ ପ୍ରେମ। ପ୍ରେମ ଜାଲରେ ଫସାଇ ପ୍ରେମିକ କୁ ପ୍ରତାରିତ କରି ପଇସା ରୋଜଗାର କରିବା ଥିଲା ନିଶା। ଫଳରେ ପ୍ରେମ ଓ ପ୍ରେମିକା ଠାରୁ ନିସ୍ତାର ପାଇବା ପାଇଁ ପ୍ରେମିକ ବାଛିଥିଲା ଆତ୍ମହତ୍ୟା ର ରାସ୍ତା। ନୂଆ ପ୍ରେମିକ ସହ ମିଶି ପ୍ରଥମ ପ୍ରେମିକ କୁ ବ୍ଲାକ ମେଲିଙ୍ଗ କରି ଆତ୍ମହତ୍ୟା ପାଇଁ ବାଧ୍ୟ କରିବା ଅଭିଯୋଗରେ ପ୍ରେମିକା ସମେତ ବନ୍ଧା ହେଲେ ୪ ଅଭିଯୁକ୍ତ।

ବହୁଚର୍ଚିତ ଯାଜପୁର ମଙ୍ଗଳପୁର ଥାନା ଚାଉଳିଆ ଗ୍ରାମର ଶେଷଦେବ ସାହୁ ଆତ୍ମହତ୍ୟା  ଘଟଣାର ୧୪ଦିନ ପରେ ମୁଖ୍ୟ ଅଭିଯୁକ୍ତ ପ୍ରେମିକା ବର୍ଷା ଦାସତାପସ ଓରଫ୍ ମୁନା,  ସୁଧାଂଶୁ ଓରଫ୍ ଧନ ଏବଂ ସୁଭମ୍ ଓରଫ୍ ବିଟୁକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଶେଷଦେଵ ବର୍ଷା ଙ୍କୁ ଦୀର୍ଘ ଦିନ ଧରି ଭଲ ପାଉଥିଲେ। ପରେ ବର୍ଷା ମୁନା ସହିତ ପ୍ରେମ ସମ୍ପର୍କ ରକ୍ଷା କରି ଶେଷଦେଵ କୁ ଧୋକା ଦେଇଥିଲେ।

ଏପରିକି ମୁନା ଓ ବର୍ଷା ର ଅନ୍ତରଙ୍ଗ ମୁହୂର୍ତ୍ତ ର ଭିଡିଓ କରି ଶେଷଦେଵ କୁ ପଠାଇ ଟଙ୍କା ମାଗି ଥିଲେ। ଶେଷଦେଵ ବିଭିନ୍ନ ସମୟରେ ଭିଡିଓ ଡିଲିଟ କରିବା ପାଇଁ ଲକ୍ଷାଧିକ ଟଙ୍କା,ସୁନା ଗହଣା ଦେଇ ଆସୁଥିଲେ। କିନ୍ତୁ ସେମାନେ ଆହୁରି ବ୍ଲାକ ମେଲିଙ୍ଗ କରି ଆସୁଥିଲେ। ଏଥିରେ ହତୋତ୍ସାହିତ ହୋଇ ଶେଷଦେଵ ଆତ୍ମହତ୍ୟା କରିଥିଲେ।

 

Related Post

ମିଳିଲା ରାଜଧାନୀରୁ ମହିଳାଙ୍କ କଟାମୁଣ୍ଡ। ପ୍ରେମିକର ସାଙ୍ଘାତିକ କାରନାମା

Posted by - December 20, 2018 0
ଭୁବନେଶ୍ବର:- ରାଜଧାନୀରେ ଦିନକୁ ଦିନ ହତ୍ୟା ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଗତ ୬ମାସ ମଧ୍ୟରେ ରାଜଧାନୀରେ ୯ଟି ହତ୍ୟାକାଣ୍ଡ ସଂଗଠିତ ହୋଇଛି । କେତେକ…

ଗୋଷ୍ଠୀ ସଂଘର୍ଷ ସମୟରେ ପେଲି ଦେବା ଫଳରେ ମୃତ୍ୟୁ

Posted by - March 7, 2021 0
କଳାହାଣ୍ଡି:(ମହମ୍ମଦ ଅଗାଜାନ)ବେଙ୍ଗାଳୁରୁ କୁ ଦାଦନ ଖଟିଯାଇଥିବାବେଳେ  ଗ୍ରାମ ର ସାଧୁରାମ ନାଏକ ଙ୍କୁ ସେହିଗ୍ରାମ ର ରାଜକୁମାର ଥାପା ଗୋଷ୍ଠୀ ସଂଘର୍ଷ ସମୟରେ ପେଲିଦେବା ଫଳରେ ମୃତ୍ୟୁ…

ସମ୍ବଲପୁର ରେ ଦେବସ୍ନାନ ପୁଣ୍ଣିମା

Posted by - June 14, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ରେ ପବିତ୍ର ଦେବସ୍ନାନ ପୁଣ୍ଣିମା ଆଜି ପାଳିତ ହୋଇଯାଇଛି। ସହରର ଝାଡୁଆପଡା ସ୍ଥିତ ବ୍ରହ୍ମପୁରା ମନ୍ଦିର ସମେତ ସହରର ତଥା ଜିଲ୍ଲାରେ ଥିବା ଗ୍ରାମାଞ୍ଚଳର…

ବିପୁଳ ପରିମାଣର ଗଂଜେଇ ଜବତ୍

Posted by - July 15, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ନଳିନୀ ଛକ ନିକଟ ହନୁମାନ ମନ୍ଦିର ନିକଟରେ ସୋନପୁର ଥାନା ପୋଲିସ ପକ୍ଷରୁ ବିପୁଳ ପରିମାଣର ଗଂଜେଇ ଜବତ୍ କରିଥିବା…

ବର୍ତ୍ତିଗଲେ ଅନୁଭବ ଓ ପ୍ରତାପ,ଭୁସୁଡି ପଡିଲା ମଞ୍ଚ

Posted by - April 1, 2019 24
ଭୁବନେଶ୍ବର:୩୧/୦୩/ ଅଭିନେତାରୁ ରାଜନେତା ପାଲଟି ଥିବା ଅନୁଭବ ମହାନ୍ତି ଚଳିତ ନିର୍ବାଚନରେ କେନ୍ଦ୍ରାପଡ଼ାରୁ ବିଜେଡିର ଲୋକସଭା ପ୍ରାର୍ଥୀ ହୋଇଛନ୍ତି। ଅନ୍ୟପକ୍ଷରେ ଗତଥର ପରାଜୟ ସମ୍ମୁଖୀନ ହୋଇଥିବା ପ୍ରତାପ…