ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

78 0

ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡୁଙ୍ଗୁରିପାଲି ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣ ଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ୬୬ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ l ତନ୍ମଧ୍ୟରେ ବ୍ୟକ୍ତିଗତ ଦରଖାସ୍ତ ୫୮ ଗୋଟି, ସାମୁହିକ ଦରଖାସ୍ତ 0୮ ଗୋଟି ଗ୍ରହଣ କରାଯାଇଛି l

ଗ୍ରହଣ କରାଯାଇଥିବା ଦରଖାସ୍ତ ମଧ୍ୟରୁ ଶିବିରରେ ବିଭିନ୍ନ ମାମଲାର ୪୫ ଗୋଟି ଅଭିଯୋଗ ଦରଖାସ୍ତ ର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ୨୧ ଟି ଅଭିଯୋଗ ଦରଖାସ୍ତ କୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗ ଗୁଡିକୁ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ତୁରନ୍ତ ସମାଧାନ ନିମନ୍ତେ ପ୍ରେରଣ କରାଯାଇଛି l ଏହି ଶିବିର ଅବସରରେ ଜିଲ୍ଲପାଳ ଶ୍ରୀମତୀ ନରୱଣେ ସୁନାପାଲି ନିବାସୀ ଶ୍ରୀମତୀ କଳାବତୀ ମିର୍ଦ୍ଧା, ସ୍ୱାମୀ ସ୍ବର୍ଗତ ଉପେନ୍ଦ୍ର ମିର୍ଦ୍ଧା ଙ୍କୁ ଜାତୀୟ ପରିବାର କଲ୍ୟାଣ ଯୋଜନା ରେ ଏକକାଳୀନ ଆର୍ଥିକ ସହାୟତା ଟଂ ୨0,000/- (କୋଡିଏ ହଜାର ) ଟଙ୍କା ସହିତ ମଧୁବାବୁ ପେନସନ ଯୋଜନାରେ ଚଳିତ ମାସ ଠାରୁ ମାସକୁ ଟଂ ୫00/-ଙ୍କା ଲେଖାଁଏ ପ୍ରଦାନ କରିଛନ୍ତି l

ବି ଡି ଓ, ଶ୍ରୀ ତ୍ରିପୁର ମହାନନ୍ଦିଆ ଙ୍କ ତତ୍ୱାବଧାନ ରେ ଅଦ୍ୟ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ଜିଲ୍ଳା ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ନିହାର ରଞ୍ଜନ କଁହର,ଉପ ଜିଲ୍ଲାପାଳ, ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ,ବ୍ଲକ ଅଧ୍ୟକ୍ଷ୍ୟା ଶ୍ରୀମତୀ ଅହଲ୍ୟା ସାହୁ, ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ, ତହସିଲଦାର, ବ୍ଲକ ସ୍ତରୀୟ କର୍ମଚାରୀ, ପ୍ରମୁଖ ଯୋଗଦାନ କରିଥିଲେ l

 

Related Post

କବିରାଜଙ୍କ ପତ୍ନୀ ବିଷ୍ଣୁପ୍ରିୟାଙ୍କ ବିୟୋଗ

Posted by - September 29, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ମଙ୍ଗଳବାର ସନ୍ଧ୍ୟା ୭.୨୫ ମିନିଟରେ ଓଡିଶା ସରକାରଙ୍କ ସ୍ୱିକୃତିପ୍ରାପ୍ତ କବିରାଜ ସ୍ୱର୍ଗତ ବଳଭଦ୍ର ଷଡଙ୍ଗୀ ଙ୍କ ଧର୍ମପତ୍ନୀ ବିଷ୍ଣୁପ୍ରିୟା ଙ୍କ ୮୨ ବର୍ଷ ବୟସରେ ପରଲୋକ…

ସ୍ଵାମୀ ବିବେକାନନ୍ଦ ପବ୍ଲିକ୍ ସ୍କୁଲ ରେ ସ୍ୱାମୀ ବିବେକନନ୍ଦ ଜୟନ୍ତୀ ଓ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ

Posted by - January 12, 2022 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ର ୧୯ତମ ପ୍ରତିଷ୍ଠା ଦିବସ, ଜାତୀୟ ଯୁବ ଦିବସ…

ଜୀବନ ବୀମା ନିଗମ ଅଭିକର୍ତ୍ତା ସଂଘ ଟିଟିଲାଗଡ ଶାଖା ର ଗୁରୁତ୍ବପୁର୍ଣ ସଭା ଅନୁଷ୍ଠିତ

Posted by - October 24, 2021 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ) ଭାରତୀୟ ଜୀବନ ବୀମା ନିଗମ ଟିଟିଲାଗଡ ଶାଖା ର ଏକ ଗୁରୁତ୍ବପୂର୍ଣ୍ଣ ସଭା ସଇଁତଳା ଶିବ ମନ୍ଦିର ପରିସର ରେ ଥିବା…

ପ୍ରଦ୍ୟୁମ୍ନ ବଳଙ୍କ ସ୍ମୃତି ସଂସଦ ପକ୍ଷରୁ ୮୯ତମ ଜନ୍ମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ

Posted by - November 12, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ଅପିଂସର୍ସ କ୍ଲବ ପରିସରରେ ପ୍ରବିଣ ସାମ୍ବାଦିକ ତଥା ରାଷ୍ଟ୍ରନିତିଜ୍ଞ ପ୍ରଦ୍ୟୁମ୍ନ ବଳଙ୍କ ୮୯ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି…

ଡୁଡୁନ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଅସହାୟ ମହିଳାଙ୍କୁ ସହାୟତା ପ୍ରଦାନ

Posted by - September 20, 2021 0
ବୌଦ୍ଧ(ଚିତ୍ତଞ୍ଜନ ସିଂ) : କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ମସିଣାଗୋରା ଗ୍ରାମରେ ରହନ୍ତି ସେବ ଭୋଇ । ଗୋଟିଏ ପୁଅ ଏବଂ ଗୋଟିଏ ଝିଅକୁ ନେଇ ସଂସାର…