ଝିଅ ନିଖୋଜ୍ : ଥାନା ର ଦ୍ଵାରସ୍ଥ ହେଲେ ପରିବାର

77 0

ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମାଝିଗୁଡା ପଞ୍ଚାୟତ ମହୁଲମୁଣ୍ଡା ଗାଁ ର ଧବଳେଶ୍ଵର ରାଉତ( ୪୧) ଙ୍କ ୧୮ ବର୍ଷିୟ ଝିଅ ଜୟନ୍ତି ରାଉତ ଗତ ଜୁଲାଇ ୨୬ ତାରିଖ ରାତିରୁ ନିଖୋଜ ଥିବା ନେଇ କୋକସରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକେ l ନିଜ ନିଖୋଜ ଝିଅକୁ ସମ୍ପର୍କିୟ ତଥା ଅନ୍ୟାନ୍ୟ ସ୍ଥାନରେ ବହୁତ ଖୋଜାଖୋଜି କରିବା ପରେ ଶେଷରେ ନିରାସ ହୋଇ ଥାନାର ଦ୍ଵାରସ୍ଥ ହୋଇଥିବା ପ୍ରକାଶ କରିଛନ୍ତି। ପ୍ରାପ୍ତ ସୁଚନା ମତେ ଗତ ୨୬ ତାରିଖ ରାତିରେ ଜୟନ୍ତି ଖାଇ ସାରିବା ପରେ ନିଜ ମା ଗୀତାଞ୍ଜଳି ଓ ଭଉଣୀ ପଲ୍ଲବି ସହ ଶୋଇଥିଲେ , ହେଲେ ସକାଳୁ ସେ ଆଉ ଘରେ ନଥିଲେ l

ଜୟନ୍ତି ଯିବା ସମୟରେ ଏକ ମୋବାଇଲ୍ ଫୋନ୍ ସାଙ୍ଗରେ ନେଇଥିବା ପରିବାର ଲୋକେ ଜଣାଇଛନ୍ତି l ତେବେ, ବର୍ତ୍ତମାନ ସେହି ମୋବାଇଲ ଫୋନ ସ୍ଵିଚ୍ ଅଫ୍ ଥିବା ଜଣାପଡିଛି l ନିଖୋଜ ହେବା ପରେ ଜୟନ୍ତି ଘରକୁ କୌଣସି ଫୋନ୍ କିମ୍ବା ମେସେଜ୍ ମଧ୍ୟ କରିନାହାନ୍ତି l ଜୟନ୍ତିଙ୍କ ବାପା ଧବଳେଶ୍ଵର ଙ୍କ ଠାରୁ ଲିଖିତ ଅଭିଯୋଗ ପାଇବା ପରେ କୋକସରା ଥାନା ରେ କେସ୍ ନମ୍ବର ୩୨/୨୨ ଅନୁଯାୟୀ ଏକ ନିଖୋଜ ମାମଲା ରୁଜୁ କରି ପୋଲିସ୍ ତଦନ୍ତ ଜାରି ରଖିଥିବା ଏ ଏସ୍ ଆଇ ଦାମୋଦର ନାଏକ ଜଣାଇଛନ୍ତି l

Related Post

ସାପ କାମୁଡାରେ ମହିଳା ମୃତ

Posted by - June 17, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତୋମୁଣ୍ଡା ପଞ୍ଚାୟତ ପିପିଲଝାପର ଗ୍ରାମରେ ଅଘଟଣ । ଘରେ ଶୋଇଥିବା ବେଳେ ଜଣେ ମହିଳାଙ୍କୁ…

ଜିଲ୍ଲା ଯାଦବ ସମାଜର ସମ୍ବର୍ଦ୍ଧନା ଉତ୍ସବ

Posted by - April 4, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲା ସ୍ଥାନିୟ କୃଷିବିଜ୍ଞାନ କେନ୍ଦ୍ର ସମ୍ମିଳନି କକ୍ଷଠାରେ ଜିଲ୍ଲା ଯାଦବ ମହାସଭା ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି…

ମଲ୍ଳିପୁର ଠାରେ ଚାଲିଥିବା ଦୁଇ ଦିିନିଆ ଲୋକ ନୃତ୍ୟ ଓ ପାଲା ମହୋତ୍ସବ ଉଦଯାପିତ

Posted by - March 30, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ଦଶରଥପୁର ବ୍ଲକ କମାରଡିହ ମଲ୍ଳିପୁର ଠାରେ ଚାଲିଥିବା ଦୁଇ ଦିିନିଆ ଲୋକ ନୃତ୍ୟ ଓ ପାଲା ମହୋତ୍ସବ ଉଦଯାପିତ…

ବଡ଼ବିଲରେ ଦୃଶ୍ୟମାନ ହେଲା ସ୍ୱର୍ଗର ପାରିଜାତ ଫୁଲ

Posted by - July 7, 2020 0
ବଡ଼ବିଲ:( ସୀତାରାମ ଦୀକ୍ଷିତ)ବରିଷ୍ଠ ସାମ୍ବାଦିକ ବଳରାମ ମହାନ୍ତି ବାରଣ୍ଡାରେ ଫୁଟିଛି ପାରିଜାତ ଫୁଲ ମହାମାରୀ କରୋନା ପାଇଁ ବଡ଼ବିଲ ସଟଡାଉନ ଥିବା ବେଳେ ଶୁଭ ସଂକେତ।ଦେଇଛି ପାରି…

“ଓଡ଼ିଶା ଡ୍ରାଇଭର ମହାସଂଘ “ର ବୌଠକ

Posted by - September 29, 2021 0
ବୌଦ୍ଧ :(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବୁରବୁଡ଼l ଗୁପ୍ତେଶ୍ୱର ବାବାଙ୍କ ପ୍ରାଙ୍ଗଣ ଠାରେ ଓଡିଶା ଡ୍ରାଇଭର ମହାସଂଘ ବୌଦ୍ଧ ଜିଲ୍ଲା ର ତିଲେଶ୍ୱର…