ଉଚିତ ସ୍ୱାସ୍ଥ୍ୟ ସେବା ଯୋଗାଉ ନଥିବା ANM ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଡ଼ୁମେରଗୁଡା ପଞ୍ଚାୟତବାସି

77 0

ଧର୍ମଗଡ଼ :(ହେମନ୍ତ କୁମାର ମାଝୀ) ଗୋଲାମୁଣ୍ଡା ଥାନା ଡ଼ୁମେରଗୁଡା ଗ୍ରାମ ପଂଚାୟତରେ ଡ଼ୁମେରଗୁଡା ଓ କିର୍କାକାନି ସ୍ଥିତ ANM କୁଆଟରେ ଦୀର୍ଘ ଦିନ ହେଲା ANM ରହୁ ନ ଥିବା ଓ ଠିକ ହିସାବେ ଡିଉଟି ଆସୁନ ଥିବା ଅଭିଯୋଗ ନେଇ ଧର୍ମଗଡ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି ପଂଚାୟତବାସୀ l ଡୁମେରଗୁଡା ର Anm ସରୋଜିନୀ ପ୍ରଧାନ ଦୀର୍ଘ ୧୩ବର୍ଷ ଏବଂ ସତ୍ୟଭାମା ଶର୍ମା ୬ବର୍ଷ ହେବ ଡ଼ୁମେରଗୁଡା ଏବଂ କିର୍କାକାନି ରେ ସ୍ୱାସ୍ଥ୍ୟ କର୍ମୀ ଭାବରେ ନିଯୁକ୍ତ ଅଟନ୍ତି ।

କିନ୍ତୁ ଉଭୟ ANM କେବେ ଡ଼ିଉଟି ଆସୁଛନ୍ତି ତ କେଭେ ଆସୁନାହାନ୍ତି ଯାହା ଫଳରେ ପଞ୍ଚାୟତ ବାସୀ ସ୍ୱାସ୍ଥ୍ୟ ସୁବିଧା ଠିକ ହିସାବେ ପାଇ ପାରୁ ନାହାନ୍ତି l ସରକାରଙ୍କ ନିୟମ ଅନୁସାରେ ସେହି  କୁଆଟରରେ ANM କର୍ମୀ ମାନେ ରହିବା କଥା କିନ୍ତୁ ରହୁନାହାନ୍ତି କି ଠିକ ଭାବରେ ସ୍ୱାସ୍ଥ୍ୟ ସେବା ମଧ୍ୟ ଯୋଗାଉନାହାନ୍ତି l ଆଜି ଉଭୟ ANM ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଶ୍ୟାମସୁନ୍ଦର ମାଝୀ,କିରଣ ସିଂ ନାଏକ ସମେତ ଗ୍ରାମ ପଞ୍ଚାୟତ ବାସି ଧର୍ମଗଡ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି.।

Related Post

କୁଡିଆମୁଁଣ୍ଡା ଗାଁରେ ବ୍ୟାପୁଛି କିଡିନିରୋଗ ଲୋକେ, ଗାଁ ନିକଟରେ ବହିଯାଇଥିବା ନଦୀରୁ ପାନୀୟ ଜଳଯୋଗାଣ ଦାବୀ

Posted by - June 2, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ କୁଡ଼ିଆମୁଁଣ୍ଡା ତିନି ୱାଡ଼ ବିଶିଷ୍ଟ ଗାଁ ଜନ ସଂଖ୍ୟା କହି ଲେ ପାଖା ପାଖି ୧୨ ଶହ…

ଓଡିଶା ଡ୍ରାଇଭର ମହାସଂଘ ବୈଠକ

Posted by - July 25, 2021 0
ସୋନପୁର :(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଳା ବିନିକା ବ୍ଲକ ଘାଟିଜାମପାଳି ଠାରେ ରହିଥିବା ତ୍ରାହି ଅଚ୍ୟୁତ ଆଶ୍ରମ ରେ ଆଜି ଓଡିଶା ଡ୍ରାଇଭର ମହାସଂଘ ସୁବର୍ଣ୍ଣପୁର ଜିଲ୍ଲା…

ଆଡ଼େନିଗଡରେ ପଞ୍ଚଶମ୍ଭୁ ମିଳନ

Posted by - April 10, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଆଜି ହରଭଙ୍ଗା ବ୍ଲକ ଆଡେଣୀଗଡ଼ ଗ୍ରାମର ତେଲିସାହି ଠାରେ ପଞ୍ଚଶମ୍ଭୁ ମିଳନ ଦେଖିବାକୁ ମିଳିଥିଲା!ସୂଚନା ମତେ ଆଜକୁ ପାଞ୍ଚ ବର୍ଷ ହେବ ଏହି ମିଳନ…