ଅଗଷ୍ଟ ୧ ସମ୍ବଲପୁରୀ ଦିନ ଧୁମଧାମରେ ପାଲନ ପାଇଁ ଅତାବିରାରେ ପ୍ରସ୍ତୁତି ପର୍ବ ଆରମ୍ଭ

67 0

ବରଗଡ:(ରାମାକାନ୍ତ ବିଶ୍ଵାଳ ) ଛତ୍ରଛାୟା ତଲେ ନିଜ ପୁଅକୁ ସଦାସର୍ବଦା ଘୋଡାଇ ରଖି ସମସ୍ତଙ୍କୁ କରୁଣା ପ୍ରଦାନ କରି ଆସୁଥିବା ମହାଦେବୀ ମାଁ ସମଲେଇ ହେଉଛନ୍ତି ଆମ ପଶ୍ଚିମ ଓଡିଶା ସମ୍ବଲମାଟିର ଅଧିଷ୍ଠାତ୍ରୀ କୁଲଦେବୀ ।ପଶ୍ଚିମ ଓଡିଶାର ଗର୍ବ ଗୌରବର ଦିନ ଅଗଷ୍ଟ ମାସର ୧ ତାରିଖରେ ଗୁରୁ ସତ୍ ନାରେନ ବହିଦାର ଏବଂ କବି ଶ୍ରୀଧର ପଧାନ ଙ୍କ ପବିତ୍ର ଜନ୍ମ ଜୟନ୍ତି ଉତ୍ସବରେ ପାଲିତ ହେଉଥିବା “ସମ୍ବଲପୁରୀ ଦିନ୍” କୁ ଖୁବ ଯାକଜମକରେ ସମଗ୍ର ପଶ୍ଚିମ ଓଡିଶାରେ ପାଲିତ ହେଉଛି ।ପଶ୍ଚିମ ଓଡିଶାର କଲା ସଂସ୍କୃତି,ରିତି ନିତି,ପରମ୍ପରା,ଐତିହ୍ୟ ଧରୋହର କୁ ସ୍ମରଣ କରି ସମ୍ମାନ ଦେଇ ଏଠାକାର ଜାନି ଯାତରା ଉତ୍ସବ କୁ ଖୁବ ଯାକ ଜମକରେ ପାଲନ କରିଥାନ୍ତି ଜନସାଧାରଣ ।ଏଠାକାର କଲା ସଂସ୍କୃତି ତଥା କଲାକାର ମାନଙ୍କ ଅବଦାନ ଅବିସ୍ମରଣିୟ ଏବଂ କାଲଜୟୀ ।ସ୍ୱଭାବ କବି ଗଙ୍ଗାଧର ମେହେର,ସନ୍ଥ କବି ଭିମ ଭୋଇ,କବି ଖଗେଶ୍ୱର,ଗୁରୁ ସତ୍ ନାରେନ ବହିଦାର,ଶ୍ରୀଧର ପଧାନ,କବି ହଲଧର ନାଗ ପରି ମହାନ ମହାନ ସମାଜ ସସ୍କାରକ କବି ସ୍ରଷ୍ଟାଙ୍କର ପରିତ୍ର ପୂଣ୍ୟ ଜନ୍ମସ୍ଥଲି ଅଟେ ଆମ ପଶ୍ଚିମ ଓଡିଶା ।

ଏହି ପରିପ୍ରେକ୍ଷୀରେ ପ୍ରାୟ ସବୁ ସ୍ଥାନ ପରି ବରଗଡ ଜିଲ୍ଲା ଅତାବିରା ଠାରେ ଅଗଷ୍ଟ ମାସ ୧ ତାରିଖ ସମ୍ବଲପୁରୀ ଦିନକୁ ଖୁବ ଯାକ ଜମକରେ ପାଲନ କରିବାକୁ ପ୍ରସ୍ତୁତି ଜୋରସୋର ରେ ଚାଲିଛି ।ରାମଚଣ୍ଡୀ ମନ୍ଦିର କମିଟି ତରଫରୁ ରାମଚଣ୍ଡୀ କଲ୍ୟାଣ ମଣ୍ଡପଠାରେ ଏକ ଲେଥା ପ୍ରତିଯୋଗିତା ସହ ସମ୍ବଲପୁରୀ ଦିନ ସକାଲ ୧୦ ଟାରୁ ୧ ଟା ପର୍ଯ୍ୟନ୍ତ ପାଲନ କରାଯିବାକୁ ପ୍ରସ୍ତାବ ଥିବା ବେଲେ ଏହିପରି ଅନ୍ୟ ପଟେ ନୁତନ ଗଠିତ ସାମାଜିକ ସଂଗଠନ ଆମ ପରିବାର ତରଫରୁ ମଧ୍ୟ ସମ୍ବଲପୁରୀ ଦିନ ଖୁବ ଯାକଜମକରେ ଅତାବିରା ର ଅଗ୍ରସେନ ଭବନ ଠାରେ ଦିନ ୨ ଟା ପରେ ପାଲନ କରାଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।ଏବଂ ଆଶା କରାଯାଉଛି ଏ ଦିନ ଟି ଖୁବ ସଫଲତା ର ସହିତ ପାଲିତ ହେବ ।

Related Post

ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ର ସାଧାରଣ ବୈଠକ ଅନୁଷ୍ଠିତ

Posted by - October 25, 2021 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ) ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଟିଟିଲାଗଡ ତରଫରୁ ସ୍ଥାନୀୟ ମହାବୀର ପଞ୍ଚାୟତ ସମିତି ଧର୍ମଶାଳା ଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ବଲାଙ୍ଗୀର…

ଦିବଂଗତ ପୂର୍ବତନ କଳାହାଣ୍ଡି ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କୁ ବିଜୁ ଜନତା ଦଳ କଳାହାଣ୍ଡି ତରଫରୁ ଶ୍ରଦ୍ଧାଞ୍ଜଳି

Posted by - July 25, 2022 0
ଭବାନିପାଟନା :(ସୂରଜ ପ୍ରକାଶ ଜୈନ) ଦିବଂଗତ ପୂର୍ବତନ କଳାହାଣ୍ଡି ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କୁ ବିଜୁ ଜନତା ଦଳ କଳାହାଣ୍ଡି ତରଫରୁ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ…

ସମ୍ବଲପୁରୀ ଭାଷାକୁ ଗୁରୁତ୍ଵ ଦେଇ ଲେଖା ଲେଖି କରିବାକୁ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କ ଆହ୍ଵାନ

Posted by - December 6, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ଅଖିଳ ଭାରତ ଆଘରିଆ ସମାଜ ର ବାମଣ୍ଡା ଆଞ୍ଚଳିକ କମିଟି ପକ୍ଷରୁ ଏହାର ସଭାପତି ବନମାଳୀ ନାୟକ ଙ୍କ ସଭାପତିତ୍ବରେ ଗୁଣ୍ଡୁରୁ ଚୁଆଁ ସ୍ଥିତ…