ସରକାରୀ ଯୋଜନା ସଫଳ ରୂପାୟନ ପାଇଁ ଉପ -ଜିଲ୍ଲାପାଳ ଙ୍କ ବ୍ଲକ ସ୍ତରୀୟ ସମୀକ୍ଷା ବୈଠକ

43 0

ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ କାର୍ଯ୍ୟlଲୟ ସଭଗ୍ରହ ଠାରେ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ପାଟଣାଗଡ ଉପଜିଲ୍ଲାପାଳ ଡ଼ା . ବିଜୟାନନ୍ଦ ସେଠି ସମୀକ୍ଷା କରିଥିଲେ । ସମୀକ୍ଷା ବୈଠକ ରେ ଗୋଷ୍ଟି ଉନ୍ନୟନ ଅଧିକାରୀ ଭୀମସେନ କହଁର, ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଉପଖଣ୍ଡ ଯୋଗାଣ ଅଧିକାରୀ ମାୟାଧର ସାହୁ , ଉପଖଣ୍ଡ ମଙ୍ଗଳ ଅଧିକାରୀ ଦୀପ୍ତି ମନ୍ତ ଭୋଇ , ସହକାରୀ ଯନ୍ତ୍ରୀ ସୌମ୍ୟ କିଶୋର ଜୟପୁରିଆ ଉପସ୍ଥିତିରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସର ରେ ବ୍ଲକ ର ଉନ୍ନୟନ କାମ, ପିଡିଏସ ଚାଉଳ ଯୋଗାଣ , ବିଭିନ୍ନ ଭତ୍ତା ଯୋଗାଣ , ଶିଶୁ ଖାଦ୍ୟ , ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମିକ ମାନଙ୍କୁ କାମ ଓ ମଜୁରୀ ପ୍ରଦାନ ସମେତ ଗ୍ରାମୀଣ ଆବାସ ଯୋଜନା ଉପରେ ସମୀକ୍ଷା ହୋଇଥିଲା ।

ସରକାରଙ୍କ ଲୋକାଭିମୁଖୀ ଯୋଜନା କିଭଳି ଠିକ ସମୟରେ ଠିକ ଭାବରେ ପହଞ୍ଚିବ ସେନେଇ ସମସ୍ତ କର୍ମଚାରୀ ଙ୍କୁ ଉପଜିଲ୍ଲାପାଳ କହିଥିଲେ । ବୈଠକରେ ସିଡ଼ିପିଓ ସୁଜାତା ଦୋରା , ଜିପିଓ ସୁଶାନ୍ତ କୁମାର ପାଣି , ଯୋଗାଣ ଅଧିକାରୀ ବିକାଶ କୁମାର ବାର୍ଲା, ପିଏ ଅଶୋକ ପାଣିଗ୍ରାହୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କନିଷ୍କ ବିଭାର ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ପିଇଓ, ଜି ଆର ଏସ, ଯୋଗାଣ ସହାୟକ ପ୍ରମୁଖ ଉପସ୍ଥିତ ଥିଲେ।

Related Post

ଏସ.ବି ଆଇ ଲିଡ୍ ବ୍ୟାଙ୍କ ପକ୍ଷରୁ ଋଣ ସଂପ୍ରସାରଣ କାର୍ଯ୍ୟକ୍ରମ

Posted by - October 12, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଏସ.ବି ଆଇ ଲିଡ୍ ବ୍ୟାଙ୍କ ପକ୍ଷରୁ ଋଣ ସଂପ୍ରସାରଣ କାର୍ଯ୍ୟକ୍ରମ ବା କ୍ରେଡିଟ୍…

ପୂର୍ବତନ ସରପଞ୍ଚ ଙ୍କ ପରଲୋକ

Posted by - October 30, 2021 0
ବେଲଗୁଣ୍ଠା- 28/10 (ସୁଶାନ୍ତ କୁମାର ବେହେରା) ଜଗନ୍ନାଥପ୍ରସାଦ ବ୍ଲକ ପ୍ରତାପୁର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ତ୍ରିନାଥ ଗୌଡ଼ଙ୍କ ଆଜି ୬୯ ବର୍ଷ ବୟସରେ ବିୟୋଗ ଘଟିଛି…

ସନ୍ଥ କବି ଭୀମ ଭୋଇ ଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ

Posted by - January 16, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)-ବଙ୍ଗୋମୁଣ୍ଡା ସଦର ସ୍ଥିତ ଚାରିଛକ(ଭୀମ ଭୋଇ ଛକ)ଠାରେ ନବ ନିର୍ମିତ ସନ୍ଥ ଭୀମ ଭୋଇ ଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ…

ଧାନ ବୋଝେଇ ଟ୍ରକ ଓଲଟି ଚାଳକ ଗୁରୁତର ।

Posted by - March 15, 2019 41
ଯାଜପୁର:୧୨-୦୩-୧୯(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର କିଆନାଳିକୂଳ ପୋଲପାଶ୍ୱର୍ରେ ଧାନ ବୋଝେଇ ଟ୍ରକଟି ଓଲଟି ଚାଳକ ଗୁରୁତର । ଟ୍ରକଟି ବିଂଝାରପୁରରୁ ଧାନ ବୋଝେଇ କରି ଚଣ୍ଡିଖୋଲ ଅଭିମୁଖେ ଯାତ୍ରା…