ଟିଟିଲାଗଡ ଷ୍ଟେଟବ୍ୟାଙ୍କ କର୍ମଚାରୀ ଶିବ ଶଙ୍କର ପଟ୍ଟନାୟକଙ୍କ ବଦଳି ବାତିଲ କରିବା ସହ ଟିଟିଲାଗଡ ଶାଖାକୁ ପ୍ରତ୍ୟାବର୍ତ୍ତନ ଦାବି

430 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଲୋକଙ୍କ ପ୍ରଥମ ପସନ୍ଦ ଥିବା ବ୍ୟାଙ୍କ ଅଟେ। ଏହି ବ୍ୟାଙ୍କ ଉପରେ ଲୋକ ଆଖି ବୁଜି ବିଶ୍ୱାସ କରନ୍ତି, ପ୍ରାୟ ଲୋକ ଏହି ବ୍ୟାଙ୍କ ରେ ତାଙ୍କର ଖାତା ବି ଖୋଲିଥାନ୍ତି। ଟିଟିଲାଗଡ ଷ୍ଟେଟ ବ୍ୟାଙ୍କରେ ବହୁତ ଷ୍ଟାଫ ତଥା ଅଧିକାରୀ କାର୍ଯ୍ୟ କରନ୍ତି କିନ୍ତୁ ସମସ୍ତଙ୍କ ଠାରୁ ଅଲଗା ତଥା ବ୍ୟାଙ୍କ ଗ୍ରାହକଙ୍କ ପ୍ରଥମ ପସନ୍ଦ ଥିଲେ ଶିବ ଶଙ୍କର ପଟ୍ଟନାୟକ କାରଣ ସେ ଜଣେ ଭଦ୍ର, ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ସହ ଲୋକଙ୍କ ଯେ କୌଣସି ବ୍ୟାଙ୍କ ସମ୍ବନ୍ଧୀୟ ବିଷୟରେ ସଦାବେଳେ ସାହାଯ୍ୟ କରି ସମାଧାନ କରୁଥିଲେ, ତାଙ୍କର ଏବେ ପ୍ରମୋସନ୍ ହୋଇ ଅନ୍ୟ ସ୍ଥାନକୁ ବଦଳି ହେବା ଖବର ପାଇ ବହୁତ ଲୋକ କ୍ଷୋଭ ପ୍ରକାଶ କରିଛନ୍ତି।

ଯେହେତୁ ସେ ଖୁବ ଶୀଘ୍ର ତଥା କୌଣସି ବିଷୟରେ ଯାହା ଅସୁବିଧା ଥିଲେ ବି ଅତି ସହଜରେ କାମ କରାଇ ଦେଉଥିଲେ, ସେଥିପାଇଁ ଲୋକଙ୍କ ପ୍ରଥମ ପସନ୍ଦ ହୋଇଥିଲେ, ଯେତିକି ଲୋକ ପେନସନ ପାଉଛନ୍ତି ପ୍ରତି ବର୍ଷ ସେମାନଙ୍କୁ ଜିବନ ପ୍ରମାଣ ପତ୍ର ଧରି ବ୍ୟାଙ୍କକୁ ଯାଇ ଦେବାକୁ ପଡୁଥିଲା, ଯେବେଠୁ ଶ୍ରୀ ପଟ୍ଟନାୟକ ଟିଟିଲାଗଡ ଶାଖାରେ ଯୋଗ ଦେଲେ ସେହି ଦିନଠାରୁ ସମସ୍ତ ପେନସନ ପାଉଥିବା ବୃଦ୍ଧ ଲୋକଙ୍କ ଘରକୁ ରବିବାର ଦିନ ଯାଇ ନିଜେ ଫର୍ମ ଧରି ତାଙ୍କ ଠାରୁ ଧରିକି ଆସୁଥିଲେ, ଯଦ୍ୱାରା ଅସହାୟ ଲୋକ, ବୃଦ୍ଧ ଲୋକଙ୍କ ଅଧା ଚିନ୍ତା ସେ ଦୂର କରାଇବାରେ ସହାୟକ ହେଉଥିଲେ ।

ତାଙ୍କର ବଦଳି ହେବା ଖବର ପାଇ ସମସ୍ତ ପେନସନ ପାଉଥିବା ଲୋକ ତାଙ୍କର ବଦଳି ବାତିଲ କରିବା ସହ ପୁନଃ ଟିଟିଲାଗଡ ମୂଖ୍ୟ ଶାଖାକୁ ପ୍ରତ୍ୟାବର୍ତନ କରାଯାଉ ବୋଲି ଏକ ଦାବିପତ୍ର ଡେପୁଟି ଜୋନାଲ ମ୍ୟାନେଜରଙ୍କୁ ଦେଇଛନ୍ତି।ଷ୍ଟେଟ ବ୍ୟାଙ୍କ କର୍ମଚାରୀଙ୍କ ଖରାପ ବ୍ୟବହାର ଯୋଗୁଁ ଲୋକେ ପ୍ରାଇଭେଟ୍ ବ୍ୟାଙ୍କ ଆଡ଼କୁ ଯାଉଥିବା ବେଳେ ଭଲ ଷ୍ଟାଫଙ୍କୁ କାହିଁକି ବଦଳି କରାଯାଉଛି ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି, ପ୍ରମୋସନ ପାଇଲା ପରେ ବି ସେ ଟିଟିଲାଗଡ ମୂଖ୍ୟ ଶାଖାରେ ରୁହନ୍ତୁ ଏବଂ ତାଙ୍କ ବଦଳି ବାତିଲ କରି ପୁଣି ଫେରାଇ ଆଣିବାକୁ ସାଧାରଣରେ ଦାବି ହେଉଛି।

Related Post

ଚଲାଣଗୁଡା ଗ୍ରାମପଞ୍ଚାୟତ ରେ ଧାନ ମଣ୍ଡି ର ଶୁଭ ଉଦଘାଟନ

Posted by - December 18, 2021 0
ମାଲକାନଗିରି:(ଅବଦୁଲ ଗନି)ମାଲକାନଗିରି ଜିଲ୍ଲା ଚାଲାଣଗୁଡା ଗ୍ରାମ ପଞ୍ଚାୟତରେ ଖୋଲାଯାଇଥିବା ଧାନମଣ୍ଡିକୁ  ଶୁଭ ଉଦଘାଟନ କରିଛନ୍ତି ମାଲକାନଗିରି ବ୍ଲକ ଯୋଗାଣ ଅଧିକାରୀ ଶ୍ରୀ ପ୍ରବଞ୍ଜନ ମହାନ୍ତି lଚାଷୀଙ୍କ ଠାରୁ…

ଶିକ୍ଷକ ଙ୍କ ଆର୍ଥିକ ଅନିୟମିତତା ର ପ୍ରତିବାଦ….ପ୍ରାଥମିକ ବିଦ୍ୟାଳୟର ରେ ତାଲା ପକାଇଲେ ଗ୍ରାମବାସୀ

Posted by - April 18, 2022 0
ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହରାପଦର ପଂଚାୟତ ସର୍ଗିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଙ୍କ ଆର୍ଥିକ ଅନିୟମିତତା ପ୍ରତିବାଦ…

ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଯାଜପୁର ଜିଲା ପ୍ରଶାସନକୁ ଦାବୀ ପତ୍ର 

Posted by - August 22, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଚାଷୀ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦାବୀ ନେଇ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଯାଜପୁର ଜିଲାପ୍ରଶାସନ କୁ ଦାବୀପତ୍ର ପ୍ରଦାନ କରାଯାଇଛି।ବିଂଝାରପୁର ଶାଖା…

ସର୍ବଭାରତୀୟ ସୁନି ଇଜତେମା କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା ପାଇଁ ଯାଜପୁର ପୋଲିସ ପକ୍ଷରୁ ଶାନ୍ତି କମିଟି ବୈଠକ

Posted by - February 25, 2020 51
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆସନ୍ତା ୨୯ ତାରିଖରେ ଯାଜପୁର ବାଳାଶ୍ରମ ପଡିଆରେ ମୁସଲମାନ ସଂପ୍ରଦାୟ ପକ୍ଷରୁ ସର୍ବଭାରତୀୟ ସୁନି ଇଜତେମା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିପାଇଁ ଏହାର…

ଦଶରଥପୁର ବ୍ଲକ ରାମବାଗ ଉଚ୍ଚ ବିଦ୍ୟାଳୟର ୭୫ତମ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ

Posted by - January 6, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ଦଶରଥପୁର ବ୍ଲକ ରାମବାଗ ଉଚ୍ଚ ବିଦ୍ୟାଳୟର ୭୫ତମ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ସଂସଦର ସଭାପତି ଡା…