ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସଙ୍କୁ ଖୋଜୁଛନ୍ତି ଟିଟିଲାଗଡ଼ର ଉଠା ଦୋକାନୀ

344 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ଟିଟିଲାଗଡ ପୌରପରିଷଦ ଅଞ୍ଚଳରେ ଦିନକୁ ଦିନ ଜନ ସଂଖ୍ୟା ବଢିବା ସହ ଦୋକାନ ବଜାର ମଧ୍ୟ ବୃଦ୍ଧି ପାଇଛି। ନିଜର ଏବଂ ପରିବାରର ପେଟ ପାଟଣା ପାଇଁ ଯିଏ ଯେଉଁଠି ପାଇଲା ରାସ୍ତା କଡ଼ରେ ଦୋକାନ ଦେଇ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ସହରର ଶାସ୍ତ୍ରୀ ଛକ ଠାରୁ ହାଇସ୍କୁଲ୍ ପଡ଼ା ଯାଏଁ ବହୁତ ଲୋକ ଉଠା ଦୋକାନମାନେ କରି ନିଜର ବ୍ୟବସାୟ କରନ୍ତି, ଖାସ କରି ସରକାରି ଡାକ୍ତରଖାନା ନିକଟରେ ଚା ଦୋକାନ, ଜଳଖିଆ ଦୋକାନ, ପରିବା ଦୋକାନ, ମୋଚି ଦୋକାନ, ଫଳ ଦୋକାନି ମାନେ ହିଁ ଉଠା ଦୋକାନ କରିଛନ୍ତି।

ପ୍ରତି ଛ ମାସରେ ଥରେ କିମ୍ବା ନୂତନ ଉପଜିଲ୍ଲାପାଳ କିମ୍ବା ନୂତନ ପୌରନିର୍ବାହୀ ଅଧିକାରୀ ମାନେ ଯୋଗଦେଲା ପରେ ଏହି ଦୋକାନ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଯାଏ, ଯଦ୍ୱାରା ବାରମ୍ବାର ଉଠା ଦୋକାନୀ ମାନେ ତିଆରି କରିଥିବା ଦୋକାନ ଘୁଞ୍ଚାଇବାକୁ ପଡେ, ପୁଣି କିଛିଦିନ ବ୍ୟାପାର ବନ୍ଦ, କିଛି ଦିନ ଗଲାପରେ ପୁଣି ଦୋକାନୀ ମାନେ ସେହି ଜାଗାରେ ଦୋକାନ କରନ୍ତି କାରଣ ପରିବାରର ପେଟ ପୋଷିବା ପାଇଁ ଏହି ଜାଗାରେ ଭଲ ବ୍ୟାପାର ହୋଇଥାଏ ଏବଂ ରୋଗି ଏବଂ ତାଙ୍କ ସମ୍ପର୍କିୟ ଲୋକ ମାନଙ୍କୁ ମଧ୍ୟ କିଣାକିଣିରେ ସୁବିଧା ହୋଇଥାଏ। ଏବେ ପୁଣି ପୌରପରିଷଦ ତରଫରୁ ପୁଣି ଉଠା ଦୋକାନୀଙ୍କୁ ଦୋକାନ ଉଠାଇବାକୁ କୁହାଯାଇଛି, ଏବେ ପୁଣି ଦୋକାନୀ ମାନେ ଚିନ୍ତାରେ, ପ୍ରଶାସନ ତରଫରୁ ରାସ୍ତା ଭିଡ଼ ତଥା ଯାମ ହେଉଥିବା ଯୋଗୁଁ ଏହିଭଳି ପଦକ୍ଷେପ ନିଆ ଯାଉଥିବା କୁହାଯାଉଥିବା ବେଳେ ଦୋକାନୀ ମାନେ ଏବେ କେମିତି କରିବୁ ବୋଲି ଚିନ୍ତାରେ ଥିବା ବେଳେ ସମସ୍ତେ ପୁର୍ବତନ ନଗରପାଳ ଶୁଭ୍ରାଂଶୁ ଦାସଙ୍କୁ ଝୁରୁଛନ୍ତି ଓ ସେ ପାଞ୍ଚ ବର୍ଷ ଯାଏଁ ନଗରପାଳ ଥିଲା ପର୍ଯ୍ୟନ୍ତ ଆମେ ଅଚିନ୍ତାରେ ବ୍ୟବସାୟ କରିଥିଲୁ.

ଆଜି ତାଙ୍କ କାମ କିଏ କରିବ? ତାଙ୍କ ଭଳି ଆମ କଥା କିଏ ବୁଝିବ ବୋଲି ଉଠା ଦୋକାନି ମାନେ ଆଲୋଚନା କରିବାର ଶୁଣିବାକୁ ମିଳିଥିଲା।ଏଠାରେ ପ୍ରଶ୍ନ ଉଠେ ଯେ ରାଜନୀତି କରିବା ସହ ଲୋକଙ୍କ ସୁଖ ଦୁଃଖରେ ଯିଏ ଛିଡ଼ା ହୁଏ ସିଏ ହିଁ ପ୍ରକୃତ ନେତା, ଆଜି ଶୁଭ୍ରାଂଶୁ ଦାସଙ୍କୁ ଉଠା ଦୋକାନୀ ଖୋଜୁଛନ୍ତି କଣ ପାଇଁ ? ଲୋକଙ୍କ ଅସୁବିଧା ସମୟରେ ଛିଡ଼ା ହୋଇ ତାଙ୍କ ବ୍ୟବସ୍ଥା କରୁଥିଲେ, ଜାହା ଏବେ ଅନ୍ୟ ନେତା ମନ୍ତ୍ରୀ କରିବାରେ ବିଫଳ ହୋଇଛନ୍ତି।

Related Post

ପୁରୀ ବ୍ରହ୍ମଗିରିରେ ଆଜିଠାରୁ ଭଗବାନ ଅଲାରନାଥଙ୍କ ଦର୍ଶନ ଆରମ୍ଭ

Posted by - June 18, 2019 38
ପୁରୀ ବ୍ରହ୍ମଗିରିରେ ଆଜିଠାରୁ ଭଗବାନ ଅଲାରନାଥଙ୍କ ଦର୍ଶନ ଆରମ୍ଭ ହୋଇଛି । ରଥଯାତ୍ରା ପର୍ଯ୍ୟନ୍ତ ପ୍ରଭୁ ଶ୍ରୀ ଅଲାରନାଥଙ୍କ ରୂପରେ ମହାପ୍ରଭୁ ଦର୍ଶନ ଦେବେ । ସେଥିପାଇଁ…

ରାଜଧାନୀରେ ଡ୍ରାଇଭରଙ୍କ ଆତଙ୍କରାଜ,ଠେଙ୍ଗା, ବାଡ଼ି ଧରି ରାଜରାସ୍ତାରେ ହଙ୍ଗାମା

Posted by - April 19, 2022 0
ଭୁବନେଶ୍ବର: ରାଜଧାନୀରେ ଡ୍ରାଇଭରଙ୍କ ଯୁଦ୍ଧଂଦେହି ଡାକରା। ଠେଙ୍ଗା, ବାଡ଼ି ଧରି ରାଜରାସ୍ତାରେ ହଙ୍ଗାମା। ବାଉଁଶ ପୋତି ରାସ୍ତା ଅବରୋଧ, ଠପ୍ ପୁରା ଭୁବନେଶ୍ବର।ଭୋର ୫ଟାରୁ ଅପରାହ୍ନ ୫ଟା।…

ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ୧ ନମ୍ବର ତାଲିକା ଶୀର୍ଷରେ ନବୀନ

Posted by - August 19, 2019 17
ଭୁବନେଶ୍ବର୧୮|୮: ବିରୋଧୀ ଦେଖିସହି ପାରୁନାହାନ୍ତି । ଏତିକିବେଳେ ପୁଣି ଘୋଷଣା ହେଲା ନବୀନ ନମ୍ବର ଓ୍ବାନ । ବିକଶିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ନବୀନ ୧…

ଫିକା ପଡିଲା କୁମାର ପୁର୍ଣିମା ପର୍ବ

Posted by - October 31, 2020 0
ଭୁବନେଶ୍ବର: ପବିତ୍ର କୁମାର ପୂର୍ଣ୍ଣିମା। ଓଡ଼ିଶାର କୁମାରୀ ଝିଅ ମାନଙ୍କର ମୌଜ ମଜଲିସର ପର୍ବ। ଆଜିର ଦିନରେ ସାକଳୁ ଗାଧୋଇ ନବ ବସ୍ତ୍ର ପରିଧାନ କରି ପୂର୍ଣ୍ଣ…