ବୌଦ୍ଧରେ ବିଦ୍ୟୁତ ମହୋତ୍ସବ ପାଳିତ

86 0

ବୌଦ୍ଧ : (ଚିତ୍ତ ରଂଜନ ସିଂ) ଆଜାଦୀକୁ ଅମୃତ ମହୋତ୍ସବ ଉପଲକ୍ଷେ ସାରା ଦେଶର ପ୍ରତ୍ୟେକ ଜିଲାରେ ଉଜ୍ଜଳ ଭାରତ- ଉଜ୍ଜଳ ଭବିଷ୍ୟତ କାର୍ଯ୍ୟକ୍ରମ ପାଳନ କରାଯାଉଅଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜିଲାପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ ଓ ଅନ୍ୟତମ ଅତିଥି ଭାବରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର,ଅତିରିକ୍ତ ଜିଲାପାଳ ବିବିତାରାଣୀ ଦଳବେହେରା,ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲାପରିଷଦ ଅଶ୍ୱିନୀ କୁମାର ମେହେର,ବୌଦ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ପ୍ରମୁଖ ଯୋଗଦେଇ ବିଦ୍ୟୁତ ମହୋତ୍ସବ ପାଳନର ଆବଶ୍ୟକତା ଉପରେ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଆଜାଦୀକା ଅମୃତ ମହୋତ୍ସବ ଭାରତ ସରକାରଙ୍କ ଏକ ମହତ ପଦକ୍ଷେପ ଯାହାକି ସ୍ୱାଧୀନତାର ୭୫ବର୍ଷ ତଥା ଏହାର ଲୋକ ସଂସ୍କୃତି ଏବଂ ସଫଳତାର ଗୌରବମୟ ଇତିହାସକୁ ସ୍ମରଣୀୟ କରିବ । ଏହି ମହୋତ୍ସବ ଦେଶର ଲୋକମାନଙ୍କ ପାଇଁ ସମର୍ପିତ ,ଯେଉଁମାନେ କେବଳ ଭାରତକୁ ଏହାର ବିକାଶମୂଳକ ଯାତ୍ରାରେ ଆଣିବାରେ ସହାୟକ ହୋଇଛନ୍ତି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଏହି ଉତ୍ସବର ଏକ ଅଂଶ ଭାବରେ ଶକ୍ତି ମନ୍ତ୍ରଣାଳୟ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ସହଯୋଗକୁ ପାଳନ କରିବା ପାଇଁ କାର୍ଯ୍ୟକ୍ରମ କରୁଛନ୍ତି ଏବଂ ଏହା ଉଜ୍ଜଳ ଭାରତ ଉଜ୍ଜଳ ଭବିଷ୍ୟତ ଅନ୍ତର୍ଗତ ବିଦ୍ୟୁତ କ୍ଷେତ୍ରର ପ୍ରମୁଖ ସଫଳତାକୁ ଆଲୋକିତ କରିଛନ୍ତି । ସରକାରଙ୍କ ନିରନ୍ତର ଉଦ୍ୟମ ଫଳରେ ଦେଶରେ ୧୬୯ ଗିଗା ୱାଟ୍ ବିଜୁଳି ଉତ୍ପାଦନ କ୍ଷମତା ଯୋଡି ହୋଇଛି, ଯାହାକି ଦେଶର ଶକ୍ତି ଅଭାବକୁ ଦୂର କରିବା କରିବା ସହିତ ବଳକା ଶକ୍ତିରେ ପରିଣତ କରିଛି । ଦେଶରେ ୧.୬ ଲକ୍ଷ କିଲୋମିଟର ଟ୍ରାନ୍ସମିସନ ଲାଇନ ଯୋଗ କରାଯାଇଛଇ । ସମଗ୍ର ଦେଶକୁ ଏକ ଗ୍ରିଡ ଏକ ଫ୍ରିକେୁ୍ୟନ୍ସି ସହିତ ସଂଯୋଗ କରି ଦୁନିଆଁର ସବୁଠାରୁ ବଡ ଏକିକୃତ ଗ୍ରୀଡ ଭାବରେ ସ୍ଥାପିତ ହୋଇପାରିଛି । ୨୦୧୮ ରେ ୧୦୦ ପ୍ରତିଶତ ଗ୍ରାମ୍ୟ ବିଦ୍ୟୁତିକରଣ ଏବଂ ୧୦୦ ପ୍ରତିଶତ ଘରୋଇ ବିଦ୍ୟୁତିକରଣ କରାଯିବାରେ ଲକ୍ଷ ହାସଲ କରାଯାଇଛି । ବ୍ୟବସ୍ଥାକୁ ସୁଦୃଢ ନିମନ୍ତେ ୨.୦୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରି ଗ୍ରାମାଞ୍ଚଳରେ ୨୦୧୫ ରେ ଥିବା ୧୨ ଘଂଟା ବିଦ୍ୟୁତ ଯୋଗାଣକୁ ବର୍ତମାନ ହାରାହାରି ୨୨.୫ ଘଂଟାକ ବୃଦ୍ଧି କରାଯାଇପାରିଛି ।

ଦୃତ ବେଗରେ ବୃଦ୍ଧି ପାଉଥିôବା ଅକ୍ଷୟ ଶକ୍ତି କ୍ଷମତା ୨୦୧୪ ରେ ଥିବା ୭୬ ଗିଗାୱାଟରୁ ବର୍ତମାନ ୧୬୦ ଗିଗାୱାଟ୍‌କୁ ଦ୍ୱିଗୁଣିତ ହୋଇଛି । ୨୦୨୧ ରେ ୪୦% ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ମିଶ୍ରଣ ହାସଲ କରି ଭାରତ ବିଶ୍ୱସ୍ତରରେ ୪ର୍ଥ ସ୍ଥାନ ପାଇଛି । ଏହି ଅବସରରେ ବିଦ୍ୟୁତ ସୁରକ୍ଷା,ବିଦ୍ୟୁତ ସଂରକ୍ଷଣ, ଜଳବିଦ୍ୟୁତ ସୁରକ୍ଷା, ଉପରେ ପାୱାର ପଏଣ୍ଟ୍ ମାଧ୍ୟରେ ଚଳଚିତ୍ର ପ୍ରଦର୍ଶନ କରାଯାଇଥିବାବେଳେ ଗେହ୍ଲାମା କଳାନିକେତନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷରେ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ରାଉତ ଧନ୍ୟବାଦ ପ୍ରଦାନ କରିଥିବାବେଳେ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ମଂଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପାୱାର ଗ୍ରୀଡ,ଓପିଟିସିଏଲ ଏବଂ ଟିପିଏସଓଡିଏଲ ର ଅଧିକାରୀଗଣ ସକ୍ରିୟ ସହଯୋଗ କରିଥିଲେ ।

Related Post

କେସିଙ୍ଗା ବାସିଙ୍କ ଦୀର୍ଘ ବର୍ଷ ର ସପ୍ନ ପୁରଣ ହେଲା,୨୨୦/୧୩୨ କେ,ଭି ବିଦ୍ୟୁତ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Posted by - May 22, 2022 0
କେସିଙ୍ଗା :(ପୀତେଶ ପଟେଲ)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲାର ବହୁ ପ୍ରତୀକ୍ଷିତ ପ୍ରକଳ୍ପ କେସିଙ୍ଗା ରେ ନିର୍ମାଣ ହୋଇଥିବା ୨୨୦/୧୩୨ କେଭି ଗ୍ରୀଡ଼ କୁ ଭିଡିଓ କନଫେରସିଂ…

ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ୧୦୨ ତମ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

Posted by - September 21, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ଲକ ମହେଶ୍ୱରପୁର ପଂଚାୟତ କାର୍ଯ୍ୟାଳୟ ପରିସରରେ ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ୧୦୨ ତମ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି…

ହରିଣ ଙ୍କୁ ଖାଦ୍ୟ ଯୋଗାଇ ପାଞ୍ଚମାସ ହେଲା ପାଉଣା ପାଇ ନାହାଁନ୍ତି ଶ୍ରମିକ

Posted by - December 14, 2021 0
ପାଟଣାଗଡ଼: (ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକର ପ୍ରମୁଖ ପର୍ଯ୍ୟଟନ ସ୍ଥଳି ହରିଶଙ୍କର ଠାରେ ଥିବା ହରିଣ ପାର୍କରେ ହରିଣକୁ ଖାଦ୍ୟ…

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

Posted by - September 30, 2020 0
ଅନୁଗୁଳ: ଅନୁଗୁଳ ଜିଲ୍ଲାର ଜଣେ ସରକାରୀ ବାବୁ ଲାଞ୍ଚ ନେଇ ପୁଣି ଭିଜିଲାନ୍ସ ଜାଲରେ ପଡିଛନ୍ତି । ଏହି ସରକାରୀ ବାବୁ ଜଣଙ୍କ ହେଲେ କିଶୋରନଗର ବ୍ଲକ…

ସଂପୂର୍ଣ୍ଣ ସଫଳ ହୋଇଛି କୃଷକଙ୍କ ଭାରତ ବନ୍ଦ ଡାକରା : କଂଗ୍ରେସ

Posted by - December 9, 2020 0
ଭୁବନେଶ୍ବର :କୃଷକମାନଙ୍କ ଦ୍ୱାରା ଡାକରା ଦିଆଯାଇଥିବା ଭାରତ ବନ୍ଦ ସଂପୂର୍ଣ୍ଣ ରୁପେ ସଫଳ ହୋଇଛି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ନିର୍ଦେଶ କ୍ରମେ ଜିଲା କଂଗ୍ରେସ,…