କୋଶଲ ରାଜ୍ୟ ଦାବିରେ ତେଜୁଛି ଆନ୍ଦୋଳନ , ଆସନ୍ତା ୨୯ରେ ଜାତୀୟ ରାଜପଥ ଅବରୋଧ

121 0

ସୋନପୁର :(ଅଜିତ କୁମାର ପୂଜାହାରୀ) ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବିରେ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ଆନ୍ଦୋଳନ । ଏହାକୁ ଆହୁରି ତୀବ୍ରତର କରିବା ପାଇଁ ଆସନ୍ତା ୨୯ ତାରିଖରେ ଦୁଇ ଘଣ୍ଟା ପାଇଁ ଜାତୀୟ ରାଜପଥ ଅବରୋଧ ପାଇଁ କୋଶଲ ରାଏଜ ମୁକ୍ତି ମୋର୍ଚ୍ଚା(କେଏମ୍‌ଏମ୍‌) ପକ୍ଷରୁ ଆଜି ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀ ରେ ସୂଚନା ଦିଆଯାଇଛି l ଗତ ଜୁଲାଇ ୫ ତାରିଖରେ ବିଧାନସଭା ଘେରାଉ କରି ମୌସୁମୀ ଅଧିବେଶନରେ ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ପାଇଁ ଏକ ପ୍ରସ୍ତାବ ପାରିତ କରିବା ପାଇଁ ଦାବି କରାଯାଇଥିଲା । ତେବେ ସରକାର ଦାବି ନେଇ ବିଧାନସଭାରେ କୌଣସି ଆଲୋଚନା କଲେ ନାହିଁ ।

ଏହାର ପ୍ରତିବାଦ ସ୍ୱରୂପ ଆସନ୍ତା ୨୯ ତାରିଖରେ ସକାଳ ୯ଟାରୁ ୧୧ଟା ଯାଏଁ ପୂର୍ବାଞ୍ଚଳ ସହ ସଂଯୋଗ ଜାତୀୟ ରାଜପଥକୁ ଅବରୋଧ କରାଯିବ ବୋଲି କେଏମ୍‌ଏମ୍ ପକ୍ଷରୁ କୁହାଯାଇଛି । ଶାନ୍ତିପୂର୍ଣ୍ଣ ଭାବେ ଅର୍ଥନୈତିକ ଅବରୋଧ କରି କୃଷି, ଖଣି, ଖାଦାନ, ଜଙ୍ଗଲରେ ପରିପୂର୍ଣ୍ଣ ପଶ୍ଚିମ ଓଡିଶାରୁ ୨ ଘଣ୍ଟା ପାଇଁ କୌଣସି ସାମଗ୍ରୀ ପୂର୍ବ ଓଡିଶାକୁ ପରିବହନ ପାଇଁ ଦିଆଯିବ ନାହିଁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କେଏମ୍‌ଏମ୍ ପକ୍ଷରୁ ସୂଚନା ଦିଆଯାଇଛି ।

ସ୍ଥାନୀୟ କସ୍ତୁରୀ ହୋଟେଲରେ ବରିଷ୍ଠ ଆଇନଜୀବୀ ଶ୍ୟାମାଓଁ ପ୍ରସାଦ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ସିପୁନ ଖମାରୀ, ଜଗନ ମେହେର, ସୁଶୀଳ ଗୁରୁ, ନିତୀନ ପ୍ରଧାନ, ଗଣେଶ ସାହୁ, ଡିଙ୍ଗର କୁମାର ପ୍ରମୁଖ ଯୋଗ ଦେଇଥିଲେ ।ଆଞ୍ଚଳିକ ବୈଷମ୍ୟବାଦର ଶିକାର ହୋଇଥିବାରୁ ସରକାର ଡବ୍ଲୁଓଡିସି ଗଠନ କରିଛନ୍ତି । ଏହାସତ୍ତ୍ୱେ ମଧ୍ୟ ଏହି ଅଞ୍ଚଳ ଆହୁରି ଅଣଦେଖା କରାଯାଉଛି । ବିଭିନ୍ନ କଳକାରଖାନାରେ ଏ ଅଞ୍ଚଳର ଯୁବକଙ୍କୁ ନିଯୁକ୍ତି ମିଳୁନାହିଁ । ସମସ୍ତ ସମସ୍ୟାର ଏକମାତ୍ର ସମାଧାନ ସ୍ୱତନ୍ତ୍ର କୋଶଲ ପ୍ରଦେଶ ବୋଲି ସିପୁନ ଖମାରୀ କହିଥିଲେ । ତେବେ ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ପାଇଁ ଭବିଷ୍ୟତରେ ଆନ୍ଦୋଳନ ଆହୁରି ତୀବ୍ରତର ହେବ । ସାରା ପଶ୍ଚିମ ଓଡିଶାରେ ମହାବନ୍ଦ ପାଳନ ହେବ ବୋଲି କେଏମ୍‌ଏମ୍ ପକ୍ଷରୁ ସୂଚନା ଦିଆଯାଇଛି l

 

Related Post

ଜୁଯୋମୁରାରେ ଅହିଂସା ରଥର ପରିକ୍ରମା , ରଥକୁ କରାଗଲା ସ୍ୱାଗତ ସମ୍ବର୍ଦ୍ଧନ।

Posted by - August 25, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ସ୍ୱାଧୀନତାର ୭୫ ବର୍ଷ ପାଳନ ଅବସରରେ ରାଜ୍ୟ ସରକାରଙ୍କ ସୂଚନା ଓ଼ ଲୋକ ସମ୍ପର୍କ ବିଭାଗ ତତ୍ଵାଧାନରେ ଅଗଷ୍ଟ ୧୫ ତାରିଖ ରୁ ବାହାରିଥିବା…

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ହେବ ଐତିହ ଗ୍ରାମ: ସମୀକ୍ଷା କଲେ 5- ଟି ସଚିବ

Posted by - April 16, 2022 0
ଭୁବନେଶ୍ୱର:-(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ପୁରୀ ଜିଲ୍ଲା ସୁଆଣ୍ଡୋ ଗ୍ରାମରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଏପ୍ରିଲ୍…

ଭାଲୁ ଆକ୍ରମଣ ରେ ୩ ମୃତ ,୨ ଗୁରୁତର

Posted by - July 16, 2022 0
ଭୁବନେଶ୍ଵର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ନୁଆପଡା ଜିଲ୍ଲା ଲଖନା ଥାନା ସମରସିଂ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଭାଲୁ ଆକ୍ରମଣ ରେ ତିନି ଜଣ…

ଖପ୍ରାଖୋଲ ରେ ସିଆରପିଏଫ୍ ତରଫରୁ ନିଶା ନିବାରଣ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

Posted by - June 20, 2022 0
ଖପ୍ରାଖୋଲ:୨୦/୬(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ସିଆରପିଏଫ୍ ୧୮୯ ବେଟେଲିଏନ ତରଫରୁ ନିଶା ନିବାରଣ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ କମଣ୍ଡେଣ୍ଟ ପବନ କୁମାର ତିୱାରି…

ପୁଣି ଅଲୋଡା ହେଲା ଶିଶୁକନ୍ୟା

Posted by - December 16, 2019 0
ମୟୁରଭଞ୍ଜ:ପୁଣି ଅଲୋଡା ହେଲା ଶିଶୁକନ୍ୟା । ଏପରି ଏକ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ। ଆଜି ଅପରାହ୍ନରେ…