Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ବିକାଶର ନଗ୍ନ ନମୂନା, ଗାଁ ରାସ୍ତାରେ ଆଣ୍ଠୁଏ କାଦୁଅ : ଧାନ ତଳି ରୋଇ ପ୍ରତିବାଦ କଲେ ଗ୍ରାମବାସି

99 0

ଭବାନିପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ସରକାର ପ୍ରତି ଗାଁ କୁ ସଡକ ନାରା ଦେଇ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରୁଥିଲେ ହେଁ ପ୍ରକୃତ କ୍ଷେତ୍ରରେ ତାର ବିପରୀତ ପରିଲକ୍ଷିତ ହେଉଛି ।ଆଣ୍ଠୁଏ କାଦୁଅରେ ଆଜି ମଧ୍ଯ ଲୋକେ ଯାତାୟତ କରୁଛନ୍ତି। ଅନେକ ଦାବି ସ୍ଵତ୍ତ୍ଵେ ରାସ୍ତା ନିର୍ମାଣ ହୋଇପାରି ନାହିଁ, ଏହାର ଅଭିନବ ପ୍ରତିବାଦ କରିଛନ୍ତି ଗ୍ରାମବାସୀ। ରାସ୍ତା ଉପରେ ଧାନ ତଳି ରୋଇ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଅନ୍ତର୍ଗତ ଗମ୍ଭାରୀଗୁଡ଼ା ପଞ୍ଚାୟତ ବଙ୍ଗୋମୁଣ୍ଡା ଗାଁ ରେ l ବଙ୍ଗୋମୁଣ୍ଡା ଗାଁ ଗଉନ୍ତିଆ ପଡା ରାସ୍ତା ଅଳ୍ପ ବର୍ଷାରେ ମଧ୍ୟ କାଦୁଅ ପରିପୂର୍ଣ୍ଣ ହୋଇଯାଉଥିବାରୁ ଗ୍ରାମବାସି ଙ୍କ ଯାତାୟାତରେ ବାଧକ ସାଜିଛି l

ଭଲ ରାସ୍ତା ଟିଏ ନିର୍ମାଣ କରିବା ପାଇଁ ବାରମ୍ବାର ପଞ୍ଚାୟତ, ବିଭିନ୍ନ ପଦାଧିକାରୀ, ଜନପ୍ରତିନିଧି ପାଖରେ ଅଭିଯୋଗ କଲେ ସୁଦ୍ଧା କେହି କର୍ଣ୍ଣପାତ ନ କରିବାରୁ ଲୋକେ ବାଧ୍ୟ ହୋଇ ସେହି କାଦୁଅ ରାସ୍ତାରେ ଜିବା ଆସିବା କରି ନାହିଁ ନ ଥିବା ଅସୁବିଧା ର ସମ୍ମୁଖିନ ହେଉଛନ୍ତି l ବର୍ଷା ରୁତୁ ସେମାନଙ୍କ ଦୁଃଖର କାରଣ ହେଉଛି, ବିଶେଷକରି କାଦୁଅ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ସେହି କାଦୁଅ ରାସ୍ତାରେ ଧାନ ତଳି ରୋଇ ନିଜ ଅସନ୍ତୋଷ ଜାହିର୍ କରିବା ସହ ପ୍ରତିବାଦ କରିଛନ୍ତି ଗ୍ରାମବାସି l ଏନେଇ ଗମ୍ଭାରୀଗୁଡ଼ା ପଞ୍ଚାୟତ ର ସରପଞ୍ଚ ଇସାରାମ ସୁନାନି କାହାରି ଅଭିଯୋଗ ପାଇନଥିବା ତଥା ଖବର ପାଇ ସେ ନିଜେ ସ୍ଥିତି ଅନୁଧ୍ୟାନ କରିବା ସହ ଗ୍ରାମବାସୀ ଙ୍କ ସହ ଆଲୋଚନା କରିଥିବା ସୁଚନା ଦେଇଛନ୍ତି ଏବଂ ରାସ୍ତା ମରାମତି କରାଯିବ ବୋଲି ପ୍ରତିଶ୍ରୁତି ଦେଇ ଥିବା ଜଣାପଡ଼ିଛି l

Related Post

କଲେଜ ଛାତ୍ରଙ୍କୁ ଯୌନ ନିବେଦନ କରି ଗିରପଂ ହେଲେ ଅଧ୍ୟାପକ

Posted by - August 30, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)କଲେଜ ଛାତ୍ରଙ୍କୁ ଯୌନ ନିବେଦନ କରି ଗିରପଂ ହେଲେ ଅଧ୍ୟାପକ । ଯାଜପୁର ଚିତାଳୋ କଲେଜର ଅଧ୍ୟାପକ ନିରଂଜନ ପଣ୍ଡାଙ୍କ ବିରୋଧରେ ଖୋଦ କଲେଜ…

ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ

Posted by - April 12, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ବ୍ଲକ ବିଚିତ୍ରପୁର ପଂଚାୟତ ନୂଆଗୋବିନ୍ଦପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଏକ ରକ୍ତଦାନ ଶିବିର…

ଓଡିଶା ବାସୀ ସାହାସିକତା ସହ ବାତ୍ୟା ଅମ୍ଫାନକୁ ସାମ୍ନା କଲେ :- ପ୍ରଧାନମନ୍ତ୍ରୀ

Posted by - May 21, 2020 29
ଭୁବନେଶ୍ବର :ଅମ୍ପନ ବାତ୍ୟାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶ୍ୱସନା ଦେଇଛନ୍ତି। ରାଜ୍ୟବାସୀ ଯେପରି ଭାବେ ସାହସର ସହ ବାତ୍ୟାର ମୁକାବିଲା କଲେ, ସେଲାଗି ଓଡ଼ିଶାବାସୀଙ୍କୁ ମୋଦି…

ପ୍ରତିଷ୍ଠା ହେଲା ମା’ ତାରାତାରିଣୀଙ୍କ ଭବ୍ୟ ମନ୍ଦିର,ମୁଖ୍ୟପୁରୋଧା ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

Posted by - May 18, 2022 0
ଭୁବନେଶ୍ବର :ଗଞ୍ଜାମର ଆରାଧ୍ୟ ଦେବୀ ମା ତାରାତାରିଣୀଙ୍କ ପୀଠର ଆଜି ହୋଇଛି କାୟାକଳ୍ପ। କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନବନିର୍ମିତ ମନୋରମ ମନ୍ଦିରର ଆଜି ହୋଇଛି ପ୍ରତିଷ୍ଠା ଉତ୍ସବ।ଏହି…

ପାକିସ୍ତାନୀ ଡ୍ରୋନ୍‌କୁ ଖସାଇ ଦେଲା ଭାରତୀୟ ସେନା,ଭାରତ ମାତାକୁ କାହାରି ଆଗରେ ନଇଁବାକୁ ଦେବିନି : ମୋଦି

Posted by - February 27, 2019 0
ଗୁଜରାଟର କଚ୍ଛ ଅଞ୍ଚଳରେ ଉଡ଼ୁଥିବା ଏକ ପାକିସ୍ତାନୀ ଡ୍ରୋନ୍‌କୁ ଭାରତୀୟ ସେନା ଖସାଇ ଦେଇଛନ୍ତି।ଗତକାଲି ରାତିରେ ଏହି ଡ୍ରୋନ୍‌କୁ ଅମ୍ବାସା ଗାଁରେ ଖସାଇ ଦିଆଯାଇଥିବା ସୂଚନା ମିଳିଛି।ଭାରତୀୟ…