Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଜିଲ୍ଲା ପ୍ରେସକ୍ଲବ ର ପଞ୍ଚମ ପ୍ରତିଷ୍ଠା ଦିବସ,ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ପ୍ରେସ ତାର ମର୍ଯ୍ୟାଦା ଅକ୍ଷୁର୍ଣ ରକ୍ଷା କରି ପାରିଛି

100 0

ବୌଦ୍ଧ :(ଚିତ୍ତରଂଜନସିଂ)ଭାରତ ଗଣତନ୍ତ୍ର ରେ ସାମ୍ବାଦିକ ତାର କର୍ତ୍ତବ୍ୟ ପ୍ରତିପାଦନ କରି ଚତୁର୍ଥ ସ୍ତମର ମର୍ଯ୍ୟାଦା ଅକ୍ଷୁର୍ଣ ରଖିପାରିଛି l ବ୍ୟକ୍ତିଗତ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ସମାଜକୁ ଶୃଙ୍ଖଳିତ କରିବାପାଇଁ ସବୁବର୍ଗରେ ସେତାର ଚେଷ୍ଟା ଜାରିରଖିଛି ବୋଲି ଜିଲ୍ଲା ପ୍ରେସକ୍ଳବ ର 5ମ ପ୍ରତିଷ୍ଠା ଦିବସ ସମାରୋହରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି l ସ୍ଥାନୀୟ ବନ୍ୟା ଆଶ୍ରୟସ୍ଥଳୀ ଠାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗ ଦେଇଥିବାବେଳେ, ସଂମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଂଜନ ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂ ଯୋଗଦେଇ ଥିଲେ l

ମୁଖ୍ୟବକ୍ତା ଭବେ ସୁବକ୍ତା ତଥା କୃଷକ ନେତା ସମ୍ବଲପୁର ର ସରୋଜ କୁମାର ମହାନ୍ତି ଯୋଗ ଦେଇଥିଲେ l ଏହି ଅବସରରେ ବୌଦ୍ଧ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କୁ ଅବସର କାଳୀନ ସମର୍ଦ୍ଧନା କରାଯାଇଥିଲା l ଏହି ଅବସରରେ କ୍ଳବର ବାର୍ଷିକ ମୁଖପତ୍ର ଶାକ୍ୟସ୍ୱର ଉନ୍ମୋଚିତ ହୋଇଥିଲା l କାର୍ଯ୍ୟକ୍ରମ ରେ ସମ୍ୱଲପୁର, ବରଗଡ, ସୁବର୍ଣ୍ଣପୁର, ଆଠମଲ୍ଲିକ, ରେଢ଼ାଖୋଲ ଅଂଚଳରୁ ଆସିଥିବା ସାମ୍ବାଦିକ ଅନୁଷ୍ଠାନ କୁ ସମ୍ବର୍ଦ୍ଧିତ କରାଯିବ ସହ ବୌଦ୍ଧର ରାଧାରାଣୀ ମହିଳା ସ୍ୱୟଂ ସହାୟକ ମହାସଂଘ କୁ ମଧ୍ୟ ସମାଜ ସେବାପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା l

କ୍ଳବର ସଭାପତି ବରୋଜ କୁମାର ବେହେରା କାର୍ଯ୍ୟକ୍ରମ ରେ ଅଧକ୍ଷ୍ୟତା କରିଥିବାବେଳେ, ସାଧାରଣ ସମ୍ପାଦକ ରଘୁନାଥ ଷଡ଼ଙ୍ଗୀ ବାର୍ଷିକ ବିବରଣୀ ପାଠକରିଥିଲେ l ସଦସ୍ୟ ବାଲାଜୀ ବିଭୂରଞ୍ଜନ ତରାସିଆ ମଞ୍ଚ ପରିଚାଳନା କରିଥିବା ବେଳେ, କ୍ଳବର ଉପସଭାପତି ସମରେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ପ୍ରେସକ୍ଳବ ର ପତାକା ଉତ୍ତୋଳନ କରାଯାଇଥିଲା l କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ଗଣମାଧ୍ୟ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ, ମହିଳା ସ୍ବେଛାସେବୀ ଓ ବରିଷ୍ଠନାଗରିକ ମାନେ ଯୋଗଦେଇଥିଲେ l

Related Post

ସାମ୍ବାଦିକ ମାନଙ୍କ ପକ୍ଷରୁ ସ୍ବର୍ଗତ ଭୁବନେଶ୍ୱର ଦାଶ ଙ୍କୁ ଶ୍ରଦ୍ଧାଞ୍ଜଳି

Posted by - October 2, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ନବରଙ୍ଗପୁର ସହର ର ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ସମାଜସେବୀ ,ବରିଷ୍ଠ ଆଇନଜୀବୀ ତଥା ସାମ୍ବାଦିକ ଭୁବନେଶ୍ୱର ଦାଶ ଙ୍କ ଗତକାଲି ହୃଦଘାତ ରେ…

ଜିଲ୍ଲାସ୍ତରୀୟ ଚାରାରୋପଣ ପର୍ଯ୍ୟାଲୋଚନା ଓ ସମନ୍ବୟ ସମିତି ବୈଠକ

Posted by - June 22, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ): ବୌଦ୍ଧ ଜିଲ୍ଲାସ୍ତରୀୟ ଚାରାରୋପଣ ପର୍ଯ୍ୟାଲୋଚନା ଓ ସମନ୍ବୟ ସମିତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।…