Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଧର୍ମଗଡ଼ ଏଲନିସି ମିସନ ସ୍କୁଲର ଛାତ୍ର ଚୁମନ ବାଘେଲ ୯୭% ମାର୍କ ରଖି ଉପାଖଣ୍ଡକୁ ଗୌରବାନିତ୍ୱ କଲେ

300 0

ଧର୍ମଗଡ଼ :(ହେମନ୍ତ କୁମାର ମାଝୀ) ଚଳିତ ବର୍ଷର ୨୦୨୨ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଧର୍ମଗଡ଼ ଏଲନିସି ମିସନ ସ୍କୁଲର ଛାତ୍ର ଚୁମନ ବାଘେଲ ୯୭% ମାର୍କ ରଖି ସମଗ୍ର ଉପଖଣ୍ଡରେ କୃତିତ୍ୱ ଅର୍ଜନ କରିଛନ୍ତି।ପଡୋଶୀ ଛତିଶଗଡ଼ ରାଜ୍ୟ ଦେଭୋଗ ନିବାସୀ ଶ୍ରୀମତୀ ରିତାଞ୍ଜଳୀ ବାଘେଲ ଓ ଶ୍ରୀ ଦେଓନାଥ ବାଘେଲ ଙ୍କ ସୁପୁତ୍ର ଧର୍ମଗଡ଼ ଏଲନିସି ସ୍କୁଲରେ ପାଠ ପଢୁଥିଲେ। ଏହି ସଫଳତା ପଛରେ ତାଙ୍କର ପିତା ମାତା, ଗୁରୁଜନ ଙ୍କ ଆଶୀର୍ବାଦ ସହ ସେ କୋଚିଂ ନେଉଥିବା ଧର୍ମଗଡ଼ସ୍ଥିତ ଏକ୍ସଲେନ୍ସ କୋଚିଂ ସେଣ୍ଟରର ସମସ୍ତ ଶିକ୍ଷକ ମାନଙ୍କ ଶ୍ରେୟ ଦେଇଛନ୍ତି ଛାତ୍ର ଚୁମନ।

ଚୁମନ ଛୋଟ ପିଲାବେଳୁ ହିଁ ପରିଶ୍ରମୀ ଓ ମେଧାବୀ ଛାତ୍ର।ସେ ଭବିଷ୍ୟତରେ ଜଣେ ଡାକ୍ତର ହୋଇ ଜନସେବା କରିବା ପାଇଁ ଆଶା ରଖିଛନ୍ତି ବୋଲି ନିଜ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି।ସେହିଭଳି ଏକ୍ସଲେନ୍ସ କୋଚିଂ ସେଣ୍ଟରରେ କୋଚିଂ ନେଉଥିବା ଦ୍ୱାଦଶ ଶ୍ରେଣୀ ଛାତ୍ର ସାଇ ସମ୍ବିତ ସାହୁ ମଧ୍ୟ ୮୪% ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଉଭୟ ଦଶମ ଓ ଦ୍ୱାଦଶ ର ଏହି ଛାତ୍ର ମାନଙ୍କ ସଫଳତା ପାଇଁ ଚଳିତ ବର୍ଷ ଧର୍ମଗଡ଼ ସହରରେ ନୂତନ ଭାବେ ସ୍ଥାପିତ ଏକ୍ସଲେନ୍ସ କୋଚିଂ ସେଣ୍ଟର ର ନିର୍ଦେଶକ ସିଦ୍ଧାର୍ଥ ପଣ୍ଡା ସନ୍ତୋଷ ବ୍ୟକ୍ତ କରିଛନ୍ତି।

Related Post

ରାଣୀପୁର ଝରିଆଲରେ ପଞ୍ଚାୟତ ସମିତି ବୈଠକ

Posted by - December 23, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ର ଅନ୍ତିମ ବୈଠକ ବ୍ଲକ ର ବହୁ ପୁରାତନ ଐତିହାସିକ ଯୋଗିନୀ ପୀଠ  ରାଣୀପୁର ଝରିଆଲ ଠାରେ ବ୍ଲକ ଅଧ୍ୟକ୍ଷା ରଞ୍ଜୁଵାଲା…

ଯାଜପୁର କଂଗ୍ରେସ ପକ୍ଷରୁ ଜାତୀୟ ରାଜପଥରେ ପ୍ରବାସୀ ଶ୍ରମିକମାନଙ୍କୁ ଖାଦ୍ୟ ବଣ୍ଟନ

Posted by - May 20, 2020 0
ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜାତୀୟ ରାଜପଥ -୧୬ ର ସଠିପୁର ନିକଟରେ ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ଶୁଖିଲା…

ଟିଟିଲାଗଡ ପୌରପରିଷଦରେ ଆଗାମୀ ବର୍ଷା ଦିନକୁ ଆଗରେ ରଖି ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ

Posted by - May 27, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ)  ଆଗକୁ ବର୍ଷା ଦିନ ଆସୁଥିବାରୁ ନାଳ ପାଣି ନିଷ୍କାସନ ହେବାରେ ଯେପରି ଜନସାଧାରଣ ବିଭିନ୍ନ ଅସୁବିଧାର ସମ୍ମୁଖିନ ନ ହେବେ ଏବଂ…

୧୧% ମହଙ୍ଗା ଭତ୍ତା ପାଇଁ ଦାବି କଲା ଓଡ଼ିଶା ରାଜସ୍ୱ ଅମଲା ସଙ୍ଘ

Posted by - July 23, 2021 0
ନବରଙ୍ଗପୁର ୨୨/୭:(ବେଣୁ ଗୋପାଳ ରାଓ) ରାଜ୍ୟ ସରକାରୀ କର୍ମଚାରୀ ଙ୍କ ବର୍ଦ୍ଧିତ ୧୧% ପ୍ରତିଶତ ମହଙ୍ଗା ଭତ୍ତା ପ୍ରଦାନ କରିବାକୁ ନିବେଦନ କରିଛନ୍ତି ଓଡିଶା ରାଜସ୍ୱ ଅମଲା…