କାର୍ଯ୍ୟରତ ସାମ୍ବାଦିକ ଙ୍କ ଉପରେ ଆକ୍ରମଣ ଘଟଣା, ସାମ୍ବାଦିକ ଙ୍କ ସୁରକ୍ଷା ଦାବୀ କଲେ ସାମ୍ବାଦିକ ସମୁହ

144 0

ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ରାଜ୍ଯ ତଥା ଦେଶରେ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ଘଟଣା ଦିନ ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି କିନ୍ତୁ ସରକାର ସାମ୍ବାଦିକ ଙ୍କ ସୁରକ୍ଷା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ରୁ ସାମ୍ବାଦିକ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରତିବାଦରେ ଆଜି କଳାହାଣ୍ଡି ଜିଲ୍ଲା ଜୁନାଗଡ ଠାରେ ଜିଲ୍ଲାର ସମସ୍ତ ବ୍ଲକ୍ ର ସାମ୍ବାଦିକ ମାନେ ଏକତ୍ରିତ ହୋଇ ଦାବି କରିଛନ୍ତି।

ସାମ୍ବାଦିକ ମାନେ ସ୍ଥାନୀୟ ଲଙ୍କେଶ୍ବରୀ ମନ୍ଦିର ଠାରୁ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ରେ ବାହାରି ବିଭିନ୍ନ ନାରା ଦେଇ ସହର ପରିକ୍ରମା ସହ ସଂସ୍କୃତି ଭବନ ଠାରେ ପହଞ୍ଚି ଥିଲେ।ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ସାମ୍ବାଦିକ ବୀମା ରାଶି ଦୁଇ ଲକ୍ଷ ରୁ ପାଞ୍ଚ ଲକ୍ଷ କୁ ବୃଦ୍ଧି, ଗୋପବନ୍ଧୁ ସ୍ୱାସ୍ଥ୍ୟ ସେବା ରେ ସାମ୍ବାଦିକ ଙ୍କ ପିତା ମାତା ଙ୍କୁ ଅନ୍ତର୍ଭୁକ୍ତ, ଆଦି ଦାବି ନେଇ ଏକ ଦାବିପତ୍ର ସ୍ଥାନୀୟ ଅତିରିକ୍ତ ତହସିଲଦାର ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ରାଜ୍ଯପାଳ ଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରାଯାଇଥିଲା। ପରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ସାମ୍ବାଦିକ ହିମାଂଶୁ ବରାଡ଼ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ସ୍ଵର୍ଗତ ସାମ୍ବାଦିକ ମାନଙ୍କ ଏବଂ କଳାହାଣ୍ଡି ପୂର୍ବତନ ସାଂସଦ ତଥା ଧରିତ୍ରୀ ର ପୁର୍ବତନ ସ୍ଵିକୃତିପ୍ରାପ୍ତ ଜିଲ୍ଲା ପ୍ରତିନିଧି ସ୍ଵର୍ଗତ ସୁବାସ ଚନ୍ଦ୍ର ନାୟକ ଙ୍କ ଅମର ଆତ୍ମାର ସଦ୍ ଗତି କାମନା କରି ନୀରବ ପ୍ରାର୍ଥନା କରାଯାଇଥିଲା। ବୈଠକରେ ଅଂଶଗ୍ରହଣ କରି ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା, ରଜନୀକାନ୍ତ ମିଶ୍ର, କମ୍ବୁପାଣି ମିଶ୍ର, ବିରଞ୍ଚି ଜାଲ, ଅହମ୍ମଦ ଅଲ୍ଲୀ, ଅର୍ଜୁନ ପଟ୍ଟନାୟକ, ଇଙ୍ଗିତ ପଣ୍ଡା, ଅଂଶୁମାନ ପାତ୍ର ପ୍ରମୁଖ ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ଆକ୍ରମଣ କୁ ତୀବ୍ର ନିନ୍ଦା କରିବା ସହ ପୋଲିସ କାର୍ଯ୍ୟାନୁଷ୍ଠାନ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ।

ବିଶେଷକରି ନିକଟ ଅତୀତରେ ଜୁନାଗଡ ର ବିଶିଷ୍ଟ ସାମ୍ବାଦିକ ପ୍ରଶାନ୍ତ ପଣ୍ଡା ଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଉପରେ ବକ୍ତାମାନେ ଗଭୀର ଉଦବେଗ ପ୍ରକାଶ କରିବା ସହ ପୋଲିସ ଅଭିଯୁକ୍ତକୁ ସହଯୋଗ କରୁଥିବା ଭଲି ସଙ୍ଗୀନ ଅଭିଯୋଗ ବକ୍ତବ୍ୟ ମାଧ୍ୟମରେ ଶୁଣିବାକୁ ମିଳିଥିଲା। ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେଲେ ଆଗାମୀ ଦିନରେ ସାମ୍ବାଦିକ ସମୁହ ପକ୍ଷରୁ ଆନ୍ଦୋଳନ କୁ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି।ସମ୍ପାଦକ କ୍ଷିତି ବାବୁ ଧନ୍ଯବାଦ ଅର୍ପଣ କରିଥିଲେ।

Related Post

ସ୍କୁଲରେ ଅଲିମ୍ପିକ ଶିକ୍ଷା ପ୍ରଦାନ ବ୍ୟବସ୍ଥା, ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Posted by - May 25, 2022 0
ଭୁବନେଶ୍ବର (ବ୍ୟୁରେ।) :ଆଗାମୀ ଦିନରେ ସ୍କୁଲ ସ୍ତରରୁ ଅଲିମ୍ପିକ କ୍ରିଡ଼ା ପାଇଁ ପ୍ରସ୍ତୁତ ହେବେ ଛାତ୍ରଛାତ୍ରୀ। ଏଥିପାଇଁ ସ୍କୁଲ ରେ ଅଲିମ୍ପିକ ଶିକ୍ଷାଦାନ ବ୍ୟବସ୍ଥା ଯୋଜନାର ଶୁଭାରମ୍ଭ…

ପୋତାଧନ ପାଇବା ଆଶାରେ ବାପାକୁ ବଳି ଉଦ୍ୟମ, ପୁଅ ଓ ପୂଜକ ଗିରଫ

Posted by - April 30, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ରାତାରାତି କୋଟିପତି ହେବା ନିଶା ଓ ପ୍ରଚୁର ସୁନା ରୂପାରେ ପରିପୂର୍ଣ୍ଣ ହଣ୍ଡା ପାଇବା ଆଶାରେ ନିଜ ବାପାକୁ…

ମାଓବାଦୀଙ୍କୁ ସାମଗ୍ରୀ ଯୋଗାଣ ଅଭିଯୋଗରେ ପୁଣି ଜଣେ ମିଲିସିଆ ଗିରଫ

Posted by - March 19, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲାରେ ଦୀର୍ଘ ବର୍ଷ ଧରି ସକ୍ରିୟ ରହି ଆତଙ୍କରାଜ ଚଳାଇଥିବା ଥିବା ମାଓବାଦୀଙ୍କ ବଂଶଧାରା ଘୁମୁସର ନାଗାବଳୀ ଡିଭିଜନାଲ…

ରେଳ ବିଭାଗ ପକ୍ଷରୁ ନୂଆ ଷ୍ଟାର୍ଟଅଫ ମାନଙ୍କୁ ଆହ୍ୱାନ

Posted by - June 20, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ସ୍ଥିତ ଇଷ୍ଟକୋଷ୍ଟ ରେଲୱେ ର ସମ୍ବଲପୁର ଡିଭିଜନ ଡିଆରଏମ ଙ୍କ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ସାମ୍ବାଦିକ…

ଯାଜପୁର ରେ ଅମଫାନ ର ସମୀକ୍ଷା,ଆପଣ ଭି ଦେଖନ୍ତୁ

Posted by - May 20, 2020 27
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ)ଗତକାଲି ଠାରୁ ଯାଜପୁର ଜିଲାରେ ସାମୁଦ୍ରିକ ଝଡ ଅମ୍ପାନ ର ପ୍ରଭାବ ଅନୁଭୁତ ହୋଇଛି । ଗତକାଲି ରାତ୍ରି ଠାରୁ ଜିଲାର ବିଭିନ୍ନ…