Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଛତ୍ରଙ୍ଗ ହାଇସ୍କୁଲରେ ମୋ ସ୍କୁଲ ଅଭିଯାନ ବୈଠକ

206 0

ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଛତ୍ରଙ୍ଗ ସ୍ଥିତ ନାରାୟଣ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବିଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ମୋ ସ୍କୁଲ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଦ୍ୟାଳୟରେ ଥିବା ସମସ୍ତ ସମସ୍ୟାର ସମାଧାନ ନିମନ୍ତେ ଆଲୋଚନା କରାଯିବା ସହ ମୋ ସ୍କୁଲ ଅଭିଯାନ ବୈଶିଷ୍ଟ୍ୟ ସମ୍ପର୍କରେ ପ୍ରଧାନ ଶିକ୍ଷକ ଅବଗତ କରାଇଥିଲେ ।

ଏଥି ସହିତ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟବସ୍ଥା ଓ ଭିତ୍ତିଭୂମିର ଦୃଢ଼ୀକରଣ ପ୍ରସଙ୍ଗରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବା ସହ ମୋ ସ୍କୁଲ ଅଭିଯାନ କମିଟି ଗଠିତ ହେଇଥିଲା । ମୋ ସ୍କୁଲ ଅଭିଯାନ କମିଟିର ସଭାପତି ଭାବେ ଛତ୍ରଙ୍ଗ ପୂର୍ବତନ ସରପଞ୍ଚ ସୁଶୀଳ କୁମାର ପ୍ରଧାନ, ଉପ-ସଭାପତି ଭାବେ ପୁରାତନ ଛାତ୍ର ସୁଧିର ଦୀପ , ସମ୍ପାଦକ ଭାବେ ପ୍ରଧାନ ଶିକ୍ଷକ ବିଜୟ କୁମାର ମିଶ୍ର , ସହ ସମ୍ପାଦକ ସତ୍ୟନାରାୟଣ ସାହୁ ଓ କୋଷାଧ୍ୟକ୍ଷ ଭାବେ ସଂଗ୍ରାମ କେଶରୀ ସାହୁ ଙ୍କ ସମେତ ଅନ୍ୟାନ୍ୟ ସଦସ୍ୟଙ୍କୁ ମଧ୍ୟ ଚୟନ କରାଯାଇ କମିଟି ଗଠନ ହୋଇଥିଲା ।

ଏହି ବୈଠକର ଶିକ୍ଷକ କମଳ ଲୋଚନ ବାଇ,ନିରଞ୍ଜନ ଆଚାର୍ଯ୍ୟ , ନିରଞ୍ଜନ ସାହୁ , ଶିକ୍ଷୟତ୍ରୀ ସ୍ବର୍ଣ୍ଣକାନ୍ତି ସାହୁ ଏବଂ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଭ୍ରମରବର ଦେହୁରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଆନନ୍ଦ ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ବିଦ୍ୟାଳୟର ଶତାଧିକ ପୁରାତନ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

Related Post

ନାଳରୁ ଅଧ୍ୟାପକଙ୍କ ଶବ ଊଦ୍ଧାର

Posted by - February 9, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା) ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଜ୍ଞାନ ବିଦ୍ୟାଳୟର ଅର୍ଥଶାସ୍ତ୍ର ବିଭାଗର ଅଧ୍ୟାପକ ଦିଲ୍ଲୀପ୍ ପ୍ରଧାନ (46) ଙ୍କ ଶବ ବେଲଗୁଣ୍ଠାରୁ ସୁତୁମୁସର ରାସ୍ତାରେ…

ନୀଳଗିରି ପାଇଁ ଅଶୁଭ ଦିନ।ଗୋଟାଏ ଦିନ ରେ ଦୁଇ ମୃତ୍ୟୁ, ଭାଲୁ ଆକ୍ରମଣ ରେ ମହିଳା ଗୁରୁତର

Posted by - January 30, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ନୀଳଗିରି ପାଇଁ ଏକ ଅଶୁଭ ଦିନ । ଗୋଟାଏ ଦିନ ରେ ଅଘଟଣ ରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଭାଲୁ ଆକ୍ରମଣ ରେ ଜଣେ…

ବଜ୍ରପାତରେ ଯୁବକଙ୍କ ମୃତ୍ୟୁ, ଅସହାୟ ପରିବାର

Posted by - November 2, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/  ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ କସାବାହୀ ଗ୍ରାମରେ ବଜ୍ରପାତ ଘଟି ଜଣକର ମୃତ୍ୟୁ ଘଟିଛି। ସୁଚନା ରୁ ଜଣାଯାଏ ଯେ କସାବାହୀ…

ମହାନଦୀ ରେ ଭାସିଯାଇଥିବା ପ୍ରତିମାଙ୍କ ମିଳିଲା ସନ୍ଧାନ

Posted by - October 7, 2021 0
ବୌଦ୍ଧ:( ଚିତ୍ତରଂଜନସିଂ)କିଆକଟା ମହାନଦୀ ସେତୁ ଉପରେ ୪ ଦିନ ତଳେ ମର୍ମନ୍ଧୁତ ସଡ଼କ ଦୁର୍ଘଟଣା ରେ ମହାନଦୀ ତଳକୁ ଖସିପଡ଼ିଥିବା ପ୍ରତିମା ସାହୁ ଙ୍କ ଆଜି ସନ୍ଧାନ…

ବେଆଇନ ମୋରମ ଚାଲାଣ ବେଳେ ଭାରଶ୍ୟାମ ହରାଇ ଓଲଟିଲା ମୁରମ ବୋଝେଇ ଡ଼ମ୍ଫର

Posted by - January 11, 2022 0
ବାଲେଶ୍ଵର :ପୁଣି ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳରେ ମୋରମ ମାଫିଆ ସକ୍ରିୟ ହୋଇ ଉଠିଥିବା ଦେଖିବାକୁ ମିଳିଛି।ସୂଚନା ଥାଉ କି ଯେ, ରାସଗୋବିନ୍ଦପୁର ଥାନା ଦେଇ ଦୈନିକ ମଧ୍ୟ…