ଯନ୍ତ୍ରୀଙ୍କୁ ବିଧାୟକଙ୍କ ଅନୁକମ୍ପା? ମୋବାଇଲ ରୁ ମୋବାଇଲ୍ କୁ ଘୁରି ବୁଲୁଛି ବିଧାୟକଙ୍କ ସୁପାରିଶ ପତ୍ର

96 0

ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ର ଜୈନିକ ବିଧାୟକ ଙ୍କ ସ୍ଵାକ୍ଷର ଥିବା ଏକ ସୁପାରିଶ ପତ୍ର ମୋବାଇଲ ରୁ ମୋବାଇଲ୍ କୁ ଘୁରି ବୁଲୁଥିବା ବେଳେ ସମ୍ପୃକ୍ତ ଚିଠି ରେ ଜଣେ ନିମ୍ନ୍ ପଦସ୍ଥ ଯନ୍ତ୍ରୀ ଙ୍କୁ ଉପର ପାହ୍ୟା ରେ ନିଯୁକ୍ତି ପାଇଁ ବିଧାୟକ ସୁପାରିସ କରିବା ଘଟଣା ବିଧାୟକ ଙ୍କ ସ୍ଵଚ୍ଛତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।ସୁଚନା ରୁ ଜଣାଯାଏ ଯେ ଯନ୍ତ୍ରୀ ବାଞ୍ଛାବଟ ପାଣ୍ଡେ ଜୟପାଟଣା ବ୍ଲକ ରେ କାର୍ଯ୍ୟରତ ଥିଲେ, ବିଭିନ୍ନ ଅଭିଯୋଗ ପ୍ରତ୍ଯାଭିଯୋଗ ରେ ଛନ୍ଦି ହୋଇଥିବା ବାଞ୍ଛାବଟ ଙ୍କୁ ଥୁଆମୂଳ ରାମପୁର କୁ ବଦଳି ହୋଇଥିଲା ସେଠାରେ ମଧ୍ଯ ପାଣ୍ଡେ ଙ୍କ କାର୍ଯ୍ୟକଳାପ ବିଶେଷକରି ଡି ଏମ୍ ଏଫ୍ ପାଣ୍ଠି ବିନିଯୋଗ କ୍ଷେତ୍ରରେ ବ୍ୟାପକ ଅନିୟମିତତା ବୁଦ୍ଧିଜୀବୀ ମହଲରେ ଆଲୋଚନା ର ବିଷୟ ହୋଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକରେ ନୂତନ ସହକାରୀ ଯନ୍ତ୍ରୀ ଙ୍କ ନିଯୁକ୍ତି ପରେ ପାଣ୍ଡେ ଙ୍କ ପତିଆରା ହ୍ରାସ ହୋଇଥିବା ଅନୁମାନ କରାଯାଏ।

ଏ ପରିପ୍ରେକ୍ଷୀରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ଙ୍କ ସ୍ଵାକ୍ଷର ଥିବା ଏକ ପତ୍ର ରେ ବାଞ୍ଛାବଟ ପାଣ୍ଡେ ଙ୍କୁ ଆଇ ଟି ଡି ଏ ର ସହକାରୀ ଯନ୍ତ୍ରୀ ଭାବେ ଅବସ୍ଥାପିତ କରିବାକୁ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ଲେଖିଥିବା ପତ୍ର ମୋବାଇଲ ରୁ ମୋବାଇଲ୍ କୁ ଘୁରି ବୁଲୁଛି ।ଏହି ଘଟଣା କୁ ନେଇ ବିଧାୟକଙ୍କ ଯନ୍ତ୍ରୀ ପ୍ରୀତି ଉପରେ ଜିଲ୍ଲାରେ ଆଲୋଚନା ର ବିଷୟ ହୋଇଛି ।ସୁଚନା ଯୋଗ୍ୟ ଯେ ଆଇ ଟି ଡି ଏ ଯନ୍ତ୍ରୀ ଙ୍କ ବଦଲି ଯୋଗୁଁ ରିକ୍ତ ସ୍ଥାନ ରେ ସମ୍ପୃକ୍ତ ଯନ୍ତ୍ରୀ ଙ୍କୁ ଅବସ୍ଥାପିତ କରିବା ପାଇଁ ବିଧାୟକ ଙ୍କ ସୁପାରିଶ କୁ ହଜମ କରିପାରୁ ନାହାନ୍ତି ଲୋକେ।ବର୍ତ୍ତମାନ ଆଇ ଟି ଡି ଏ ଅଧୀନରେ ବହୁ କୋଟି ଟଙ୍କା ର ଅନୁଦାନ ଯନ୍ତ୍ରୀଙ୍କ ବଦଲି ଯୋଗୁଁ ସ୍ଥଗିତ ରହିଛି।

ଥୁଆମୂଳ ରାମପୁର ରେ ଡି ଏମ୍ ଏଫ୍ ପାଣ୍ଠି ର ପ୍ରାୟ ୩୫ କୋଟି ଟଙ୍କା ରହିଥିବା ବେଳେ ଏହାର ସିଂହ ଭାଗ ଆଇ ଟି ଡି ଏ ହାତରେ ରହିଛି, ଯନ୍ତ୍ରୀଙ୍କ ଅନୁପସ୍ଥିତ ଯୋଗୁଁ ଯୋଗୁଁ ପାଣ୍ଠି ବିନିଯୋଗ ହୋଇପାରୁ ନାହିଁ ଏହି ଅନୁଦାନ , ହେଲେ କିଛି ତଥାକଥିତ ରାଜନୈତିକ ଠିକାଦାର ଗୋଷ୍ଠୀ ଏହି ଅର୍ଥ ପ୍ରତି ଲୋଲୁପ ଦୃଷ୍ଟି ରଖିଥିବାରୁ ପାଣ୍ଡେ ଙ୍କୁ ଥଇଥାନ କରି ସୁବିଧା ହାସଲ ଉଦ୍ୟମ କରୁଥିବା ଆଲୋଚନା ହେଉଛି।ସେ ଯାହାହେଉ ନା କାହିଁକି ଜଣେ ମର୍ଯ୍ୟାଦା ସମ୍ପନ୍ନ ନିର୍ବାଚିତ ଜନପ୍ରତିନିଧି ଙ୍କ ପ୍ରଶାସନିକ କାର୍ଯ୍ୟକଳାପ ରେ ଏତାଦୃଶ ହସ୍ତକ୍ଷେପ କାହା ସ୍ୱାର୍ଥରେ ବୋଲି ଆନେକ ବୁଦ୍ଧିଜିବୀ ପ୍ରଶ୍ନ କରିଛନ୍ତି ।ଅନ୍ୟପକ୍ଷରେ ଏହି ଗୁରୁତ୍ୱପୂର୍ଣ୍ଣ ଚିଠି ପ୍ରଘଟ ହେବା ଘଟଣାକୁ ମଧ୍ଯ ଲୋକେ ହଜମ କରିପାରୁ ନାହାଁନ୍ତି।

Related Post

କଂଗ୍ରେସରୁ ଇସ୍ତଫା ଦେଲେ ନବ ଦାସ; ବିଜୁ ଜନତା ଦଳରେ ଯୋଗ ଦେବେ

Posted by - January 16, 2019 2
ଝାରସୁଗୁଡା ବିଧାୟକ ନବ ଦାସଙ୍କୁ ନେଇ ଅନେକ ଦିନ ଧରି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ନବ ବାରମ୍ବାର ଦଳ ବିରୋଧୀ ମନ୍ତବ୍ୟ ଦେଇଥିବାରୁ ଆଜି ସଂଧ୍ୟାରେ ପିସିସି…

କଳାହାଣ୍ଡି ରେ ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ ସମାପ୍ତ, ୧,୪୮,୩୨୪ ଭୋଟର କଲେ ମତଦାନ

Posted by - February 26, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲାରେ ପଞ୍ଚମ ପର୍ଯ୍ୟାୟ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ସମାପ୍ତ ହୋଇଯାଇଛି। ଥୁଆମୂଳ ରାମପୁର, କଲମପୁର, କେସିଙ୍ଗା ବ୍ଲକ…

ହରଭଙ୍ଗା ବ୍ଲକର ୯ନଂ ଜିଲ୍ଳାପରିଷଦ ଜୋନ୍‌,ବିଜେଡି-ବିଜେପି ମଧ୍ଯରେ କଡ଼ା ଟକ୍କର

Posted by - February 3, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ବିଧାନସଭା ନିର୍ବାଚନମଣ୍ଡଳୀର ହରଭଙ୍ଗା ବ୍ଲକର ୯ନଂ ଜିଲ୍ଲାପରିଷଦ ଜୋନ୍ ଏଥର ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେବାର ସମ୍ଭାବନା ରହିଛି।ଚଳିତ…

ବାହାର ରାଜ୍ୟରୁ ଆସୁଥିବା ଆଗନ୍ତୁକଙ୍କ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ-ଯାଜପୁର ଜିଲ୍ଲା ପ୍ରଶାସନ

Posted by - April 26, 2020 0
ଭୁବନେଶ୍ବର: ୨୬ା୪ : କରୋନା ମହାମାରୀ (ଉଙଠଓଊ-୧୯) ଭଳି ମାରାତ୍ମକ ଦୁର୍ବିପାକର ସଠିକ୍ ମୁକାବିଲା ନିମନ୍ତେ :ଯାଜପୁର ଜିଲ୍ଲାପାଳ ଶ୍ରୀ ରଂଜନ କୁମାର ଦାସ ରାଜ୍ୟ ସରକାରଙ୍କ…

ସୁବର୍ଣ୍ଣପୁର ଜିଲ୍ଲାରେ ନୂତନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ

Posted by - March 10, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲାରେ ନୂତନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭାବେ ଦାୟୀତ୍ବ ଗ୍ରହଣ କରିଛନ୍ତି ଅମରୀଶ ପଣ୍ଡା I ଗତ ଫେବୃୟାରୀ ୨୮ତାରିଖରେ ଏଠାରେ କାର୍ଯ୍ୟ…